ପ୍ରଥମ ପତ୍ନୀଙ୍କ ଝିଅ ସହ ନଜର ଆସିଲେ ଆମିର: ଫଟୋ ଭାଇରାଲ

ମୁମ୍ବାଇ: ବିବାଦରୁ ସବୁବେଳେ ଦୂରେଇ ରହୁଥିବା ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ କିନ୍ତୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ନିକଟରେ ସେ ତାଙ୍କର ପ୍ରଥମ ପତ୍ନୀଙ୍କ କନ୍ୟା ଇରା ଖାଁଙ୍କ ସହ ଏକ ଫଟୋରେ ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅସଲ କଥା ହେଲା ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଇରା ଏହି ଫଟୋକୁ ଶେୟାର କରିଛନ୍ତି। ନିକଟରେ ସେ ମିଶାଲ କୁପଲାନି ନାମକ ଜଣେ ଯୁବକଙ୍କ ସହ ଏକ ଫଟୋ ଶେୟାର କରିଥିବା ବେଳେ ସେ ତାଙ୍କର ବୟଫ୍ରେଣ୍ଡ ବୋଲି ଆଲୋଚନା ହେଉଥିଲା। ହେଲେ ଏହା ସ୍ପଷ୍ଟ ହୋଇ ନ ଥିଲା। ଏବେ କିନ୍ତୁ ଇରା ପିତା ଆମିରଙ୍କ ସହ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଅନେକଙ୍କ ପସନ୍ଦ ଆସିଥିବା ବେଳେ କେତେଜଣ ଏହାକୁ ନେଇ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ସେ ଯାହା ହେଉ ୨୨ ବର୍ଷୀୟା ଇରା ଏବେ ପାଠପଢାରେ ବ୍ୟସ୍ତ ଥିବା ବେଳେ ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ଆମିର କୁହନ୍ତି ଇରା ନିର୍ଦ୍ଦେଶନାରେ ରୁଚି ରଖନ୍ତି ଅଭିନୟରେ ନୁହେଁ। ଅବଶ୍ୟ ମଝିରେ ମଝିରେ ଇରା ପିତାଙ୍କ ସହ ସମୟ କାଟିବାକୁ ଭଲପାଆନ୍ତି। ଯଦିଓ ପ୍ରଥମ ପତ୍ନୀଙ୍କଠାରୁ ଆମିର ଅଲଗା ହୋଇଯାଇଛନ୍ତି ପିଲାମାନଙ୍କୁ କିନ୍ତୁ ସେ ଖୁବ୍‌ ଭଲପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri