୬ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ: ଚାକିରୀରୁ ବିଦା ହେଲେ ୨ ଶିକ୍ଷକ

ସୁନ୍ଦରଗଡ଼,୬।୧(ଡି.ଏନ୍‌.ଏ.): ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୌଣସି କାରଣ ନ ଦର୍ଶାଇ କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ଥିବା ସୁନ୍ଦରଗଡ଼ ଜିଲାର ୨ଜଣ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି। ଜିଲାର ବଣାଇ ବ୍ଲକର ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ ଗତ ୨୦୧୬ ଜୁଲାଇ ୧୬ରୁ ୨୦୨୨ ଡିସେମ୍ବର ୨୨ପର୍ଯ୍ୟନ୍ତ କୌଣସି କାରଣ ନ ଦର୍ଶାଇ କାର୍ଯ୍ୟରେ ଅନୁପସ୍ଥିତ ଥିଲେ। ଏଥିଯୋଗୁ ତାଙ୍କୁ ବଣାଇ ଶିକ୍ଷା ଅଧିକାରୀ ଓଡ଼ିଶା ସିଭିଲ ସାର୍ଭିସ ରୁଲ ଅନୁଯାୟୀ ଚାକିରୀରୁ ବହିଷ୍କାର କରିଛନ୍ତି। ସେହିପରି ଲାଠିକଟା ବ୍ଲକର ସାନମରେନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଗତ ୨୦୧୭ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ନ ଦର୍ଶାଇ କାର୍ଯ୍ୟରେ ଅନୁପସ୍ଥିତ ଥିବା ଇନ୍‌କ୍ୟୁଆରୀ ରିପୋର୍ଟ ଓ ରେକର୍ଡରୁ ଜଣାପଡିବା ପରେ ତାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି। ଏହି ଘଟଣାର ତଦନ୍ତ କରି ବଣାଇ ଓ ଲାଠିକଟା ବ୍ଲକ ଶିକ୍ଷା ଅଧିକାରୀ ଏହି ଦୁଇ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି। ସେହିପରି ଜିଲାର ୭ଜଣ ଶିକ୍ଷା ସହାୟକ ମଧ୍ୟ କାରଣ ନ ଦର୍ଶାଇ ଅନୁପସ୍ଥିତ ରହିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ  ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି। ଫଳରେ...

ଚିତ୍ରତ୍ପୋଳାରେ ଭାସିଗଲେ ଛାତ୍ର

କେନ୍ଦ୍ରାପଡ଼ା,୨୦।୭: ଚିତ୍ରତ୍ପୋଳା ନଦୀରେ ଭାସିଗଲେ ଛାତ୍ର। ନଦୀରେ ଗାଧୋଇବାବେଳେ ଏପରି ଅଘଟଣ ଘଟିଛି। ଛାତ୍ର ଜଣକ ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାପଡିଛି। ଛାତ୍ରଙ୍କୁ ଉଦ୍ଧାର...

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର...

ମରାମତି ପରେ ଅବସ୍ଥା ଆହୁରି ଦୟନୀୟ

ଦାରିଙ୍ଗବାଡ଼ି,୨୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ...

୩ ଘଣ୍ଟା ପାଇଁ ଏହି ୫ ଜିଲାକୁ ଅରେଞ୍ଜ ୱାର୍ନିଂ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର,୨୦।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି...

ଆଜି ବାହାରିବ ନୀଳାଚଳ ଅବଢା: ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ

ପୁରୀ,୨୦।୭: ନିଳାଦ୍ରୀ ବିଜେ ପରେ ଘୋଷଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କର ଲୀଳାଖେଳା ଆରମ୍ଭ ହୋଇଯାଇଛି । ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ,...

ଅଭିଯୁକ୍ତଙ୍କୁ ଧରିବାପାଇଁ ଗାଁକୁ ଯାଇଥିଲା ପୋଲିସ: ଏସ୍‌ଆଇଙ୍କୁ ନିର୍ଘାତ ପିଟି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ

ନୂଆପଡ଼ା,୨୦।୭: ଏସ୍‌ଆଇଙ୍କ ସହ ପୋଲିସ ଟିମ୍‌କୁ ପିଟିଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା ଅଧୀନ ବରକୋଟ ଗାଁରେ।...

ମାଲକାନଗିରିରେ ପ୍ରବଳ ବର୍ଷା: ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri