Posted inଜାତୀୟ

ସିଂଘଓ୍ବି ରାମଦେବ ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ ଆୟୋଜିତ କରାଯାଇଛି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଓ୍ବିଙ୍କ ଏକ ଟୁଇଟକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଭିଷେକ ଯୋଗରେ ଓଁ ଏବଂ ଅଲ୍ଲା ଉଚ୍ଚାରଣକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଯୋଗଗୁରୁ ରାମଦେବ ବାବା ମଧ୍ୟ ତାଙ୍କୁ ପାଲଟା ଜବାବ ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଅଭିଷେକ ଟୁଇଟ କରି କହିଛନ୍ତି, ଓଁ ଉଚ୍ଚାରଣ ଦ୍ୱାରା ଯୋଗ ଅଧିକ ଶକ୍ତିଶାଳୀ ହେବ ନାହିଁ କି ଅଲ୍ଲା କହିବା ଦ୍ୱାରା ଶକ୍ତି କମ୍‌ ହୋଇଯିବ ନାହିଁ। ତାଙ୍କର ଏଭଳି ଟୁଇଟକୁ ନେଇ ବାବା ରାମଦେବ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି, ‘ଇଶ୍ୱର-ଅଲ୍ଲା ତେରେ ନାମ, ସବକୋ ସନ୍‌ମ୍ମତି ଦେ ଭଗବାନ’। ଅଲ୍ଲା, ଭଗବାନ, ଓ ଖୁଦା ସବୁ ଏକ। ତେଣୁ ଓଁ ଉଚ୍ଚାରଣ କରିବାରେ ସମସ୍ୟା କ’ଣ ବୋଲି ରାମଦେବ କହିଛନ୍ତି। ଏଥିସହ ସେ କହିଛନ୍ତି, କାହାକୁ ଖୁଦା କହିବାକୁ ମନା କରିଯାଇନାହିଁ। ହେଲେ ସମସ୍ତଙ୍କୁ ଯୋଗ କରିବା ଉଚିତ୍‌, ଏହାପରେ ସମସ୍ତଙ୍କୁ ସମାନ ଭଗବାନ ଦେଖାଯିବ ବୋଲି ବାବା ରାମଦେବ କହିଛନ୍ତି। ଅନ୍ୟପଟେ ସିଂଘଓ୍ବିଙ୍କ ଏହି ଟୁଇଟ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ଅବସରରେ କାହିଁକି କଂଗ୍ର୍ରେସ ନେତାମାନେ ରାଜନୀତି କରନ୍ତି ଏବଂ ଏଭଳି ବୟାନ ଦିଅନ୍ତି ଜଣାନାହିଁ। କରୋନା ବିରୋଧରେ ଲଢ଼େଇରେ ଯୋଗ ଓ ଟିକା ଏକପ୍ରକାର ସଞ୍ଜୀବନି କୁହାଯାଉଥିବା ବେଳେ ସାରା ବିଶ୍ୱରେ ଯୋଗ ପାଇଁ ଆମ ଦେଶ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୨୦ା୫: ଭାରତ ସହ ନେପାଳର ସୀମା ବିବାଦ ଲାଗି ରହିଥିବା ବେଳେ ନେପାଳ କ୍ୟାବିନେଟ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି...

ମାଗଣା ସୁବିଧା ଘୋଷଣା କରୁଥିବା ରାଜନୈତିକ ଦଳଙ୍କର ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ, ଏସ୍‌ସିଙ୍କୁ କହିଲେ ଇସି…

ନୂଆଦିଲ୍ଲୀ, ୯।୪ : ନିର୍ବାଚନରେ ମାଗଣା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ ବୋଲି ନିର୍ବାଚନ କମିଶନ...

୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ: ଦାଖଲ ହୋଇଛି ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋକପି

ନୂଆଦିଲ୍ଲୀ,୧୬।୧୦: ରାମଜନ୍ମ ଭୂମି ବାବରୀ ମସଜିଦ୍‌ ବିବାଦ ବହୁ ବର୍ଷ ଧରି ନିର୍ମୋହି ଆଖଡ଼ା ଏବଂ ମୁସଲମାନ୍‌ ପକ୍ଷଙ୍କ ମଧ୍ୟରେ ଜାରି ରହିଛି। ୧୩୪ ବର୍ଷ...

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

ଭିଡ଼ହିଂସା ବିରୋଧରେ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ,୨୧ା୭(ଆଇଏଏନ୍‌ଏସ୍‌): ଦେଶରେ ଭିଡ଼ହିଂସା ବଢ଼ିଚାଲିଥିବାରୁ ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏନେଇ ସରକାର ବିଲ୍‌ ଆଣିପାରନ୍ତି...

ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି...

ମୋଦି-ମେଡିକାଲ ସଂଘ ମୁହାଁମୁହିଁ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ମେଡିକାଲ ସଂଘ ମୁହାଁମୁହିଁ ହୋଇଛନ୍ତି। ମୋଦିଙ୍କ ଏକ ମନ୍ତବ୍ୟ ନେଇ ମେଡିକାଲ ସଂଘ କ୍ଷୋଭ ପ୍ରକାଶ କରିଛି।...

ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି

ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ...

Advertisement
Archives

Model This Week