ପ୍ରଥମ ପତ୍ନୀଙ୍କ ଝିଅ ସହ ନଜର ଆସିଲେ ଆମିର: ଫଟୋ ଭାଇରାଲ

ମୁମ୍ବାଇ: ବିବାଦରୁ ସବୁବେଳେ ଦୂରେଇ ରହୁଥିବା ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ କିନ୍ତୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ନିକଟରେ ସେ ତାଙ୍କର ପ୍ରଥମ ପତ୍ନୀଙ୍କ କନ୍ୟା ଇରା ଖାଁଙ୍କ ସହ ଏକ ଫଟୋରେ ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅସଲ କଥା ହେଲା ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଇରା ଏହି ଫଟୋକୁ ଶେୟାର କରିଛନ୍ତି। ନିକଟରେ ସେ ମିଶାଲ କୁପଲାନି ନାମକ ଜଣେ ଯୁବକଙ୍କ ସହ ଏକ ଫଟୋ ଶେୟାର କରିଥିବା ବେଳେ ସେ ତାଙ୍କର ବୟଫ୍ରେଣ୍ଡ ବୋଲି ଆଲୋଚନା ହେଉଥିଲା। ହେଲେ ଏହା ସ୍ପଷ୍ଟ ହୋଇ ନ ଥିଲା। ଏବେ କିନ୍ତୁ ଇରା ପିତା ଆମିରଙ୍କ ସହ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଅନେକଙ୍କ ପସନ୍ଦ ଆସିଥିବା ବେଳେ କେତେଜଣ ଏହାକୁ ନେଇ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ସେ ଯାହା ହେଉ ୨୨ ବର୍ଷୀୟା ଇରା ଏବେ ପାଠପଢାରେ ବ୍ୟସ୍ତ ଥିବା ବେଳେ ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ଆମିର କୁହନ୍ତି ଇରା ନିର୍ଦ୍ଦେଶନାରେ ରୁଚି ରଖନ୍ତି ଅଭିନୟରେ ନୁହେଁ। ଅବଶ୍ୟ ମଝିରେ ମଝିରେ ଇରା ପିତାଙ୍କ ସହ ସମୟ କାଟିବାକୁ ଭଲପାଆନ୍ତି। ଯଦିଓ ପ୍ରଥମ ପତ୍ନୀଙ୍କଠାରୁ ଆମିର ଅଲଗା ହୋଇଯାଇଛନ୍ତି ପିଲାମାନଙ୍କୁ କିନ୍ତୁ ସେ ଖୁବ୍‌ ଭଲପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri