ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ

ଭୁବନେଶ୍ୱର(ବ୍ୟୁରୋ)/ଭଦ୍ରକ ଅଫିସ,୪।୯: ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର। କରୋନାରେ ଗୁରୁତର ହେବା ପରେ କୋଲକାତାରେ ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା। ଶୁକ୍ରବାର ରାତିରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି।

ଅଭିଷେକଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ। ସେ ଉମାନ୍‌ରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ମା’ବାପାଙ୍କ ଏକମାତ୍ର ପୁଅ ଥିଲେ ସେ। ବିବାହ ଥିବା ଯୋଗୁ ମାର୍ଚ୍ଚ ୨୫ରେ ସେ ଘରକୁ ଆସିଥିଲେ। ମେ’ ୫ରେ ତାଙ୍କ ବିବାହ ହୋଇଥିଲା। ହେଲେ ବିବାହର ୮ ଦିନ ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଥିଲା।

କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ସତ୍ତ୍ୱେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୨୩ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ବି ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ଲାଗି ଡାକ୍ତରମାନେ କହିଥିଲେ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଯୋଗୁ ସ୍ତ୍ରୀ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ। ତାଙ୍କ ପାଇଁ କ୍ୟାମ୍ପେନ୍‌ ମଧ୍ୟ କରାଯାଇଥିଲା। ପରେ ଜୁନ୍‌ ୯ ତାରିଖରେ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା। ସେଠାରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ସତ୍ତ୍ୱେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲାମେଲା ରେଳ ଷ୍ଟେଶନ: କରୋନା ଧରିବ କ୍ୟାମେରା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌କୁ ନେଇ ସବୁଠି ଭୟ ଓ ଆଶଙ୍କାର ବାତାବରଣ। ସଂକ୍ରମଣ ରୋକିବାକୁ କଡ଼ା ନିର୍ଦ୍ଦେଶ ଜାରି ପରେ ସବୁଠି କଟକଣା ଲଗାଯାଇଛି।...

ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ: ସୁସ୍ଥହାର ୯୩ %

ଗଞ୍ଜାମ,୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ମହାମାରୀ କରୋନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସହରରେ ୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମାତ୍ର...

ପୁଣି କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଓ ଏହାର...

୩ମାସରେ ଅତିକ୍ରମ କଲେ ୨୫୪୪ କି.ମି.

ଝାରସୁଗୁଡ଼ା ଅଫିସ,୩୧ା୩: ନିଶା ସେବନ ବର୍ଜନ କରି ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ ଓ ସୁସ୍ଥ ରୁହନ୍ତୁ। ଏହି ବାର୍ତ୍ତା ନେଇ ଝାରସୁଗୁଡ଼ା ଜିଲା ଦୁର୍ଲଗା...

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ...

ଘରୁ ଯାଇ ଆଉ ଫେରିଲେନି ଯୁବକ, ସକାଳୁ ବାଇକ୍‌ ନିକଟରେ ପଡ଼ିଥିଲା ମୃତଦେହ

ବାଲେଶ୍ୱର ଅଫିସ,୨୭।୧୨: ବାଲେଶ୍ବର ଜିଲା କମର୍ଦ୍ଦା ଥାନା ହଳଦୀ ମାଳ ଗ୍ରାମରେ ଥିବା ରାସ୍ତା କଡ଼ରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି।...

ରାଜାଘର ସୁନାମାଳ କହି ୪ ଲକ୍ଷ ଠକେଇ

ଅନୁଗୋଳ ଅଫିସ୍‌, ୪।୩- ରାଜାଘର ସୁନାମାଳ କହି ଏକ ପିତଳ ହାରକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଖସି ପଳାଉଥିବା ନାଗପୁର ଶୀତଲୱାଡ଼ା...

ସୁରକ୍ଷାକର୍ମୀଙ୍କୁ ମାଡ଼, ମାମଲା ରୁଜୁ

ଯୋଡ଼ା,୨୦।୭(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ହୁଡିସାହିଠାରେ ରହୁଥିବା ସୁରକ୍ଷାକର୍ମୀଙ୍କ ସହଯୋଗୀମାନେ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାପଡ଼ିଛି...

Advertisement
Archives

Model This Week