Posted inଫୁରସତ

ସୁନା ଆଖି ଥିବା ଯୁବତୀ

ବେଳେବେଳେ ସମୟ ଏମିତି ଆସେ ଯେବେ ଜୀବନ ବଞ୍ଚାଇବା ଲାଗି ମଣିଷକୁ ନିଜ ଶରୀରର ଅଙ୍ଗକୁ ବଳି ଦେବାକୁ ପଡିଥାଏ। ପ୍ରାୟତଃ ଦୁର୍ଘଟଣା ଅବା କୌଣସି ଇନ୍‌ଫେକ୍ସନ ହୋଇଥିଲେ ଏଭଳି ସ୍ଥିତି ଉପୁଜିଥାଏ। ଆଉ ଏଭଳି କରିବା ଦ୍ୱାରା ଜୀବନ ତ ବଞ୍ଚିଯାଏ ହେଲେ ସାରା ଜୀବନ ଶରୀରର କୌଣସି ଅଙ୍ଗକୁ ହରାଇ ଜିଇଁବାକୁ ହୁଏ। ସେମିତି ଏକ ସ୍ଥିତି ଦେଇ ଗତି କରିଥିଲେ ଲିଭରପୁଲରେ ରହୁଥିବା ଡାନି ଓ୍ବିରୋ। ଯେତେବେଳେ ସେ ମାତ୍ର ୬ ମାସର ହୋଇଥିଲେ ରେଟିନାବ୍ଲାଷ୍ଟୋମା ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ଏକ ବିରଳ ଆଖି କ୍ୟାନ୍ସର। ଯଦି ସେତେବେଳେ ତାଙ୍କ ଆଖି ବାହାର କରାଯାଇ ନ ଥାନ୍ତା ତେବେ କ୍ୟାନ୍ସର ସାରା ଶରୀରରେ ବ୍ୟାପିବାର ଆଶଙ୍କା ଥିଲା। ତେଣୁ କ୍ୟାନ୍ସରଗ୍ରସ୍ତ ତାଙ୍କ ଆଖିକୁ ବାହାର କରି ଦିଆଯାଇଥିଲା। ଆଉ ସେ ସ୍ଥାନରେ ଏକ ନକଲି ଆଖି ଲଗାଇ ଦିଆଗଲା। ହେଲେ ଡାନି ଏହି ଆଖିକୁ ନେଇ ଜମାରୁ ଖୁସି ନ ଥିଲେ କି କେବେ କମ୍ଫର୍ଟେବୁଲ ଅନୁଭବ କରିପାରୁ ନ ଥିଲେ। ଲୋକ ବି ତାଙ୍କ ନକଲି ଆଖିକୁ ନେଇ ଥଟା ମଜା କରୁଥିଲେ। ଏହି ସ୍ଥିତିକୁ ଦୂରେଇବା ପାଇଁ ଏବେ ସେ ସେହି ନକଲି ଆଖି ସ୍ଥାନରେ ଏକ ସୁନା ଆଖି ଲଗାଇଦେଇଛନ୍ତି। ଡାନି କହନ୍ତି, ‘ମୁଁ ମୋ ପୁରୁଣା ନକଲି ଆଖିକୁ ନେଇ କେବେ ବି ଖୁସି ନ ଥିଲି। ହେଲେ ଏଇ ସୁନା ଆଖି ଲଗାଇବା ପରେ ମୁଁ ଖୁସି ଅଛି। ତା’ସହ ମୋର ହଜିଯାଇଥିବା ପୁରୁଣା ଆତ୍ମବିଶ୍ୱାସ ବି ମୁଁ ଫେରି ପାଇଛି।’ ଏହି ଆଖି ଲଗାଇବା ପାଇଁ ଡାନି ୧୫୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ ଏହି ଆଖି ଲଗାଇବା ପରେ ସେ ବହୁତ ଭଲ ଭାବେ ଜୀବନ ଜିଉଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri