୧୩.୧୦ କୋଟି ଶ୍ରମିକଙ୍କ ପାଇଁ ଆଧାର ସିଡିଂ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଅଧୀନରେ ଗ୍ରାମୀଣ ନିଯୁକ୍ତି ୧୬% ହ୍ରାସ ପାଇଥିବା କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୨୯୨୩ କୋଟି ରହିଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟାନୁସାରେ, ଶନିବାର ସୁଦ୍ଧା ୧୩.୧୦ କୋଟି ସକ୍ରିୟ ଶ୍ରମିକଙ୍କ ପାଇଁ ଆଧାର ସିଡିଂ କରାଯାଇଛି, ଯାହା କି ମୋଟ ସକ୍ରିୟ ଶ୍ରମିକ (୧୩.୧୮ କୋଟି)ର ୯୯.୩% ଅଟେ। ତେବେ ମନ୍ତ୍ରଣାଳୟର ସୂଚନାନୁସାରେ ଅଯୋଗ୍ୟ କର୍ମଚାରୀଙ୍କ କ୍ଷେତ୍ରରେ, ଯେଉଁମାନଙ୍କର ଏବିପିଏସ ଏବେ ବି ବିଚାରାଧୀନ ଅଛି, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ବ୍ୟାଙ୍କକୁ ଏନଆରଇଜିଏସ ହିତାଧିକାରୀଙ୍କ ଆଧାର ନମ୍ବରକୁ ଏନପିସିଆଇ ମ୍ୟାପରେ ଠିକ ସମୟରେ ଯୋଡ଼ିବା ସୁନିଶ୍ଚିତକୁ ସଚେତନ କରିବାକୁ ଅନୁରୋଧ କରାଯାଇଛି। ତେବେ ମହାତ୍ମା ଗାନ୍ଧୀ ଏନଆରଇଜିଏସ ଅଧୀନରେ ଜବ କାର୍ଡ ଯାଞ୍ଚ ଏକ ନିରନ୍ତର ପ୍ରକ୍ରିୟା। ମିଳିଥିବା ତଥ୍ୟନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଡିଲିଟ ହୋଇଥିବା ଜବ କାର୍ଡ ସଂଖ୍ୟା ୧୦୨.୨୦ ଲକ୍ଷ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୨୬.୧୦.୨୪ ସୁଦ୍ଧା ଏହା ୩୨.୨୮ ଲକ୍ଷ ରହିଛି। ଏଥିରୁ ଏହା ସ୍ପଷ୍ଟ ଯେ ଆନ୍ଧ୍ରପ୍ରଦେଶରେ ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୩.୪୩ ଲକ୍ଷ ନୂତନ ଶ୍ରମିକ ଯୋଡ଼ି ହୋଇଥିବା ବେଳେ ୨.୮୫ ଲକ୍ଷ ଶ୍ରମିକଙ୍କୁ ଛଟେଇ କରାଯାଇ ୫୮ ହଜାର ଶ୍ରମିକ ଯୋଡ଼ି ହୋଇଛନ୍ତି।
ଅନ୍ୟପଟେ ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ କରାଯାଇଥିବା ସମସ୍ତ କାର୍ଯ୍ୟ (ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟବ୍ୟତୀତ) ପାଇଁ ଏନଏମଏମଏସ ଆପ ମାଧ୍ୟମରେ ଗୋଟିଏ ଦିନରେ ଶ୍ରମିକମାନଙ୍କର ଜିଓ-ଟ୍ୟାଗ, ଦୁଇଟି ଟାଇମ ଷ୍ଟାମ୍ପ ଫଟୋ ସହିତ ରିୟଲ ଟାଇମ ଉପସ୍ଥାନ ସଂଗ୍ରହ କରିବା ଅନ୍ତର୍ଭୁକ୍ତ। ଯାହାକୁ ୧ ଜାନୁୟାରୀ ୨୦୨୩ ଠାରୁ ବାଧ୍ୟତାମୂଳକ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦.୩୫ ଲକ୍ଷ କାର୍ଯ୍ୟସ୍ଥଳୀ (୯୫.୬୬%) ପାଇଁ ଉପସ୍ଥାନ ସଂଗ୍ରହ କରାଯାଇ ପୋର୍ଟାଲରେ ଅପଲୋଡ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ ଆବଣ୍ଟନ କେବଳ ବିଇ ପର୍ଯ୍ୟାୟରେ ୩୩,୦୦୦ କୋଟି ଟଙ୍କା ଥିଲା, ଯାହା ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ୮୬,୦୦୦ କୋଟି ଟଙ୍କା, ଯାହା ଆରମ୍ଭ ପରଠାରୁ ସର୍ବାଧିକ। ଏହାବ୍ୟତୀତ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବନିମ୍ନ ହାରାହାରି ବେତନ ହାର ୭% ବୃଦ୍ଧି ପାଇଛି। ମହାତ୍ମା ଗାନ୍ଧୀ ଏନଆରଇଜିଏସ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟଠାରୁ ଅତିରିକ୍ତ ପାଣ୍ଠି ମାଗିଛି। ୧୫ ଦିନର ନିର୍ଦ୍ଧାରିତ ଅବଧି ମଧ୍ୟରେ (ବିଳମ୍ବ ପାଇଁ କୌଣସି କ୍ଷତିପୂରଣ ବିନା) ଶ୍ରମିକଙ୍କ ମଜୁରି ପ୍ରଦାନ କରାଯାଏ ନାହିଁ ବୋଲି କହିବା ଠିକ ନୁହେଁ ବୋଲି ବିଭାଗ ଦର୍ଶାଇଛି। ବର୍ତମାନ ୯୭% ଫଣ୍ଡ ଟ୍ରାନ୍ସଫର ଅର୍ଡର (ଏଫଟିଓ) ଠିକ ସମୟରେ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri