Posted inଜାତୀୟ

ଆଧାର: ପୁଣି ନୂଆ ଆପ୍‌

ଡିଜିଟାଲ ସୁବିଧା ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଆଧାରର ଏକ ନୂଆ ଆପ୍‌ ଉନ୍ମୋଚନ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକର ସୁବିଧା ପାଇବା ଲାଗି ଏବେ ଆଉ ପୂର୍ବଭଳି ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ କିମ୍ବା ଏହାର ଫଟୋ କପି ଆବଶ୍ୟକ ପଡ଼ିବ ନାହିଁ। କିନ୍ତୁ ଏଥିରେ ଫେସିଆଲ୍‌ ରେକଗ୍ନିଶନ(ବ୍ୟକ୍ତିଙ୍କ ମୁହଁକୁ ସ୍କାନ୍‌ କରି ପରିଚୟ ଚିହ୍ନଟ) ବୈଶିଷ୍ଟ୍ୟକୁ ସଂଲଗ୍ନ କରାଯାଇଛି। ଡିଜିଟାଲ୍‌ ଭେରିଫିକେଶନ ଜରିଆରେ ସୁବିଧା ହାସଲ ପାଇଁ ୟୁପିଆଇ ଏବଂ ଅନ୍ୟ ଡିଜିଟାଲ୍‌ ପେମେଣ୍ଟ ସିଷ୍ଟମ ଭଳି ଆଧାର ଆପ୍‌କୁ ମୋବାଇଲ ଫୋନ୍‌ରେ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଫଳରେ ଏଥିରେ ମିଳିବାକୁ ଥିବା କ୍ୟୁଆର୍‌ କୋଡ୍‌ ସାହାଯ୍ୟରେ ଜଣେ ବ୍ୟକ୍ତି ହୋଟେଲ, ଦୋକାନ, ବିମାନବନ୍ଦର ଏବଂ ଅନ୍ୟାନ୍ୟ ଆଧାର ଯାଞ୍ଚ ସ୍ଥାନରେ ସହଜରେ ତଥ୍ୟ ପ୍ରଦାନ କରିପାରିବେ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ନୂଆ ଆପ୍‌ ଦ୍ୱାରା ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଅଧିକ ସୁରକ୍ଷିତ ହେବା ସହ ଡକ୍ୟୁମେଣ୍ଟ ଜାଲିଆତିକୁ ରୋକାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହାର କାର୍ଯ୍ୟକାରିତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ଡାର୍କଓ୍ବେବ ସମେତ ବେଆଇନ କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ କେତେକ ଓ୍ବେବ୍‌ସାଇଟରେ କାର୍ଡଧାରୀଙ୍କ ଠିକଣା, ଜନ୍ମ ତାରିଖ ଭଳି ବ୍ୟକ୍ତିଗତ ସୂଚନା ଉପଲବ୍ଧ ହୋଇଥିବାରୁ ନୂଆ ଆପ୍‌ରେ ଲୋକଙ୍କ ପ୍ରିଭେସି କେତେ ସୁରକ୍ଷିତ, ସେନେଇ ପ୍ରଶ୍ନ ଉଠିଲାଣି।

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା)ବର୍ତ୍ତମାନ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଏହାର ବ୍ୟବହାରକୁ ସହଜ ଏବଂ ଅଧିକ ପ୍ରଭାବଶାଳୀ କରିବାକୁ ସରକାର ଏକ ନୂତନ ବୈଶିଷ୍ଟ୍ୟ ଆରମ୍ଭ କରିଛନ୍ତି। ଡିଜିଟାଲାଇଜେଶନ ଦିଗରେ ଏହା ଏକ ବଡ଼ ପଦକ୍ଷେପ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫେସ୍‌ ଆଇଡି ପ୍ରାମାଣିକୀକରଣ ବୈଶିଷ୍ଟ୍ୟଯୁକ୍ତ ବା ଫେସ୍‌ ରେକଗ୍ନିଶନ ନାମରେ ଏକ ନୂତନ ଆଧାର କାର୍ଡ ଆପ୍‌ ଲଞ୍ଚ କରିଛନ୍ତି। ଏହା ସାହାଯ୍ୟରେ ହୋଟେଲ କିମ୍ବା ବିମାନବନ୍ଦରରେ ପ୍ରବେଶ କରିବା ସମୟରେ ଆଧାର କାର୍ଡର ସଫ୍ଟ କିମ୍ବା ହାର୍ଡ କପି ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ॥ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଏହି ନୂତନ ଆଧାର ଆପ୍‌ ବିକଶିତ କରିଛି, ଯାହା ବର୍ତ୍ତମାନ ବିଟା ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଏହା ସଫଳ ହେଲେ ଲୋକମାାନେ ଆଧାର କାର୍ଡ ପାଖରେ ରଖିବା ଆବଶ୍ୟକ ହେବ ନାହିଁ। କ୍ୟୁଆର୍‌କୋଡ୍‌ ଏବଂ ଫେସ୍‌ ଆଇଡି ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା କିଛି ମିନିଟରେ ଶେଷ ହେବ। ଆପ୍‌ର ସୁରକ୍ଷା ଏବଂ ଗୋପନୀୟତା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ର ସାହାଯ୍ୟ ନିଆଯାଉଛି। ଏହି ନୂତନ ଆଧାର ଆପରେ ଗୋପନୀୟତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାର ଅର୍ଥ ହେଉଛି ବ୍ୟକ୍ତିଗତ ବିବରଣୀଗୁଡ଼ିକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବ୍ୟବହାରକାରୀଙ୍କ ହାତରେ ରହିବ। ଯେହେତୁ ଆପ୍‌ରେ ଡେଟା ଅଂଶୀଦାର ପାଇଁ ଉପଭୋକ୍ତାଙ୍କ ସମ୍ମତି ଆବଶ୍ୟକ ହେବ, ତଥାପି ଗୋପନୀୟତା ମଧ୍ୟ ବଜାୟ ରହିବ। ଫେସ୍‌ ଆଇଡି ପ୍ରାମାଣୀକରଣ ହେତୁ ଆଧାର ଯାଞ୍ଚ ବର୍ତ୍ତମାନ କେବଳ ଚେହେରା ମାଧ୍ୟମରେ କରାଯିବ। ଏହି ପ୍ରକ୍ରିୟା ୟୁପିଆଇ କାରବାର ପରି ସହଜ ହେବ। ୟୁଡିଆଇ ଦାବି କରିଛି ଯେ, ଏହା ୧୦୦% ଡିଜିଟାଲ ଏବଂ ସୁରକ୍ଷିତ ଥିବାରୁ ଏଥିରେ ଥିବା ତଥ୍ୟକୁ ଟାମ୍ପରିଂ କରାଯାଇପାରିବ ନାହିଁ। ଏହା ତଥ୍ୟ ଲିକ୍‌ କରିବ ନାହିଁ କିମ୍ବା ଏହାର ଅପବ୍ୟବହାର ହେବାକୁ ଦେବ ନାହିଁ। ଫଟୋଶପ୍‌ ଭଳି ଅପବ୍ୟବହାର ମଧ୍ୟ ହେବାକୁ ଦେବ ନାହିଁ ବୋଲି ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଅପରପକ୍ଷରେ ସାଇବର ସୁରକ୍ଷା ବିଶେଷଜ୍ଞ ଲିଙ୍ଗରାଜ ସେଠୀଙ୍କ କହିବାନୁସାରେ, ମଣିଷ ଯେତେ ଡିଜିଟାଇଜେଶନ୍‌ ଯୁଗକୁ ପ୍ରବେଶ କରୁଛି, ସେମାନଙ୍କ ଗୋପନୀୟତା କିଛି ନା କିଛି ମାତ୍ରାରେ ଅସୁରକ୍ଷିତ ହେଉଛି। ଅନ୍ୟ ଆପ୍‌ ଭଳି ଆଧାର ଆପ୍‌ରେ ମଧ୍ୟ ବ୍ୟବହାରକାରୀ ସତର୍କ ରହିବା ଉଚିତ୍‌। ଆଧାର ଆପ୍‌କୁ ଆୟତ୍ତ କରିବା ସାଇବର ଅପରାଧୀଙ୍କ ପାଇଁ ଯଦିଓ ସହଜ ନୁହେଁ ମାତ୍ର ଅସମ୍ଭବ ମଧ୍ୟ ନୁହେଁ, କୌଣସି ସ୍ଥାନରେ କେହି ଆଧାର ମାଗିଲେ, ବ୍ୟବହାରକାରୀ ପ୍ରଥମେ ଭଲରେ ବୁଝିନେବା ଜରୁରୀ କି କେଉଁଥି ପାଇଁ ଆଧାର ତଥ୍ୟ ମଗାଯାଉଛି। ସେହିଭଳି ମୋବାଇଲ୍‌ କିଣିବାବେଳେ ହେଉ ବା ଅନ୍ୟାନ୍ୟ ସମୟରେ ଆଧାର ତଥ୍ୟ ନେଉଥିବା ବ୍ୟକ୍ତି ବା ଅନୁଷ୍ଠାନ ଏ ସମ୍ପର୍କରେ ଉପଭୋକ୍ତାଙ୍କୁ ଅବଗତ କରାଇବା ମଧ୍ୟ ଆବଶ୍ୟକ ବୋଲି ଲିଙ୍ଗରାଜ କହିଛନ୍ତି॥


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?