ଜୁନ୍‌ରେ ସ୍ବାଭାବିକଠାରୁ ଅଧିକ ବର୍ଷା

ଢେଙ୍କାନାଳ,୩ା୭(ରତନ ନାୟାର): ମୌସୁମୀ ବାୟୁ ପ୍ରବାହରେ ଢେଙ୍କାନାଳ ଜିଲାରେ ଜୁନ୍‌ରେ ଭଲ ବର୍ଷା ହୋଇଛି। ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ଧାନ ବୁଣା ଜୋର୍‌ ଧରିଛି। ହାତୀ ଉପଦ୍ରବ ରୋକାଯାଇପାରିଲେ ଭଲ ଧାନ ଉତ୍ପାଦନ ହେବ ବୋଲି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି।
ସାଧାରଣତଃ ଜିଲାରେ ସ୍ବାଭାବିକ ବର୍ଷାର ପରିମାଣ ଜୁନ୍‌ରେ ୨୨୫.୭ ମିଲିମିଟର। ଗତ ୩୦ ତାରିଖ ସୁଦ୍ଧା ୨୫୨.୬୮ ମିଲିମିଟର ବର୍ଷା ହୋଇଛି। ସଦର ବ୍ଲକରେ ୩୮୫.୬ ମି.ମି., ଗଁଦିଆ ବ୍ଲକରେ ୧୬୩.୨ ମି.ମି., ଓଡ଼ାପଡ଼ା ବ୍ଲକରେ ୧୮୪.୫ ମି.ମି., ହିନ୍ଦୋଳ ବ୍ଲକରେ ୨୮୧.୨ ମି.ମି., କାମାକ୍ଷାନଗର ବ୍ଲକରେ ୨୨୫ ମି.ମି., ଭୁବନ ବ୍ଲକରେ ୧୯୮ ମି.ମି., ପରଜଙ୍ଗ ବ୍ଲକରେ ୨୨୨ ମି.ମି. ଏବଂ କଙ୍କଡ଼ାହାଡ଼ ବ୍ଲକରେ ୩୬୧.୮ ମି.ମି. ବର୍ଷା ରେକର୍ଡ କରାଯାଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ସଦର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଅଧିକ ବର୍ଷିଛି।
ଜିଲାରେ ଚଳିତ ଖରିଫ୍‌ ଋତୁରେ ମୋଟ ୯୩ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅଦ୍ୟାବଧି ୨୪,୪୭୫ ହେକ୍ଟର ଜମିରେ ଧାନବୁଣା କାର୍ଯ୍ୟ ଚାଲିଛି। ସେହିପରି ଉର୍ବରତା ବୃଦ୍ଧି ଲାଗି କିଛି ଜମିରେ ସବୁଜ ସାର ଧନିଚା ବୁଣା ଶେଷ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଜୁନ୍‌ ସୁଦ୍ଧା ଭଲ ବର୍ଷା ହୋଇଛି। ଆଗକୁ ମଧ୍ୟ ଭଲ ବର୍ଷା ହେବା ସମ୍ଭାବନା ରହିଛି। ଭୟ କେବଳ ହାତୀ ଉପଦ୍ରବକୁ। ବନ ବିଭାଗ ହାତୀଙ୍କୁ ନିୟନ୍ତ୍ରଣ କରିପାରିଲେ ଭଲ ଧାନ ଅମଳ ହେବ ବୋଲି ଚାଷୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ଜ୍ୟୋତିଦୀପ୍ତ ପଟ୍ଟନାୟକ କହିଛନ୍ତି, ଜୁନ୍‌ରେ ଆବଶ୍ୟକ ପରିମାଣଠାରୁ ଅଧିକ ବର୍ଷା ହୋଇଛି। ଆଗକୁ ମଧ୍ୟ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି। ଅଦ୍ୟାବଧି ୨୪,୪୭୫ ହେକ୍ଟର ଜମିରେ ଧାନବୁଣା ଯାଇଛି ଓ ତଳି ପଡ଼ିଛି। ପ୍ରାଥମିକ କୃଷି ସମବାୟ ସଂସ୍ଥା ଦ୍ୱାରା ପ୍ରାମାଣିକ ବିହନ ଓ ସାର ଗଚ୍ଛିତ ରହିଛି। ଚାଷୀଙ୍କୁ ଆଇଡି ମାଧ୍ୟମରେ ରିହାତି ଦରରେ ସାର ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri