ବୃଦ୍ଧା ବାପାଙ୍କ କାନ୍ଧରେ ଯୁବା ପୁଅର ବୋଝ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଯେଉଁ ବୟସରେ ପୁଅ ଖଟି ରୋଜଗାର କରି ନିଜ ପିତାମାତାଙ୍କୁ ପ୍ରତିପୋଷଣ କରିବାର କଥା ସେତେବେଳେ ବୃଦ୍ଧ ବାପାଙ୍କ ଉପରେ ବୋଝ ପାଲଟିଛନ୍ତି ୩୦ବର୍ଷର ପୁଅ ା ଭାଗ୍ୟର ବିଡ଼ମ୍ବନା, ଯେଉଁ ଯନ୍ତ୍ରଣା କି କହିହୁଏ ନାହିଁ କି ସହି ହୁଏ ନାହିଁ। ସେହିଭଳି ଦୁଃଖ ମଧ୍ୟରେ ଗତି କରୁଛନ୍ତି ନକୁଳ ।
ଯାଜପୁର ଜିଲା ବଡ଼ଚଣା ବ୍ଲକ ପାରିଆ ପଞ୍ଚାୟତ ଅନ୍ତର୍ଗତ ବରୁଣିଆ ଗ୍ରାମର ୮୦ ବର୍ଷ ବୟସ୍କ ନକୁଳ ମଲିକଙ୍କ ଏକମାତ୍ର ପୁଅ ଭବାନୀ ଶଙ୍କର ଦିବ୍ୟାଙ୍ଗ ହୋଇଯିବା ପରେ ଏବେ ସେ ତାଙ୍କ ପାଇଁ ବୋଝ ପାଲଟିଛନ୍ତି। ଏବେ ଭବାନୀଙ୍କ ବୟସ ୩୦ବର୍ଷ ା ହେଲେ ସେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ା ଗତ ୧୦ ବର୍ଷ ହେବ ତାଙ୍କ ଗୋଡ଼ ହାତ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ସେ କଥା ବି କହି ପାରୁ ନାହାନ୍ତି । ୮୦ବର୍ଷ ବୟସରେ କାନ୍ଧରେ ପୁଅକୁ ପକାଇ ବାପା ତାଙ୍କ ସେବା କରୁଛନ୍ତି। ସରକାରଙ୍କ ମାଳମାଳ ଯୋଜନା ଲୋକଙ୍କୁ ଉପଲବ୍ଧ ହେଉଥିଲା ବେଳେ ଏ ଦୁର୍ବିସହ, ଧରାଶାୟୀ ଦିବ୍ୟାଙ୍ଗ ଭବାନୀଶଙ୍କରଙ୍କୁ କେବଳ କିଛି ଭତ୍ତାଟଙ୍କା ମିଳୁଥିବା ବେଳେ ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ସେ ବଞ୍ଚତ୍ତ ହୋଇଛନ୍ତି ା ପୁଅର ଚିକିତ୍ସା ପାଇଁ ପାଖରେ ପଇସାଟିଏ ନାହିଁ, ଓଳିଏ ଖାଇଲେ, ଆର ଓଳି ଉପାସ। ଅଧିକାଂଶ ଲୋକଙ୍କ ପାଖରେ ଗୁହାରି କରିଛି, ପ୍ରଶାସନ ନିକଟରେ ନିବେଦନ କରିଛି, ହେଲେ କେହି ଶୁଣି ନାହାଁନ୍ତି ବୋଲି କହିଛନ୍ତି ନକୁଳ। ଭଗବାନଙ୍କ ଉପରେ ଆଶା ଭରସା ରଖି ପୁଅକୁ କାନ୍ଧରେ ଧରି ବୋହି ଚାଲିଛନ୍ତି ସେ ା ପୁଅର କେଉଁ ରୋଗ ହୋଇଥିଲା ? କାହିଁକି ଏପରି ଅବସ୍ଥା ହେଲା ସେ ସମ୍ପର୍କରେ ନକୁଳ ଠିକ୍‌ ଭାବେ କହି ପାରୁନାହାଁନ୍ତି। ତାଙ୍କର କହିବା କଥା ସବୁ ଠିକ୍‌ ଥିଲା ା ଯେତେବେଳେ ପୁଅକୁ ୨୦ବର୍ଷ ସେ ଅସୁସ୍ଥ ଅନୁଭବ କରିଥିଲେ ା ଆସ୍ତେ ଆସ୍ତେ ସେ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଲେ। ତାକୁ ଚିକିତ୍ସା ପାଇଁ ମୁଁ ବଡ଼ଚଣା ଓ କଟକ ମେଡ଼ିକାଲ ନେଇଥିଲି ା ହେଲେ ପାଖରେ ପଇସା ନ ଥିବାରୁ ବଡ଼ ମେଡ଼ିକାଲରେ ଚିକିତ୍ସା କରିବା ମୋ ପକ୍ଷେ ସମ୍ଭବପର ହୋଇପାରିଲା ନାହିଁ। ସେଥିପାଇଁ ଘରେ ମୁଁ ତାର ବୋଝ ନିଜ କାନ୍ଧରେ ବୋହି ଚାଲୁଛି। ତୁରନ୍ତ ପୁଅର ଚିକିତ୍ସା ବ୍ୟବସ୍ଥା କରିବା ସହ ଆର୍ଥତ୍କ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଯାଜପୁର ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri