ଯୋଡ଼ିହେଲା ଯୁବତୀଙ୍କ କଟାହାତ

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ପ୍ଲାଷ୍ଟିକ ସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସକୁ ମିଳିଛି ଆଉ ଏକ ସଫଳତା। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ୧୦ ଘଣ୍ଟାର ଅପରେଶନ ପରେ ଜଣେ ଯୁବତୀଙ୍କ ସମ୍ପୂର୍ଣ୍ଣ କଟା ହାତକୁ ଯୋଡିବାରେ ସକ୍ଷମ ହୋଇଛନ୍ତି। ଡିସେମ୍ବର ୯ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ପୁରୀ ଜିଲା କ୍‌ୃଷ୍ଣପ୍ରସାଦ ବ୍ଲକ ସାମନ୍ତରାପୁର ଗାଁରେ ମେଶିନରେ ଧାନକଟା ଯାଉଥିଲା। ଧାନ କଟା ମେଶିନ ପାଖରେ ୨୫ ବର୍ଷୀୟା ବର୍ଷା ସାହୁ ଛିଡ଼ା ହୋଇଥିଲେ। ହଠାତ୍‌ ବର୍ଷାଙ୍କ ଓଢ଼ଣି ମେଶିନରେ ଗୁଡ଼େଇ ହୋଇ ଯାଇଥିଲା। କିଛି ଭାବିବା ଆଗରୁ ତାଙ୍କ ବାମ ହାତ ମେଶିନ୍‌ ଭିତରକୁ ଟାଣି ହୋଇ ଯାଇଥିଲା। ମେଶିନ୍‌ରେ ହାତ କଟିଯାଇ ୫୦ ମିଟର ଦୂରରେ ଛିଟିକି ପଡ଼ିଥିଲା। ପରିବାର ଲୋକେ କଟାହାତ ସହ ବର୍ଷାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ପରେ ଭୁବନେଶ୍ୱର ଏମ୍ସକୁ ପଠା ଯାଇଥିଲା। ଶରୀରରୁ ହାତ ଅଲଗା ହୋଇଯାଇଥିବାରୁ ଏମ୍ସ ଡାକ୍ତର ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ସଙ୍ଗେ ସଙ୍ଗେ ଅପରେଶନ ପାଇଁ ଟିମ୍‌ ଗଠନ କରାଯାଇ ରାତି ପ୍ରାୟ ୧୧.୩୦ରେ ଅପରେଶନ ଆରମ୍ଭ ହୋଇଥିଲା। ପୂରା ରାତି ଅପରେଶନ ଚାଲି ସକାଳ ୮ଟାରେ ଅପରେଶନ ସଫଳ ହୋଇଥିଲା। ଏ ସମ୍ପର୍କରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡା. ସଞ୍ଜୟ କୁମାର ଗିରି କହିଛନ୍ତି, ଅପରେଶନ ବହୁତ ଆହ୍ବାନପୂର୍ଣ୍ଣ ଥିଲା। ସ୍ଥାନୀୟ ଡାକ୍ତରଖାନାର ଡାକ୍ତର କଟାହାତକୁ ପ୍ରିଜର୍ଭ କରି ପଠାଇଥିବାରୁ ଅପରେଶନ ସହଜ ହୋଇଥିଲା। ବର୍ଷାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୩ରୁ ୪ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି। ସେହିପରି ବର୍ଷା କହିଛନ୍ତି, ହାତ ପୁଣି ଥରେ ଯୋଡ଼ି ହୋଇ ପାରିବ ବୋଲି ଭାବି ନ ଥିଲି। ଦ୍ୱିତୀୟ ଭଗବାନ ଭାବେ ଡାକ୍ତରମାନେ ମୋତେ ନୂଆ ଜୀବନ ଦେଇଛନ୍ତି। ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଅପରେଶନ ହୋଇଥିବାବେଳେ ଟିମ୍‌ରେ ପ୍ଲାଷ୍ଟିକ ସର୍ଜରି ବିଭାଗର ଡା. ଶାନ୍ତନୁ ସୁବା, ଡା. ପ୍ରିୟଙ୍କା ପନ୍ତ, ଡା. ଆକାଂକ୍ଷା ରାଜପୁତ, ଡା. ବିଷ୍ଣୁ, ଆନାସ୍ଥେସିଆ ବିଭାଗ ଡା. ଜୟନ୍ତ ମିତ୍ର, ଡା. ହୃଷୀକେଶ, ଡା. ଶୈଳଜା, ଅର୍ଥପେଡିକ ବିଭାଗର ଡା. ନିଖଳ ଓ ଡା. ମନୋଜ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri