ଆବେଲ ପୁରସ୍କାର-୨୦୨୪

ଗଣିତ ପାଇଁ ଏକ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ହେଉଛି ଆବେଲ ପୁରସ୍କାର। ନରଓ୍ବେର ବିଖ୍ୟାତ ଗଣିତଜ୍ଞ ବିଲ୍‌ସ ହେରେନିକ୍‌ ଆବେଲଙ୍କ ନାମାନୁସାରେ ଏହା ନାମିତ ହୋଇଛି। ଆବେଲଙ୍କ ଦ୍ୱିଶତ ଜନ୍ମବାର୍ଷିକୀ ଉପଲକ୍ଷେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ସ୍ଥାପିତ କରିଛନ୍ତି ଏବଂ ୨୦୦୩ ମସିହାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହାକୁ ନୋବେଲ ପୁରସ୍କାର ସହ ସମତୁଲ୍ୟ କରାଯାଏ। ପୁରସ୍କାର ରାଶିର ପରିମାଣ ହେଉଛି ଏକ ନିୟୁତ ଆମେରିକୀୟ ଡଲାର। ନରଓ୍ବେ ବିଜ୍ଞାନ ଓ ସାହିତ୍ୟ ଏକାଡେମୀ ପୁରସ୍କୃତ ବ୍ୟକ୍ତିଙ୍କୁ ବାଛି ଥାଆନ୍ତି। ୨୦୨୪ ମସିହା ପର୍ଯ୍ୟନ୍ତ ପୃଥିବୀର ୨୭ ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାଇଁ ଫ୍ରାନ୍‌ସର ପ୍ୟାରିସ୍‌ସ୍ଥିତ ଫରାସୀ ଜାତୀୟ ବିଜ୍ଞାନ ଗବେଷଣା କେନ୍ଦ୍ରର ପ୍ରଫେସର ମାଇକେ ତାଲାଗ୍ରାଣ୍ଡଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ସମ୍ଭାବନା ତତ୍ତ୍ୱ ଏବଂ ଫଳନାତ୍ମକ ବିଶ୍ଳେଷଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କର କାର୍ଯ୍ୟ ଗାଣିତିକ ପଦାର୍ଥ ବିଜ୍ଞାନ ଓ ପରିସଂଖ୍ୟାନରେ ବିଶେଷ ପ୍ରୟୋଗ ହେଉଛି।
ସୂଚନାଯୋଗ୍ୟ ଯେ ସପ୍ତଦଶ ଶତାବ୍ଦୀରେ ଜୁଆ ଖେଳରୁ ସମ୍ଭାବନା ତତ୍ତ୍ୱର ଉଦ୍ଭବ ହୋଇଛି ଏବଂ ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ କରୁଥିବା ଦୁଇ ଜଣ ଗଣିତଜ୍ଞ ଥିଲେ ଫ୍ରାନ୍ସର ପିଏରି ଫର୍ମା ଏବଂ ବ୍ଲେସ୍‌ ପାସ୍କେଲ। ମାଇକେଲ ତାଲାଗ୍ରାଣ୍ଡ ଗଣିତର ଏହି ଶାଖାରେ ଯାଦୁଚ୍ଛିକ ପ୍ରକ୍ରିୟାକୁ ବୁଝିବା ଓ ଏହା ଉପରେ କାମ କରିବା ପାଇଁ ସୂତ୍ର ଆବିଷ୍କାର କରିଛନ୍ତି। ସରଳ ଭାଷାରେ କହିଲେ, ଯାଦୁଚ୍ଛିକତା ହେଉଛି ଏକ ପ୍ରକାର ଅନିଶ୍ଚିତତା। ଆମ ଚାରିପଟେ ଆମେ ଏହାକୁ ଦେଖିଥାଉ ଏବଂ ଆମ ଜୀବନରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଏଣୁ ଏହାକୁ ବୁଝି ତଦନୁଯାୟୀ କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ଉଦାହରଣ ସ୍ବରୂପ ପାଣିପାଗର ପୂର୍ବାନୁମାନ ଏବଂ ବଡ଼ ବଡ଼ ଭାଷା ମଡେଲରେ ଯାଦୁଚ୍ଛିକ ଗଣନା ବ୍ୟବହୃତ ହେଉଛି।
ଆଧୁନିକ ପୃଥିବୀରେ ଅନେକ ଯାଦୁଚ୍ଛିକ ଘଟଣା ପ୍ରବାହ ଦେଖାଯାଉଛି ଏବଂ ଏହାକୁ ଭଲ ଭାବରେ ବୁଝିବା ଦ୍ୱାରା ତାହା ବ୍ୟବସାୟଠାରୁ ଆରମ୍ଭକରି ଘନୀଭୂତ ବସ୍ତୁ ପଦାର୍ଥ ବିଜ୍ଞାନ ଉପରେ ସୁଫଳ ଦେଇଥାଏ। ତାଲାଗ୍ରାଣ୍ଡଙ୍କ କାର୍ଯ୍ୟ ପରିସଂଖ୍ୟାନର ଗାଭସୀୟ ବଣ୍ଟନ ବା ନର୍ମାଲ ବଣ୍ଟନ ଉପରେ ସଂଶ୍ଳିଷ୍ଟ। ଏହାର ଆକାର ଘଣ୍ଟି ଆକୃତିର ହୋଇଥିବାରୁ ଏହାକୁ ‘ବେଲ୍‌ କର୍ଭ’ କୁହାଯାଏ। ଜନ୍ମ ସମୟରେ ଶିଶୁମାନଙ୍କର ଓଜନ, ଛାତ୍ରୀଛାତ୍ରମାନେ ପରୀକ୍ଷାରେ ପାଉଥିବା ନମ୍ବର ଏବଂ ଖେଳାଳିମାନଙ୍କର ଅବସର ବୟସ ଆଦି ଗାଭସୀୟ ବଣ୍ଟନରେ ପ୍ରକାଶ କରାଯାଇଥାଏ।
ଆବେଲ ପୁରସ୍କାର କମିଟିର ଅଧ୍ୟକ୍ଷ ପ୍ରଫେସର ହେଲ୍‌ଗେ ହୋଲ୍‌ଡନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ତାଲାଗ୍ରାଣ୍ଡ ହେଉଛନ୍ତି ଜଣେ ଅସାଧାରଣ ଗଣିତଜ୍ଞ ଏବଂ ଜଣେ ବିଶିଷ୍ଟ ଅଙ୍କ ସମାଧାନକାରୀ ବ୍ୟକ୍ତି। ଯାଦୁଚ୍ଛିକ ଏବଂ ବିଶେଷଭାବେ ଗାଭସୀୟ ପ୍ରକ୍ରିୟାକୁ ବୁଝିବା ଉପରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ତାଙ୍କର କାର୍ଯ୍ୟ ସମ୍ଭାବନା ତତ୍ତ୍ୱର ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ପୁନଶ୍ଚ ସ୍ପିନ୍‌ ଗ୍ଲାସର ମୁକ୍ତି ଶକ୍ତି ପାଇଁ ବିଖ୍ୟାତ ପ୍ୟାରିସ ସୂତ୍ରର ପ୍ରମାଣ ଦେଇ ସେ ନିଜର ଖ୍ୟାତି ବଢ଼ାଇଛନ୍ତି।’ ସୂଚନାଯୋଗ୍ୟ ଯେ ଇଟାଲୀର ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ଜର୍ଜିଓ ପାରିସି ୧୯୭୯ ମସିହାରେ ସ୍ପିନ୍‌ ଗ୍ଲାସର ସୂତ୍ର ଆବିଷ୍କାର କରିଥିଲେ ଏବଂ ସେଥିପାଇଁ ତାଙ୍କୁ ୨୦୨୧ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ମାଇକେଲ ତାଲାଗ୍ରାଣ୍ଡ ଫ୍ରାନ୍‌ସରେ ୧୯୫୨ ମସିହା ଫେବୃଆରୀ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୭୭ ମସିହାରେ ପ୍ୟାରିସ ବିଶ୍ୱବିଦ୍ୟାଳୟରୁ ଗଣିତରେ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକାର ଓହିଓ ରାଜ୍ୟ ବିଶ୍ୱବିଦ୍ୟାଳୟରେ କିଛି ବର୍ଷ କାର୍ଯ୍ୟ କରିଥିଲେ। ସେ ବିବାହିତ ଏବଂ ତାଙ୍କର ଦୁଇ ପୁତ୍ର ଅଛନ୍ତି। ସେ ଫ୍ରାନସ ବିଜ୍ଞାନ ଏକାଡେମୀର ସଭ୍ୟ ମଧ୍ୟ ଅଛନ୍ତି। ସେ ନିଜର ଓ୍ବେବସାଇଟ୍‌ରେ ଗଣିତ ପଜଲ ଦେଇ ଛାତ୍ରୀଛାତ୍ରମାନଙ୍କୁ ଏହାର ସମାଧାନ କରିବା ପାଇଁ ଆହ୍ବାନ ଦେଇଥାଆନ୍ତି। ଆବେଲ ପୁରସ୍କାର ବ୍ୟତୀତ ସେ ଲୋଏଭେ ପୁରସ୍କାର (୧୯୯୫), ଫର୍ମା ପୁରସ୍କାର (୧୯୯୭), ସାଓ ପୁରସ୍କାର (୨୦୧୯) ଏବଂ ଆହୁରି ଅନେକ ପୁରସ୍କାର ପାଇଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri