Posted inକଟକ

‘ଆଜିର ସମୟରେ ପତ୍ରିକାକୁ ଦୀର୍ଘଦିନ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ’

କଟକ,୧ା୪: ଧର୍ମ, ତତ୍ତ୍ୱ, ଜ୍ଞାନ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ ’ର ଏପ୍ରିଲ ସଂଖ୍ୟା ଏକକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ମଧୁପାଟଣା ଶ୍ରୀରାମ ନଗରରେ ଥିବା ରେକୀ ମିଶନ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଆଶ୍ରମର ଅଧ୍ୟକ୍ଷ ବିଜ୍ଞାନଗୁରୁ ପୂଜ୍ୟ ଶ୍ରୀ ସନ୍ଥ ଜୀ ପତ୍ରିକାକୁ ଉନ୍ମୋଚନ କରି ଦୀର୍ଘ ୨୩ବର୍ଷ କାଳ ପତ୍ରିକାକୁ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ ବୋଲି କହିବା ସହ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ସଦର ପ୍ରେସ୍‌ କ୍ଲବ ସଭାପତି ତଥା ବରିଷ୍ଠ ଖବରଦାତା ସୁରେନ୍ଦ୍ର ମହାପାତ୍ର, ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, ଖବରଦାତା ବିଭୂତି ଭୂଷଣ ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପତ୍ରିକାର ପରିଚାଳନା ସମ୍ପାଦକ ଇଂ. ବିପ୍ଳବ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଦୀପ୍ତ କୁମାର ଦାସ ବିଶେଷ ସହଯୋଗ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?