ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଜଣେ ବୃଦ୍ଧଙ୍କୁ ମହଙ୍ଗା ପଡିଛି। ମହିଳାଙ୍କ ସମର୍କୀୟ ବୃଦ୍ଧଙ୍କୁ ଅଧାଲଣ୍ଡା କରି ଚପଲ ମାଳା ପିନ୍ଧାଇ ଗାଁରେ ବୁଲାଇବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାଦଲି ଗାଁର ୱାର୍ଡ ନଂ-୧୩ ଚଞ୍ଚରାପଡାରେ ଗତ ୭ ତାରିଖ ସକାଳେ ପ୍ରାୟ ୮ଟାରେ ଜଣେ ମହିଳା ନଳକୂଅକୁ ପାଣି ଆଣିବାକୁ ଆସିଥିଲେ। ସେତେବେଳେ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ମହିଳା ପରିବାର ଲୋକଙ୍କୁ ଜଣାଇବା ପରେ ଏହାକୁ ନେଇ ଗାଁ ଲକ୍ଷ୍ମୀପୂଜା ମଣ୍ଡପଠାରେ ଏକ ବୈଠକ ବସିଥିଲା। ଏଥିରେ ୨ ଜଣ ଲୋକ ପ୍ରତିନିଧି ମଧ୍ୟ ସାମିଲ ହୋଇଥିବା ଜଣାପଡିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ବୟସ୍କ ବ୍ୟକ୍ତିଙ୍କୁ ଅଧାଲଣ୍ଡା କରିବା ସହ ବେକରେ ଚପଲ ମାଳା ଝୁଲାଇ ଲକ୍ଷ୍ମୀପୂଜା ମଣ୍ଡପରୁ ଚଞ୍ଚରାପଡା ଘରକୁ ଚଲାଇ ଅଣାଯାଇଥିଲା। ଏହି ଘଟଣାରେ ଗାଁର ଲୋକ ପ୍ରତିନିଧି ଓ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ହୋଇଥିବାରୁ ଚପାଇ ଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଥିଲା। ମହିଳା ଓ ବୃଦ୍ଧ ଜଣକ ସମର୍କୀୟ ପୁତୁରା ବୋହୂ ଓ ଶ୍ୱଶୁର ହୋଇଥିବା ଜଣାପଡିଛି। ଭବାନୀପାଟଣା ସଦର ଥାନା ଓ ଜିଲା ମହକୁମାରୁ ମାତ୍ର ୮ କି.ମି. ଦୂରରେ ଏଭଳି ଅଭାବନୀୟ ଘଟଣା ଘଟିଥିଲେ ମଧ୍ୟ କେହି ସୁରାକ ନ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପୃଥକ୍‌ ମାମଲା (ନଂ. ୫୭୧,୫୭୨/୨୫) ରୁଜୁ କରି ଉଭୟ ପକ୍ଷଙ୍କୁ ନୋଟିସ ଜାରି କରିଥିବା ଭବାନୀପାଟଣା ସଦର ଏସ୍‌ଡିପିଓ ନରେଶ ପ୍ରଧାନ ସୂଚନା ଦେଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri