ଗର୍ଭପାତ ମୌଳିକ ଅଧିକାର: ହାଇକୋର୍ଟ

କଟକ ଅଫିସ,୨୧।୧୨(ବ୍ୟୁରୋ): ଗର୍ଭଧାରଣର ୨୦ ସପ୍ତାହ ପରେ ଗର୍ଭପାତ କରିବାର ନିୟମ ନାହିଁ। ହେଲେ ପୀଡ଼ିତା ନାବାଳିକାଙ୍କ ଭବିଷ୍ୟତ, ଶିକ୍ଷା, ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସମ୍ବିଧାନର ଧାରା ୨୧ ଅନୁସାରେ ସନ୍ତାନସନ୍ତତି ଜନ୍ମଦେବା ଏବଂ ଗର୍ଭପାତ କରାଇବା ଜଣଙ୍କ ମୌଳିକ ଅଧିକାର ବୋଲି ବିଚାରପତି ଏସ୍‌. କେ. ମିଶ୍ର ଓ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ପୀଡ଼ିତା ନାବାଳିକା ଜଣକ ୨୧ସପ୍ତାହ ଗର୍ଭବତୀ ଥିବା ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟେନିଂ(ଡିଏମ୍‌ଇଟି) ରିପୋର୍ଟରୁ ଜଣାପଡ଼ିଥିଲା। ଅନ୍ୟପକ୍ଷେ ମେଡିକାଲ ଟର୍ମିନେଶନ ପ୍ରେଗ୍ନାନ୍ସି(ଏମ୍‌ଟିପି) ଆଇନ ଅନୁଯାୟୀ ୨୦ରୁ ୨୪ସପ୍ତାହ ଧରି ଗର୍ଭଧାରଣ କରିଥିଲେ, ଗର୍ଭପାତ କରିବାର ନିୟମ ନାହିଁ। ମେଡିକାଲ ଟର୍ମିନେଶନ ପ୍ରେଗ୍ନାନ୍ସି(ସଂଶୋଧନ) ବିଲ୍‌-୨୦୨୦ ବର୍ତ୍ତମାନ ରାଜ୍ୟ ସଭାରେ ବିଚାରାଧୀନ ରହିଛି। ଯେଉଁଥିରେ କି ସର୍ବାଧିକ ୨୪ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିବା ପାଇଁ ବ୍ୟବସ୍ଥା ରହିଛି। ଏହା ଏଯାବତ୍‌ ଆଇନରେ ପରିଣତ ହୋଇ ନାହିଁ। ହେଲେ ଏହି ମାମଲାରେ ଗର୍ଭଧାରଣ କରିଥିବା ସମ୍ପୃକ୍ତ ପୀଡ଼ିତା ଜଣେ ନାବାଳିକା। ତାଙ୍କର ଭବିଷ୍ୟତ ଏବଂ ଶାରୀରିକ ଗଠନକୁ ଦୃଷ୍ଟିରେ ରଖି ଗର୍ଭପାତ ଜରୁରୀ ବୋଲି ଖଣ୍ଡପୀଠ ଅନୁଭବ କରି ଏହି ରାୟ ଦେଇଛନ୍ତି। ଶୁଣାଣିବେଳେ ପୀଡ଼ିତାଙ୍କ ଓକିଲ ଗର୍ଭପାତ ନେଇ ଅଦାଲତଙ୍କ ପୂର୍ବ କେତୋଟି ରାୟର ଅବତାରଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗର ନୁରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାଜନଗର,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୁରୁଗାଁ ଗ୍ରାମର ଜଣେ ଚାଷୀ ଗୁରୁବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଅପରାହ୍ନରେ କ୍ଷତିପୂରଣ ଦାବିରେ ପରିବାର...

ପରିବା ଦରକୁ ନେଇ ଚିନ୍ତାରେ ଖାଉଟି

ବୁଗୁଡ଼ା,୮ା୭(କାଳୀଚରଣ): ସରକାର ଜନସାଧାରଣଙ୍କ ହିତ ସାଧନ ଲକ୍ଷ୍ୟରେ ଯୋଜନାମାନ କରିଚାଲିଛନ୍ତି। ତେବେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଥିବା ବେଳେ...

ମଶାଣି ମଣିଷ ମନିଆ

ଜଳେଶ୍ୱର, ୧୦ା୫(ଡି.ଏନ୍‌.ଏ)-ଜୀବଦ୍ଦଶାରେ ନିଜର କର୍ତ୍ତବ୍ୟ ସମ୍ପାଦନ ପରେ ମୁକ୍ତି ଯାତ୍ରା ଅନିବାର୍ଯ୍ୟ। ଏହି ମୁକ୍ତି ଯାତ୍ରାର ପ୍ରଥମ ବାହକ ହୁଅନ୍ତି ନିଜର ରକ୍ତ ସମ୍ପର୍କୀୟ କିମ୍ବା...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ଗୁଟେ ପରିବାର: ୪ ଭିନ୍ନକ୍ଷମ ଭାଇବହେନ୍‌

  ପର୍ଲା, ୧୦ା୯ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲର ଧଅଁରପୁର ପଁଚେତ୍‌ ଅଧୀନ ଭାଲୁଚୁଆ ଗଁାରେ ଗୁଟେ ପରିବାରର ୪ ଭାଇବହେନ୍‌...

ପୁଣି ଗଞ୍ଜାମରେ ୧୮ କରୋନା ପଜିଟିଭ୍‌ ଚିହ୍ନଟ: ଚିକିତ୍ସିତ ହେଉଛନ୍ତି ୨୨୬

ଛତ୍ରପୁର,୯।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରୁ ମଙ୍ଗଳବାର ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଉଥିବା ଜିଲା...

ମାଲକାନଗିରିରେ ପହଞ୍ଚି ବିଏ୍‌କେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲାକାନଗିରି ଷ୍ଟାଡିୟମରେ ପହଞ୍ଚି ଥିଲେ। ପରେ ସେଠାରୁ ସଂସ୍କୃତି...

ସିବିଆଇ ଜାଲରେ ଜିଏସ୍‌ଟି, ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ ଅଧିକାରୀ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଏକ ଘରୋଇ ଶିକ୍ଷାନୁଷ୍ଠାନର ଜିଏସ୍‌ଟି ମାମଲା ସମାଧାନ ନିମନ୍ତେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ...

ଗ୍ରୀନ୍‌ କରିଡରରେ ଜଣଙ୍କୁ ଏମ୍ସ ସ୍ଥାନାନ୍ତର

କଟକ ଅଫିସ, ୧୨ା୮: କଟକ ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ...

Advertisement
Archives

Model This Week