Posted inଜାତୀୟ

ଏଏପିର ଦାବି, ସୋମବାର ସିସୋଡିଆଙ୍କୁ ଗିରଫ କରିବ ସିବିଆଇ…

ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ପଲିସି କୁ ନେଇ ସୋମବାର ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଡକାଇଛି। ତେବେ ଏନେଇ ଆମ ଆଦମୀ ପାର୍ଟି(ଏଏପି) ଦାବି କରିଛି ଯେ ସିବିଆଇ ସୋମବାର ମନୀଷ ସିସୋଡିଆଙ୍କୁ ଗିରଫ କରିବ।

ଏକ୍ସାଇଜ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଡିଆଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଦିଲ୍ଲୀ ସରକାର ବର୍ତ୍ତମାନ ଏହି ନୀତି ପ୍ରତ୍ୟାହାର କରି ନେଇଛନ୍ତି।

ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ରବିବାର କହିଛନ୍ତି ମନୀଷ ସିସୋଡିଆଙ୍କୁ ଆସନ୍ତାକାଲି ସିବିଆଇ ଡକାଇ ତାଙ୍କୁ ଗିରଫ କରିବ। କୁହାଯାଉଛି ଦଶ ହଜାର କୋଟିର ଏକ ଦୁର୍ନୀତି ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢ଼ାଉ କରିଛନ୍ତି। ସିବିଆଇ ମନୀଷ ସିସୋଡିଆଙ୍କ ଘରେ ୧୪ ଘଣ୍ଟା ରହିଥିଲା। ମାତ୍ର କୌଣସି ସ୍ଥାନରୁ କିଛି ମିଳିଲା ନାହିଁ। ଏହା ଗୁଜରାଟ ନିବ;ାଚନ ସହ ଜଡିତ। ରାଜ୍ୟରେ ଭାଜପା ଏବଂ ଏଏପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେଣୁ ଏଏପିକୁ ଭୟ କରି ଭାଜପା ଏଭଳି କରୁଥିବା ସୌରଭ ଅଭିଯୋଗ କରିଛନ୍ତି।

ମନୀଷ ସିସୋଡିଆଙ୍କୁ ଗିରଫ କରାଗଲେ ଏହା ଏଏପିକୁ ଅଧିକ ଶକ୍ତିଶାଳୀ କରିବ। ପୂର୍ବରୁ ମଧ୍ୟ ଆମର ନେତାମାନଙ୍କୁ ଡକାଯାଇଥିଲା ଏବଂ ସମାନ ନୋଟିସ ଦେଇ ଗିରଫ କରାଯାଇଥିଲା। ତେଣୁ ଆମେ ଅନୁମାନ କରୁଛୁ ସିସୋଡିଆଙ୍କୁ ମଧ୍ୟ ଗିରଫ କରାଯିବ।

ଭରଦ୍ବାଜ କହିଛନ୍ତି, ଧ୍‌ଯଦି ଆମେ ଭୟଭୀତ ହୋଇଥାନ୍ତୂ, ତେବେ ଆମେ ଲୁଚି ରହିଥାନ୍ତୁ । ଯେତେ ଅଧିକ ଗିରଫ ହେବ, ଗୁଜରାଟରେ ଆମର ଗ୍ରାଫ ସେତିକି ବୃଦ୍ଧି ପାଇବ। ଭାଜପାର ଅତ୍ୟାଚାର ବୃଦ୍ଧି ଯୋଗୁ ଆମର ଗ୍ରାଫ ବୃଦ୍ଧି ପାଇବ। ସ୍ବାଧୀନତା ସଂଗ୍ରାମ ପାଇଁ ଯେପରି ବଳିଦାନ ଦିଆଯାଇଥିଲା, ଆଜି ମଧ୍ୟ ସମାନ ପ୍ରକାରର ବଳିଦାନ ଆବଶ୍ୟକ ଏବଂ ଆମେ ଏହି ବଳିଦାନ ଲାଗି ପଛଘୁଞ୍ଚା ଦେବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?