Odisha Elections 2024

ଜୁନ୍‌ରେ ସ୍ବାଭାବିକଠାରୁ ଅଧିକ ବର୍ଷା

ଢେଙ୍କାନାଳ,୩ା୭(ରତନ ନାୟାର): ମୌସୁମୀ ବାୟୁ ପ୍ରବାହରେ ଢେଙ୍କାନାଳ ଜିଲାରେ ଜୁନ୍‌ରେ ଭଲ ବର୍ଷା ହୋଇଛି। ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ଧାନ ବୁଣା ଜୋର୍‌ ଧରିଛି। ହାତୀ ଉପଦ୍ରବ ରୋକାଯାଇପାରିଲେ ଭଲ ଧାନ ଉତ୍ପାଦନ ହେବ ବୋଲି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି।
ସାଧାରଣତଃ ଜିଲାରେ ସ୍ବାଭାବିକ ବର୍ଷାର ପରିମାଣ ଜୁନ୍‌ରେ ୨୨୫.୭ ମିଲିମିଟର। ଗତ ୩୦ ତାରିଖ ସୁଦ୍ଧା ୨୫୨.୬୮ ମିଲିମିଟର ବର୍ଷା ହୋଇଛି। ସଦର ବ୍ଲକରେ ୩୮୫.୬ ମି.ମି., ଗଁଦିଆ ବ୍ଲକରେ ୧୬୩.୨ ମି.ମି., ଓଡ଼ାପଡ଼ା ବ୍ଲକରେ ୧୮୪.୫ ମି.ମି., ହିନ୍ଦୋଳ ବ୍ଲକରେ ୨୮୧.୨ ମି.ମି., କାମାକ୍ଷାନଗର ବ୍ଲକରେ ୨୨୫ ମି.ମି., ଭୁବନ ବ୍ଲକରେ ୧୯୮ ମି.ମି., ପରଜଙ୍ଗ ବ୍ଲକରେ ୨୨୨ ମି.ମି. ଏବଂ କଙ୍କଡ଼ାହାଡ଼ ବ୍ଲକରେ ୩୬୧.୮ ମି.ମି. ବର୍ଷା ରେକର୍ଡ କରାଯାଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ସଦର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଅଧିକ ବର୍ଷିଛି।
ଜିଲାରେ ଚଳିତ ଖରିଫ୍‌ ଋତୁରେ ମୋଟ ୯୩ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅଦ୍ୟାବଧି ୨୪,୪୭୫ ହେକ୍ଟର ଜମିରେ ଧାନବୁଣା କାର୍ଯ୍ୟ ଚାଲିଛି। ସେହିପରି ଉର୍ବରତା ବୃଦ୍ଧି ଲାଗି କିଛି ଜମିରେ ସବୁଜ ସାର ଧନିଚା ବୁଣା ଶେଷ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଜୁନ୍‌ ସୁଦ୍ଧା ଭଲ ବର୍ଷା ହୋଇଛି। ଆଗକୁ ମଧ୍ୟ ଭଲ ବର୍ଷା ହେବା ସମ୍ଭାବନା ରହିଛି। ଭୟ କେବଳ ହାତୀ ଉପଦ୍ରବକୁ। ବନ ବିଭାଗ ହାତୀଙ୍କୁ ନିୟନ୍ତ୍ରଣ କରିପାରିଲେ ଭଲ ଧାନ ଅମଳ ହେବ ବୋଲି ଚାଷୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ କହିଛନ୍ତି, ଜୁନ୍‌ରେ ଆବଶ୍ୟକ ପରିମାଣଠାରୁ ଅଧିକ ବର୍ଷା ହୋଇଛି। ଆଗକୁ ମଧ୍ୟ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି। ଅଦ୍ୟାବଧି ୨୪,୪୭୫ ହେକ୍ଟର ଜମିରେ ଧାନବୁଣା ଯାଇଛି ଓ ତଳି ପଡ଼ିଛି। ପ୍ରାଥମିକ କୃଷି ସମବାୟ ସଂସ୍ଥା ଦ୍ୱାରା ପ୍ରାମାଣିକ ବିହନ ଓ ସାର ଗଚ୍ଛିତ ରହିଛି। ଚାଷୀଙ୍କୁ ଆଇଡି ମାଧ୍ୟମରେ ରିହାତି ଦରରେ ସାର ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri