Posted inଜାତୀୟ

ରାହୁଲଙ୍କ ଜଳଖିଆ ଚର୍ଚ୍ଚାରୁ ଏଏପି-ବିଏସ୍‌ପି ବାହାର…

ନୂଆଦିଲ୍ଲୀ,୩।୮: ଉତ୍ତରପ୍ରଦେଶ ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ପୁଣି ଥରେ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ ରଣନୀତି ଆପଣେଇବା ପାଇଁ ମଙ୍ଗଳବାର ଚା ଏବଂ ଜଳଖିଆ ଚର୍ଚ୍ଚା ପାଇଁ ୧୭ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରିଥିଲେ। ରାହୁଲଙ୍କ ଜଳଖିଆ ଚର୍ଚ୍ଚାରେ କଂଗ୍ରେସ ସମେତ ୧୫ ବିରୋଧୀ ଦଳ ଯୋଗଦେଇଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏବଂ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି)ର କୌଣସି ସଦସ୍ୟ ଯୋଗଦେଇ ନାହାନ୍ତି। ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣ ରକ୍ଷାକରି ୧୪ଟି ବିରୋଧୀ ଦଳର ଲୋକ ସଭା ଓ ରାଜ୍ୟ ସଭା ନେତା ଦିଲ୍ଲୀର ସମ୍ବିଧାନ କ୍ଲବରେ ପହଞ୍ଚିଥିଲେ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିବା କୁହାଯାଉଛି। ରାହୁଲଙ୍କ ଜଳଖିଆ ଚର୍ଚ୍ଚାରେ ଆଇଏନ୍‌ସ,ି ଏନ୍‌ସିପି, ଏସ୍‌ଏସ୍‌, ଆର୍‌ଜେଡ଼ି, ଏସ୍‌ପି, ସିପିଆଏମ୍‌, ସିପିଆଇ,ଆଇୟୁଏମ୍‌ଏଲ୍‌, ଆର୍‌ଏସ୍‌ପି, କେସିଏମ୍‌, ଜେଏମ୍‌ଏମ୍‌, ଏନ୍‌ସି, ସିଏମ୍‌ସି, ଏଲ୍‌ଜେଡ଼ି ଆଦି ବିରୋଧୀ ଦଳର ସଦସ୍ୟମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍‌ ନେଇ ପହଞ୍ଚିଲେ ବ୍ୟବସାୟୀ

କୋରବା,୨୫।୮: ଛତିଶଗଡ଼ରେ ଜଣେ ବ୍ୟବସାୟୀ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍‌ ବସ୍ତା ନେଇ ଅଫିସରେ ପହଞ୍ଚିଛନ୍ତି। ତେବେ ଏହାକୁ ଗଣିବା...

ହନିମୁନ୍‌ରେ ଖୋଲିଲା ଡାକ୍ତର ସ୍ବାମୀଙ୍କ ରାଜ୍‌, ସ୍ତ୍ରୀ ଡାକିଲେ ପୋଲିସ

ଆଗ୍ରା,୨।୧୦:ଆଗ୍ରା ମହିଳା ଥାନାରେ ଜଣେ ଯୁବତୀ ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା, ମାରପିଟ୍‌ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ହନିମୁନ୍‌ ଯାଇଥିବାବେଳେ ସ୍ବାମୀ ନିଜକୁ...

ହଟିବ ୨୦ ବର୍ଷ ପୁରୁଣା ଗାଡ଼ି

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପୁରୁଣା ଗାଡ଼ି ଚଳାଇବା ନେଇ ନୂଆ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଣିକି ୨୦ ବର୍ଷ ପୁରୁଣା ଘରୋଇ...

ସୋନିଆଙ୍କ ପୋଷ୍ଟର ଭାଇରାଲ: ଲକ୍ଷ୍ମୀବାଇଙ୍କ ସହ ତୁଳନା କଲେ ସମର୍ଥକ

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ନିଜ ରାଜନୈତିକ ଇତିହାସରେ ଲଗାତାର ଭାବେ ୨ଥର ଶୋଚନୀୟ ପରାଜୟର ସାମ୍‌ନା କରିଛି। ୨୦୧୪ ନିର୍ବାଚନରେ ୪୪ଆସନରେ ପଛରେ ରହିଥିବା ବେଳେ...

ଆଫଗାନିସ୍ତାନ ଯିବନାହିଁ ଏୟାର ଇଣ୍ଡିଆ ବିମାନ, ବନ୍ଦ ହେଲା କାବୁଲ ଏୟାର ପୋର୍ଟ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇସାରିଛି । ଆତଙ୍କବାଦୀ ସଙ୍ଗଠନ କାବୁଲକୁ ନିଜ ଅଧିନକୁ ନେଇ ସାରିଲାଣି । ତେଣୁ କାବୁଲ ଏୟାର...

ସାପ କାମୁଡା ରୋଗୀଙ୍କୁ ଖଟିଆରେ ବୋହିଲେ ଯବାନ

ବିଜାପୁର,୧୮।୮: ଛତିଶଗଡ଼ ବିଜାପୁରର ପୁସକୁନ୍ତା ଅଞ୍ଚଳରେ ଶନିବାର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ଫଳରେ ସେ ଗୁରୁତର ହୋଇଥିଲେ। ହେଲେ ଗାଁର ରାସ୍ତା ଅବସ୍ଥା ଭଲ...

କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି…

ନୂଆଦିଲ୍ଲୀ,୨୫।୧୦: ସମଲିଙ୍ଗୀ ବିବାହ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତିି ଯେ, କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ହୋଇଥିବା ବିବାହକୁ ସ୍ବୀକୃତି ମିଳିବ। ଏହା ସହିତ ଏଭଳି...

୨ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୦ରୁ କମ୍‌…

ନୂଆଦିଲ୍ଲୀ, ୧୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

Advertisement
Archives

Model This Week