ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ପାଇଁ ସର୍ଭିସ ତାର ଯାଇ ନଥିବାରୁ ବିଦ୍ୟୁତ୍‌ ଜଳୁନି। କନ୍ଧମାଳ ଜିଲା ଦାରିଙ୍ଗବା ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତ ଅଧୀନ ଶ୍ରାକିପାଙ୍ଗା ଗ୍ରାମରେ ଏପରି ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ନ ଥିବା ହେତୁ ଲୋକଙ୍କୁ ବହୁ କଷ୍ଟ ସହିବାକୁ ପଡୁଛି।ଏହି ଗ୍ରାମରେ ମୋଟ ୩୩ ପରିବାର ବାସ କରନ୍ତି। ଗ୍ରାମରେ ୨୪ ପରିବାର ଏବଂ ପାହାଡ଼ ଉପରେ ୯ଟି ପରିବାର ରହୁଛନ୍ତି। ବିଦ୍ୟୁତ୍‌ ନ ଥିବାରୁ ଦୀର୍ଘ ବର୍ଷ ଧରି ଅନ୍ଧାରରେ ରହିଛି ଶ୍ରାକିପାଙ୍ଗା ଗ୍ରାମ। ସରକାର କୌଣସି ଗ୍ରାମ ଆଉ ଅନ୍ଧାରରେ ରହିବ ନାହିଁ ବୋଲି ଘୋଷଣା କରିବା ପରେ ଶ୍ରାକିପାଙ୍ଗା ଗ୍ରାମବାସୀ ଖୁସି ହୋଇଥିଲେ। ଗ୍ରାମକୁ ବିଦ୍ୟୁତ୍‌ ଆଣିବାକୁ ଗ୍ରାମବାସୀ ସ୍ବେଚ୍ଛାକୃତ ଭାବେ ଠିକାସଂସ୍ଥାକୁ ସାହାଯ୍ୟ କରିଥିଲେ। ନିଜ ଖର୍ଚ୍ଚରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକୁ ଟ୍ରାକ୍ଟର ଯୋଗେ ଆଣି ନିଜେ ଗାତ ଖୋଳି ଖୁଣ୍ଟ ପୋତି ଦେଇଥିଲେ। ପରେ ବିଦ୍ୟୁତ୍‌ ସଂଯୋଗ ପାଇଁ ୨୪ ପରିବାର ଅନ୍‌ଲାଇନ ମାଧ୍ୟମରେ ଘର ପିଛା ୨୫ଶହ ଟଙ୍କା ଲେଖାଏ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଜମା କରିଥିଲେ। ଏହାକୁ ଏବେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍‌ ଆସିନାହିଁ ବୋଲି ଗ୍ରାମର ଜିସାୟ ପ୍ରଧାନ, ରମାକାନ୍ତି ପ୍ରଧାନ, ସରୋଜିନୀ ପ୍ରଧାନଙ୍କ ସହ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଏନେଇ ଦାରିଙ୍ଗବାଡି ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ କହିଲେ, ତାଙ୍କ ଡକ୍ୟୁମେଣ୍ଟରେ କିଛି ସମସ୍ୟା ରହିଥିବ, ତାକୁ ପୁନଃ ନିଜ ଷ୍ଟାଟସକୁ ଅନ୍‌ଲାଇନରେ ଯାଞ୍ଚ କରାନ୍ତୁ ବୋଲି କହିଥିଲେ। ତେବେ ହିତାଧିକାରୀ ବର୍ଷେ ପୂର୍ବରୁ ଅର୍ଥ ଡିପୋଜିଟ କରିବା ପରେ ତାକୁ ବିଭାଗ ସେ ସମୟରେ ତଦାରଖ ନ କରି ଏବେ ଗ୍ରାମବାସୀଙ୍କୁ ତଦାରଖ ଆଳରେ ନିଜ ଦୋଷ ଖସାଇ ଦେବାକୁ ଉଦ୍ୟମ କରୁଛି ବୋଲି ଗ୍ରାମବାସୀ ପ୍ରକାଶ କରି ଶୀଘ୍ର ସେମାନଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ ଲାଗି ଦାବି କରିଛନ୍ତି। ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ନ ଦେଲେ ଏଣିକି ରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଗ୍ରାମ ପାଇଁ ଗୋଟିଏ ସୋଲାର ପମ୍ପ ରହିଛି। ଅଧିକ ସୋଲାର ପମ୍ପ ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri