Posted inଫୁରସତ

ଗଣେଶଙ୍କ ଆଧାରକାର୍ଡ

ରାଞ୍ଚି: ଗଣେଶପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଝାଡ଼ଖଣ୍ଡର ଜାମଶେଦପୁରର ଏକ ପୂଜା ମଣ୍ଡପରେ ଗଣେଶ ପ୍ରଭୁଙ୍କ ଆଧାରକାର୍ଡ ତିଆରି ହୋଇଛି। ଏହି ଆଧାରକାର୍ଡରେ ଗଣେଶଙ୍କ ବ୍ୟକ୍ତିଗତ ବିବରଣୀ ଦିଆଯାଇଛି। ବାପାଙ୍କ ନାମ ଜାଗାରେ ମହାଦେବ ଲେଖାଯାଇଥିବାବେଳେ ଠିକଣାରେ କୈଳାସ ପର୍ବତ, ଟପ୍‌ ଫ୍ଲୋର୍‌, ମାନସରୋବର, ନଦୀ , କୈଳାସ। ପିନ୍‌: ୦୦୦୦୦୧। ଜନ୍ମ ବର୍ଷ ଜାଗାରେ ୦୧/୦୧/୬୦୦ସିଇ ଲେଖାଯାଇଛି।
ଗଣେଶଙ୍କ ଆଧାରକାର୍ଡ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କୋଲକାତାର ଏକ ପୂଜା ମଣ୍ଡପରେ ବେସ୍‌ବୁକ ଥେମ୍‌କୁ ନେଇ ମୂର୍ତ୍ତି ତିଆରି କରାଯାଇଥିବା ବେଳେ ଏହାକୁ ଦେଖି ଜାମଶେଦପୁର ପୂଜା କମିଟି ଆୟୋଜକ ସରଭ ଆକୃଷ୍ଠ ହୋଇଥିବା କହିଛନ୍ତି। ଏହି ନିଆରା ମୂର୍ତ୍ତି ଜରିଆରେ ତାଙ୍କ କମିଟି ସଦସ୍ୟ ଏକ ଜନମଙ୍ଗଳକାରୀ ବାର୍ତ୍ତା ଦେବାକୁ ଚାହୁଁଥିବା ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମୟରେ ଆଧାରକାର୍ଡ ଏକ ପ୍ରମୁଖ ପରିଚୟପତ୍ର ପାଲଟିଥିବାବେଳେ ଯେଉଁମାନେ ଏବେସୁଦ୍ଧା ନିଜର ଆଧାର କାର୍ଡ କରିନାହାନ୍ତି ସେମାନେ ତୁରନ୍ତ ଏହି କାର୍ଡ ବନାଇବା ଜରୁରୀ ବୋଲି ସେ ଗଣେଶଙ୍କ ଆଧାରକର୍ଡ ମୂର୍ତ୍ତି ଜରିଆରେ କହିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri