ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନ୍ୟ ଜଣଙ୍କ ଆଧାର ଲିଙ୍କ୍‌

ଲାଞ୍ଜିଗଡ଼,୨ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ପାର୍ବତୀ ସାହୁ (୭୪)ଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ମାଳିଯୁବାଙ୍ଗ ପଞ୍ଚାୟତର ପାର୍ବତୀ ସାହୁ ନାମକ ଅନ୍ୟ ଜଣେ ମହିଳାଙ୍କ ଆଧାର ଲିଙ୍କ୍‌ ଯୋଗୁ ହିତାଧିକାରୀ ପାର୍ବତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘରଟଙ୍କା ପାଇପାରୁ ନାହାନ୍ତି। ଏ ବିଷୟରେ ପାର୍ବତୀ ବ୍ୟାଙ୍କକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଶେଷରେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି।
ସୂଚନାନୁସାରେ ପାର୍ବତୀ ସାହୁ ୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ପ୍ରଥମ କିସ୍ତିରେ ଘର ନିର୍ମାଣ ଆରମ୍ଭ କରିବା ପାଇଁ ୪୦ ହଜାର ଟଙ୍କା ରହିଥିବା ବେଳେ ତମ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି ବ୍ଲକ ପକ୍ଷରୁ କୁହାଯାଇଥିଲା। ପାର୍ବତୀ ଧାରଉଧାର କରି ଘର କାମ ଆରମ୍ଭ କରିଥିଲେ। କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ସେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପ୍ରଥମ କିସ୍ତିର ଟଙ୍କା ତମ ବ୍ୟାଙ୍କ ଆକାଉଣ୍ଟକୁ ଛଡ଼ାଯାଇଛି ବୋଲି ବ୍ଲକ ପକ୍ଷରୁ କୁହାଯାଇଥିଲା। ଏହାପରେ ପାର୍ବତୀ ବେନଗାଁ ଷ୍ଟେଟବ୍ୟାଙ୍କକୁ ଯାଇ ଆକାଉଣ୍ଟ ଯାଞ୍ଚ କରିଥିଲେ। ତଦନ୍ତ ପରେ ଜଣାପଡ଼ିଲା ଯେ ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତର ପାର୍ବତୀ ସାହୁ ନାମକ ଅନ୍ୟଜଣେ ମହିଳାଙ୍କ ଆଧାର କାର୍ଡ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍‌ ହୋଇଯାଇଛି। ଫଳରେ ତାଙ୍କ ଆକାଉଣ୍ଟର ଟଙ୍କା ସେ ମହିଳା ଜଣକ ଉଠାଇଥିବା ଜାଣିବାକୁ ପାଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ଲାଗି ପାର୍ବତୀଙ୍କ ଆବାସ ଯୋଜନାରେ ଆସିଥିବା ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ସହିତ ତାଙ୍କ କାଳିଆ ଯୋଜନାରେ ଆସିଥିବା ଟଙ୍କା, ଭତ୍ତା ଟଙ୍କା ଓ ନିଜେ ସଞ୍ଚୟ କରିଥିବା ଆଉ ୨୦ ହଜାର ଟଙ୍କା ମଧ୍ୟ ସେହି ମହିଳା ଜଣଙ୍କ ନିଜ ଆଧାର କାର୍ଡରେ ଉଠାଇ ନେଇଥିବା ଜଣାପଡିଥିଲା। ଏମିତି କିଭଳି ହେଲା ବୋଲି ପାର୍ବତୀ ବ୍ୟାଙ୍କରେ ପଚାରିବାରୁ ଆଧାର ଲିଙ୍କ କରିବା ସମୟରେ ଦୁଇଜଣ ମହିଳାଙ୍କ ନାମ ସମାନ ରହିଥିବାରୁ ଆଧାର ଲିଙ୍କ ହୋଇଯିବାରୁ ଏଭଳି ସମସ୍ୟା ହୋଇଛି। ଆମେ ସେହି ଆକାଉଣ୍ଟକୁ ଲକ୍‌ କରୁଛୁ। ଏହାର ସମାଧାନ ଅତିଶୀଘ୍ର କରାଯିବ ବୋଲି ପାର୍ବତୀଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ଆଧାର କାର୍ଡରେ ପଇସା ଉଠାଇଥିବା ମାଳିଯୁବାଙ୍ଗର ମହିଳା ପାର୍ବତୀ ସାହୁ ନିଜ ହାତରେ ଥିବା ୪୦ ହଜାର ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିଥିବା ବେଳେ ଅନ୍ୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଛି ବର୍ତ୍ତମାନ ଦେଇପାରିବିନାହିଁ ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ। ପାର୍ବତୀ ନିଜ ଟଙ୍କା ଫେରିପାଇବା ପାଇଁ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମୟ ଗଡାଉଥିବାରୁ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଏ ନେଇ ବିଡିଓ ପାତ୍ରଙ୍କୁ ପଚାରିବାରୁ କେବଳ ପାର୍ବତୀ ନୁହେଁ ବହୁ ଲୋକଙ୍କ ଏଭଳି ହୋଇଥିବା ଅଭିଯୋଗ ଆସିଛି। ଆମେ ଅତିଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ବ୍ୟାଙ୍କକୁ ଚିଠି କରିବୁ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨୭।୭: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲ୍‌କି...

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର

କୋରାପୁଟ,୨୭/୭(ଅମିତାଭ ବେହେରା ):   କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା...

ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆକ୍ରାନ୍ତ

ରାୟଗଡ଼ା,୨୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକକୁ ବିଭିନ୍ନ ରୋଗ ପିଛା ଛାଡୁନି। ତେବେ ଖଣି କ୍ଷେତ୍ରରେ ବିଶ୍ୱରେ ପରିଚୟ ସୃଷ୍ଟି କରିଥିବା ଏହି...

ପୋଲାଭରମ ପାଇଁ ସରକାର କ’ଣ କରୁଛି: ତାରା ବାହିନୀପତି

ଭୁବନେଶ୍ୱର,୨୭।୭: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି।...

ରାଜ୍ୟ ସରକାରଙ୍କ ଉପରେ ରାଗିଗଲେ ପ୍ରମିଳା: କହିଲେ କିଛି ଜାଣି ନାହାନ୍ତି…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି...

ଟେନ୍‌ସନ୍‌ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା

ଝରିଗାଁ,୨୭ା୭(କିଶୋର ଚନ୍ଦ୍ର ମଣ୍ଡଳ): ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍‌ସନ୍‌ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ...

ଠିକାଦାର ଓ ଯନ୍ତ୍ରୀ ମଧୁଚଦ୍ରିକା: ବେଲଘର ଠାରେ ପୂର୍ତ୍ତ ବିଭାଗର ନିମ୍ନ ମାନର ଗାର୍ଡୱାଲ ନିର୍ମାଣ

ବାଲିଗୁଡ଼ା,୨୭ା୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ମାତୃଗାଁ ଠାରୁ ବେଲଘର ୨୭ କିଲୋମିଟର ଓ ବେଲଘର ଠାରୁ...

କେନ୍ଦ୍ରୀୟ ସହଯୋଗ ଲୋଡ଼ିଲେ ମୋହନ, କଲେ ଏହି ବଡ଼ ଦାବି

ଭୁବନେଶ୍ୱର,୨୭ା୭: ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବୃହତ୍ତ ବନ୍ଦର ଭିତ୍ତିକ ଶିଳ୍ପ ଜୋନ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri