Posted inଜାତୀୟ

ଏଏପିର ଦାବି, ସୋମବାର ସିସୋଡିଆଙ୍କୁ ଗିରଫ କରିବ ସିବିଆଇ…

ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ପଲିସି କୁ ନେଇ ସୋମବାର ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଡକାଇଛି। ତେବେ ଏନେଇ ଆମ ଆଦମୀ ପାର୍ଟି(ଏଏପି) ଦାବି କରିଛି ଯେ ସିବିଆଇ ସୋମବାର ମନୀଷ ସିସୋଡିଆଙ୍କୁ ଗିରଫ କରିବ।

ଏକ୍ସାଇଜ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଡିଆଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଦିଲ୍ଲୀ ସରକାର ବର୍ତ୍ତମାନ ଏହି ନୀତି ପ୍ରତ୍ୟାହାର କରି ନେଇଛନ୍ତି।

ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ରବିବାର କହିଛନ୍ତି ମନୀଷ ସିସୋଡିଆଙ୍କୁ ଆସନ୍ତାକାଲି ସିବିଆଇ ଡକାଇ ତାଙ୍କୁ ଗିରଫ କରିବ। କୁହାଯାଉଛି ଦଶ ହଜାର କୋଟିର ଏକ ଦୁର୍ନୀତି ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢ଼ାଉ କରିଛନ୍ତି। ସିବିଆଇ ମନୀଷ ସିସୋଡିଆଙ୍କ ଘରେ ୧୪ ଘଣ୍ଟା ରହିଥିଲା। ମାତ୍ର କୌଣସି ସ୍ଥାନରୁ କିଛି ମିଳିଲା ନାହିଁ। ଏହା ଗୁଜରାଟ ନିବ;ାଚନ ସହ ଜଡିତ। ରାଜ୍ୟରେ ଭାଜପା ଏବଂ ଏଏପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେଣୁ ଏଏପିକୁ ଭୟ କରି ଭାଜପା ଏଭଳି କରୁଥିବା ସୌରଭ ଅଭିଯୋଗ କରିଛନ୍ତି।

ମନୀଷ ସିସୋଡିଆଙ୍କୁ ଗିରଫ କରାଗଲେ ଏହା ଏଏପିକୁ ଅଧିକ ଶକ୍ତିଶାଳୀ କରିବ। ପୂର୍ବରୁ ମଧ୍ୟ ଆମର ନେତାମାନଙ୍କୁ ଡକାଯାଇଥିଲା ଏବଂ ସମାନ ନୋଟିସ ଦେଇ ଗିରଫ କରାଯାଇଥିଲା। ତେଣୁ ଆମେ ଅନୁମାନ କରୁଛୁ ସିସୋଡିଆଙ୍କୁ ମଧ୍ୟ ଗିରଫ କରାଯିବ।

ଭରଦ୍ବାଜ କହିଛନ୍ତି, ଧ୍‌ଯଦି ଆମେ ଭୟଭୀତ ହୋଇଥାନ୍ତୂ, ତେବେ ଆମେ ଲୁଚି ରହିଥାନ୍ତୁ । ଯେତେ ଅଧିକ ଗିରଫ ହେବ, ଗୁଜରାଟରେ ଆମର ଗ୍ରାଫ ସେତିକି ବୃଦ୍ଧି ପାଇବ। ଭାଜପାର ଅତ୍ୟାଚାର ବୃଦ୍ଧି ଯୋଗୁ ଆମର ଗ୍ରାଫ ବୃଦ୍ଧି ପାଇବ। ସ୍ବାଧୀନତା ସଂଗ୍ରାମ ପାଇଁ ଯେପରି ବଳିଦାନ ଦିଆଯାଇଥିଲା, ଆଜି ମଧ୍ୟ ସମାନ ପ୍ରକାରର ବଳିଦାନ ଆବଶ୍ୟକ ଏବଂ ଆମେ ଏହି ବଳିଦାନ ଲାଗି ପଛଘୁଞ୍ଚା ଦେବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri