Posted inଜାତୀୟ

ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟ୍‌କା! ଦଳ ଛାଡ଼ିଲେ ୭ ବିଧାୟକ

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ବଡ଼ ଝଟ୍‌କା। ଏଠାରେ ଦଳର ୭ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା ନଗର ବିଧାୟକ ମଦନ ଲାଲ, ପାଲମ ବିଧାୟକ ଭାବନା ଗୌଡ଼, ନରେଶ ଯାଦବ, ପବନ ଶର୍ମା,ଗିରିଶ ସୋନି ସାମିଲ ଅଛନ୍ତି। ଏହି ବିଧାୟକମାନଙ୍କୁ ଆଗାମୀ ନିର୍ବାଚନ ଲାଗି ଟିକେଟ ଦିଆଯାଇ ନ ଥିଲା।

ହଠାତ୍‌ ଆପ୍‌ର ୭ ବିଧାୟକ ଇସ୍ତଫା ଦେବା ପରେ ଭାଜପା କଟାକ୍ଷ କରିଛି। ଦଳର ଏମ୍‌ପି ଅନୁରାଗ ଠାକୁର କହିଛନ୍ତି, ପ୍ରଥମେ ତାଙ୍କର ୨ ଦଳିତ ନେତା ଏମିତି କହି ଇସ୍ତଫା ଦେଇଥିଲେ ଯେ ଦଳ ଦଳିତ ବିରୋଧୀ। ପରେ ମହିଳା ଏମ୍‌ପି ଗମ୍ଭୀର ଅଭିଯୋଗ ଆଣିଥିଲେ। ଏବେ ତାଙ୍କ ଦଳରେ ଚାଲିଥିବା ଭ୍ରଷ୍ଟାଚାରରେ ଅତିଷ୍ଟ ହୋଇ ୭ ବିଧାୟକ ଇସ୍ତଫା ଦେଇଛନ୍ତି। ଏଥିରୁ ଭାଜପା ସରକାରଗଠନ କରୁଛି ବୋଲି ଦିଲ୍ଲୀବାସୀ ସ୍ପଷ୍ଟ ହୋଇ ସାରିଥିବା ଜଣାପଡ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି

କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ…

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri