Posted inଖେଳ

ଅଷ୍ଟ୍ରେଲିଆକୁ ଆକ୍ରମଣାତ୍ମକ ଖେଳିବାର ଥିଲା: ଫିଞ୍ଚ୍‌

ଚେନ୍ନାଇ, ୧୦ା୧୦ : ଭାରତର ବିଶ୍ୱ ଶ୍ରେଣୀୟ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲୀୟ ବ୍ୟାଟରମାନଙ୍କ ଆକ୍ରମଣାତ୍ମକ ଖେଳର ଅଭାବ ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ୍‌ ପ୍ରକାଶ କରିଛନ୍ତି। ରବିବାର ସ୍ପିନକୁ ସୁହାଉଥିବା ପିଚ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ସ୍ପିନରମାନେ ୬ ଉଇକେଟ ଅକ୍ତିଆର କରିବାରୁ ଅଷ୍ଟ୍ରେଲିଆ ସ୍କୋର ୧୯୯ରେ ସୀମିତ ହୋଇଯାଇଥିଲା। ଫଳରେ ଦଳ ୬ ଉଇକେଟରେ ମ୍ୟାଚ ହାରିଯାଇଥିଲା। ଫିଞ୍ଚ କହିଛନ୍ତି, ଅଷ୍ଟ୍ରେଲୀୟମାନଙ୍କୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ସେମାନେ ଅଧିକ ସତର୍କତା ଅବଲମ୍ବନ କରି ଖେଳିବାରୁ ଭାରତୀୟ ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପାଇଲେ। ସ୍ପିନକୁ ସୁହାଉଥିବା ଏକ ପିଚ୍‌ରେ ଯଦି ଜାଡେଜା, କୁଲଦୀପ ଓ ଅଶ୍ୱିନଙ୍କ ଭଳି ଦକ୍ଷ ଓ ଚତୁର ବୋଲରଙ୍କୁ ଯଦି ସେମାନଙ୍କ ଇଚ୍ଛା ଅନୁସାରେ ବୋଲିଂ କରିବା ଲାଗି ସୁଯୋଗ ଦିଆଯାଏ ତେବେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ଜାଡେଜା ଅଷ୍ଟ୍ରେଲିଆକୁ ଅନେକ ଥର ଅଡୁଆରେ ପକାଇଛନ୍ତି। ରବିବାର ଅଷ୍ଟ୍ରେଲିଆ ମାତ୍ର ୨ ରନରେ ଭାରତର ୩ ଉଇକେଟ ପତନ ଘଟାଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା ବୋଲି ମନେ ହୋଇଥିଲା। ମାତ୍ର ବିରାଟ କୋହଲି (୮୫ରନ)ଙ୍କ କ୍ୟାଚ ହାତଛଡ଼ା କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। କୋହଲି ମାତ୍ର ୧୨ ରନ କରି ଖେଳୁଥିବା ବେଳେ ପେସ୍‌ ବୋଲର ଜୋସ୍‌ ହାଜେଲଉଡ୍‌ଙ୍କ ବଲ୍‌ରେ ମିଚେଲ ମାର୍ଶଙ୍କ ଦ୍ୱାରା କ୍ୟାଚ୍‌ଆଉଟ ସୁଯୋଗ ସୃଷ୍ଟି ହୋଇଥିଲା। ଅଷ୍ଟ୍ରେଲିଆ ଯଥେଷ୍ଟ ସୁଯୋଗ ସୃଷ୍ଟି କରିଥିଲା। ବିରାଟଙ୍କ ଉଇକେଟ ନେଇ ପାରିଥିଲେ ମ୍ୟାଚର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri