Posted inକଟକ

‘ଆଜିର ସମୟରେ ପତ୍ରିକାକୁ ଦୀର୍ଘଦିନ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ’

କଟକ,୧ା୪: ଧର୍ମ, ତତ୍ତ୍ୱ, ଜ୍ଞାନ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ ’ର ଏପ୍ରିଲ ସଂଖ୍ୟା ଏକକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ମଧୁପାଟଣା ଶ୍ରୀରାମ ନଗରରେ ଥିବା ରେକୀ ମିଶନ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଆଶ୍ରମର ଅଧ୍ୟକ୍ଷ ବିଜ୍ଞାନଗୁରୁ ପୂଜ୍ୟ ଶ୍ରୀ ସନ୍ଥ ଜୀ ପତ୍ରିକାକୁ ଉନ୍ମୋଚନ କରି ଦୀର୍ଘ ୨୩ବର୍ଷ କାଳ ପତ୍ରିକାକୁ ବଞ୍ଚାଇ ରଖିବା ସହଜସାଧ୍ୟ ନୁହେଁ ବୋଲି କହିବା ସହ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ସଦର ପ୍ରେସ୍‌ କ୍ଲବ ସଭାପତି ତଥା ବରିଷ୍ଠ ଖବରଦାତା ସୁରେନ୍ଦ୍ର ମହାପାତ୍ର, ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, ଖବରଦାତା ବିଭୂତି ଭୂଷଣ ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପତ୍ରିକାର ପରିଚାଳନା ସମ୍ପାଦକ ଇଂ. ବିପ୍ଳବ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଦୀପ୍ତ କୁମାର ଦାସ ବିଶେଷ ସହଯୋଗ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ରେଭେନ୍ସାରେ ଝାଡ଼ାବାନ୍ତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ

କଟକ,୧୩।୭: କଟକ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ରବିବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର...

ନନ୍ଦନକାନନରେ ସନ୍ତାନ ପ୍ରସବ କଲା ଗୟଳ, ୭ରେ ପହଞ୍ଚିଲା ସଂଖ୍ୟା

ବାରଙ୍ଗ,୧୦ା୭(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ୨୦୨୪ ଜୁନ୍‌ ୫ରେ ଗୟଳ...

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ବିଦ୍ୟାଭାରତୀ ପଣ୍ଡାଙ୍କ ଅଡୁଆ ବଢ଼ିଲା

କଟକ,୯ା୭: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ ଝଟ୍‌କା ଲାଗିଛି। ଉଭୟଙ୍କ ପିଟିଶନ ଖାରଜ ହୋଇଯାଇଥିବାବେଳେ ହତ୍ୟା...

କଟ୍‌ ଅଫ୍‌ ମାର୍କ ଆଗରେ ରେଭେନ୍ସା

କଟକ,୭ା୭: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ...

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ: ସିବିଆଇ ଚଢ଼ାଉ ମାମଲା

କଟକ,୪।୭(କାର୍ତ୍ତିକ ସାହୁ): ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେଶନ୍‌ ଲିମିଟେଡ୍‌ ଲାଞ୍ଚ ଘଟଣାରେ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ ଓ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। ବିଷ୍ଣୁପଦଙ୍କ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ ମହିଳା ହୋମଗାର୍ଡ଼, ବାଟରେ ଚାପିଦେଲା ଟ୍ରକ୍‌

କଟକ,୩ା୭(କାର୍ତ୍ତିକ ସାହୁ): କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ...

ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ୨ ମାଓବାଦୀ

କଟକ,୩୦।୬: ମାଓବାଦୀ ଦମନ କ୍ଷେତ୍ରରେ କନ୍ଧମାଳ ଜିଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍‌କାଉଣ୍ଟରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି।...

ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେଡି-ଭାଜପା କର୍ମୀ ମୁଁହାମୁହିଁ

ଆଠଗଡ଼,୨୪।୬: ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଭାଜପା ବିଜେଡି କର୍ମୀ ମୁଁହାମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି। ଆଠଗଡ ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri