Posted inଫୁରସତ

ସୁନା ଆଖି ଥିବା ଯୁବତୀ

ବେଳେବେଳେ ସମୟ ଏମିତି ଆସେ ଯେବେ ଜୀବନ ବଞ୍ଚାଇବା ଲାଗି ମଣିଷକୁ ନିଜ ଶରୀରର ଅଙ୍ଗକୁ ବଳି ଦେବାକୁ ପଡିଥାଏ। ପ୍ରାୟତଃ ଦୁର୍ଘଟଣା ଅବା କୌଣସି ଇନ୍‌ଫେକ୍ସନ ହୋଇଥିଲେ ଏଭଳି ସ୍ଥିତି ଉପୁଜିଥାଏ। ଆଉ ଏଭଳି କରିବା ଦ୍ୱାରା ଜୀବନ ତ ବଞ୍ଚିଯାଏ ହେଲେ ସାରା ଜୀବନ ଶରୀରର କୌଣସି ଅଙ୍ଗକୁ ହରାଇ ଜିଇଁବାକୁ ହୁଏ। ସେମିତି ଏକ ସ୍ଥିତି ଦେଇ ଗତି କରିଥିଲେ ଲିଭରପୁଲରେ ରହୁଥିବା ଡାନି ଓ୍ବିରୋ। ଯେତେବେଳେ ସେ ମାତ୍ର ୬ ମାସର ହୋଇଥିଲେ ରେଟିନାବ୍ଲାଷ୍ଟୋମା ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ଏକ ବିରଳ ଆଖି କ୍ୟାନ୍ସର। ଯଦି ସେତେବେଳେ ତାଙ୍କ ଆଖି ବାହାର କରାଯାଇ ନ ଥାନ୍ତା ତେବେ କ୍ୟାନ୍ସର ସାରା ଶରୀରରେ ବ୍ୟାପିବାର ଆଶଙ୍କା ଥିଲା। ତେଣୁ କ୍ୟାନ୍ସରଗ୍ରସ୍ତ ତାଙ୍କ ଆଖିକୁ ବାହାର କରି ଦିଆଯାଇଥିଲା। ଆଉ ସେ ସ୍ଥାନରେ ଏକ ନକଲି ଆଖି ଲଗାଇ ଦିଆଗଲା। ହେଲେ ଡାନି ଏହି ଆଖିକୁ ନେଇ ଜମାରୁ ଖୁସି ନ ଥିଲେ କି କେବେ କମ୍ଫର୍ଟେବୁଲ ଅନୁଭବ କରିପାରୁ ନ ଥିଲେ। ଲୋକ ବି ତାଙ୍କ ନକଲି ଆଖିକୁ ନେଇ ଥଟା ମଜା କରୁଥିଲେ। ଏହି ସ୍ଥିତିକୁ ଦୂରେଇବା ପାଇଁ ଏବେ ସେ ସେହି ନକଲି ଆଖି ସ୍ଥାନରେ ଏକ ସୁନା ଆଖି ଲଗାଇଦେଇଛନ୍ତି। ଡାନି କହନ୍ତି, ‘ମୁଁ ମୋ ପୁରୁଣା ନକଲି ଆଖିକୁ ନେଇ କେବେ ବି ଖୁସି ନ ଥିଲି। ହେଲେ ଏଇ ସୁନା ଆଖି ଲଗାଇବା ପରେ ମୁଁ ଖୁସି ଅଛି। ତା’ସହ ମୋର ହଜିଯାଇଥିବା ପୁରୁଣା ଆତ୍ମବିଶ୍ୱାସ ବି ମୁଁ ଫେରି ପାଇଛି।’ ଏହି ଆଖି ଲଗାଇବା ପାଇଁ ଡାନି ୧୫୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଏହି ଆଖି ଲଗାଇବା ପରେ ସେ ବହୁତ ଭଲ ଭାବେ ଜୀବନ ଜିଉଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?