ମହାକାଶକୁ ଯିବ କାଠ ତିଆରି ଉପଗ୍ରହ…

ଟୋକିଓ,୧୮।୨ : ଜାପାନର ବୈଜ୍ଞାନିକମାନେ ପୃଥିବୀର ଅନ୍ୟତମ ଅନନ୍ୟ ମହାକାଶଯାନ ସୃଷ୍ଟି କରିଛନ୍ତି। ଏହି ଛୋଟ ଉପଗ୍ରହ କାଠରେ ନିର୍ମିତ ହୋଇଛି। ଏହାର ନାମ ଲିଗ୍ନୋସାଟ ରଖାଯାଇଛି। ମାଗ୍ନୋଲିଆ କାଠରୁ ଲିଗ୍ନୋସେଟ ନିର୍ମିତ, ଯାହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ) ରେ କରାଯାଇଥିବା ପରୀକ୍ଷଣରେ ସ୍ଥିର ଏବଂ ଫାଟିବା ପ୍ରତିରୋଧୀ ବୋଲି ଜଣାପଡିଛି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଆମେରିକାର ରକେଟରେ ଏହି ଉପଗ୍ରହ ଉତକ୍ଷେପଣ କରିବାର ଯୋଜନା ଚୂଡାନ୍ତ ହୋଇଛି।

ରିପୋର୍ଟ ଅନୁଯାୟୀ, ଏହି କାଠ ଉପଗ୍ରହକୁ କିୟୋଟୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ତଥା ଲଗିଂ କମ୍ପାନୀ ସୁମିତୋମୋ ଫରେଷ୍ଟ୍ରି ଦ୍ୱାରା ବିକଶିତ କରାଯାଇଛି। ଏହାର ସୃଷ୍ଟି ପଛରେ ଥିବା ଧାରଣା ହେଉଛି କାଠ ପରି ଜୈବ ଡିଗ୍ରେଡେବୁଲ ସାମଗ୍ରୀ ବ୍ୟବହାର କରିବାର ଧାରଣା ପରୀକ୍ଷା କରିବା, ଯେଉଁ ଧାତୁଗୁଡ଼ିକରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଉପଗ୍ରହ ତିଆରି ହୋଇଛି ସେହି ଧାତୁଗୁଡ଼ିକ ପାଇଁ ଏକ ପରିବେଶ ଅନୁକୂଳ ବିକଳ୍ପ ଭାବରେ ଏହା କାର୍ଯ୍ୟ କରିପାରିବ କି ନାହିଁ ତାହା ପରୀକ୍ଷା କରିବା ।

କାଇଟୋ ବିଶ୍ୱବିଦ୍ୟାଳୟର ଜାପାନର ମହାକାଶଚାରୀ ତଥା ଏରୋସ୍ପେସ ଇଞ୍ଜିନିୟର ତାକାଓ ଢୋଇ ଚେତାବନୀ ଦେଇଛନ୍ତି ଯେ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କରୁଥିବା ସମସ୍ତ ଉପଗ୍ରହ ଜଳିଯାଏ ଏବଂ ଛୋଟ ଆଲୁମିନିୟମ କଣିକା ସୃଷ୍ଟି କରେ। ଏହି କଣିକା ଗୁଡିକ ଦୀର୍ଘ ବର୍ଷ ଧରି ଉପର ବାୟୁମଣ୍ଡଳରେ ଭାସମାନ ରହିଥାଏ। ଏହା ପୃଥିବୀର ପରିବେଶ ଉପରେ ପ୍ରଭାବ ପକାଇଥାଏ। ଏହି ସମସ୍ୟାର ମୁକାବିଲା ପାଇଁ, କାଇଟୋ ଅନୁସନ୍ଧାନକାରୀମାନେ କାଠ ଉପଗ୍ରହ ତିଆରି ଦିଗରେ ପଦକ୍ଷେପ ନେଇଥିଲେ। ଏଥିପାଇଁ ବିଭିନ୍ନ ପ୍ରକାରର କାଠ ପରୀକ୍ଷା କରାଯାଇଥିଲା ଯାହା ପୃଥିବୀର ଚାରିପଟେ କକ୍ଷପଥରେ ଲମ୍ବା ଉଡ଼ାଣକୁ କେତେ ସହ୍ୟ କରିପାରିବ।
ଏହି ପରୀକ୍ଷଣଗୁଡିକ ପରେ, ନମୁନାଗୁଡିକ ଆଇଏସଏସକୁ ପଠାଯାଇଥିଲା, ଯେଉଁଠାରେ ଏହା ପୃଥିବୀକୁ ଫେରିବା ପୂର୍ବରୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଏକ୍ସପୋଜର ପରୀକ୍ଷଣର ସମ୍ମୁଖୀନ ହୋଇଥିଲା । କାଠରେ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଥିଲା। ଏହା ଘଟିଛି କାରଣ ମହାକାଶରେ ଅମ୍ଳଜାନ ନାହିଁ ଯାହା କାଠକୁ ଜାଳିପାରେ ଏବଂ କୌଣସି ଜୀବନ ସତ୍ତା ନାହାନ୍ତି ,ଯାହାଙ୍କ ଦ୍ୱାରା ଏହା କ୍ଷୟ ହୋଇପାରେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ମୁରାତା କହିଛନ୍ତି ଜାପାନିଜ ଚେରି ସମେତ ଅନେକ ପ୍ରକାରର କାଠ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ମ୍ୟାଗ୍ନୋଲିଆ ଗଛର କାଠ ସବୁଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ ହୋଇଥିଲା । ତେଣୁ ଏହା କାଠ ଉପଗ୍ରହ ତିଆରି ପାଇଁ ବ୍ୟବହୃତ ହେଉଥିଲା । ଉପଗ୍ରହର ଗୋଟିଏ ମିଶନ ହେଉଛି ମହାକାଶରେ କାଠ ସଂରଚନାର ଶକ୍ତି ଉପରେ ନଜର ରଖିବା । ମୁରାତା କହିଛନ୍ତି ଲଞ୍ଚ ଭେହିକିଲ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡ଼ିବ।

ଯଦି କକ୍ଷପଥରେ ଏହାର କାର୍ଯ୍ୟ ସମୟରେ ଲିଗ୍ନୋସାଟ ଭଲ ପ୍ରଦର୍ଶନ କରେ, ତେବେ ଅଧିକ ଉପଗ୍ରହ ପାଇଁ ନିର୍ମାଣ ସାମଗ୍ରୀ ଭାବରେ କାଠ ବ୍ୟବହାର ପାଇଁ ଦ୍ୱାର ଖୋଲାଯାଇପାରେ। ଆକଳନ କରାଯାଇଛି ଆସନ୍ତା ବର୍ଷରେ ବାର୍ଷିକ୨,୦୦୦ ରୁ ଅଧିକ ମହାକାଶଯାନ ଉତକ୍ଷେପଣ ହେବାର ସମ୍ଭାବନା ରହିଛି। ଏହା ପରିବେଶ ପାଇଁ ବହୁତ ସାହାଯ୍ୟ କରିବ। ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ପୃଥିବୀ ବାୟୁ ମଣ୍ଡଳରେ ଉପଗ୍ରହର ପୁନଃପ୍ରବେଶ ଦ୍ୱାରା ଆଲୁମିନିୟମ ଯୋଗୁ ଓଜୋନ ସ୍ତରର ଅବନତି ଘଟିପାରେ। ଫଳରେ ସୂର୍ଯ୍ୟଙ୍କ ଅତିବାଇଗଣି ରଙ୍ଗର ବିକିରଣରୁ ସୁରକ୍ଷା ଦେବା କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri