ସୁନା ଚେନ୍‌ ସଫା କରୁଥିଲେ ମହିଳା, ହଠାତ୍‌ ଉଡ଼ିଉଡ଼ି ଆସି ଝାମ୍ପିନେଲା କାଉ, ଆଉ ତା’ ପରେ…

ଥିରୁଭାନନ୍ତପୁରମ୍‌,୧୫ା୮: କେରଳର ତ୍ରିସୁରରୁ ଚୋରିର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋର ଜଣକ ମଣିଷ ନୁହେଁ ବରଂ ଏକ କାଉ ବୋଲି ଜଣାପଡ଼ିଛି। କାଉଟି ହଠାତ୍‌ ଉଡ଼ିଉଡ଼ି ଆସି ମହିଳାଙ୍କ ସୁନା ଚେନ୍‌ ଝାମ୍ପି ନେଇ ପଳାଇଲା। ଯାହାର ମୂଲ୍ୟ ୩.୫ ଲକ୍ଷ ଟଙ୍କା ଥିଲା। ମାତ୍ର ପରେ କାଉ ମୁହଁରୁ ଚେନ୍‌ଟି ଖସି ପଡ଼ିବାରୁ ଏବଂ ମହିଳା ଜଣକ ତାଙ୍କ ଚେନ୍‌ ଫେରି ପାଇଲେ।

ପ୍ରକୃତରେ ତ୍ରିସୁରର ମାଥିଲାକମ ନିବାସୀ ଅଙ୍ଗନଓ୍ବାଡ଼ି କର୍ମୀ ଶିର୍ଲିଙ୍କ ୩.୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍‌ ଚୋରି ହୋଇଗଲା। ଏହି ଘଟଣା ଅଗଷ୍ଟ ୧୩ରେ ଘଟିଥିଲା, ଯେତେବେଳେ ଅଙ୍ଗନଓ୍ବାଡ଼ି କର୍ମୀ ଅଙ୍ଗନଓ୍ବାଡ଼ି ପରିସର ସଫା କରୁଥିଲେ। ସଫା କରିବା ସମୟରେ ଶିର୍ଲି ତାଙ୍କ ବେକରୁ ଚେନ୍‌ କାଢ଼ି ପାଖରେ ଥିବା ଶିଡ଼ିରେ ରଖିଥିଲେ। ଶିର୍ଲି କାମରେ ବ୍ୟସ୍ତ ହେବା ମାତ୍ରେ ର୍ଶିଲି ପାଖରେ ଖାଦ୍ୟର ଏକ ପ୍ୟାକେଟ୍‌ ମଧ୍ୟ ରଖାଯାଇଥିଲା। ହଠାତ୍‌ ଏକ କାଉ ଆସି ଖାଦ୍ୟ ପ୍ୟାକେଟ ଛାଡ଼ି ଶିର୍ଲିଙ୍କ ଚେନ୍‌ ଉଠାଇ ଉଡ଼ିଗଲା।

କାଉକୁ ସୁନା ଚେନ୍‌ ନେଇ ଯାଉଥିବା ଦେଖି ଶିର୍ଲି ବଡ଼ ପାଟି କଲେ ଏବଂ ତା’ ପଛରେ ଦୌଡ଼ିବାକୁ ଲାଗିଲେ। ଶିର୍ଲିଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ମଧ୍ୟ କାଉ ପଛରେ ଦୌଡ଼ିବାକୁ ଲାଗିଲେ, ଯେଉଁଠାରେ କାଉଟି ଜଙ୍ଗଲ ଏବଂ ଜଳପ୍ରପାତରେ ପରିପୂର୍ଣ୍ଣ ଏକ ଅଞ୍ଚଳକୁ ଉଡ଼ିଗଲା, କିନ୍ତୁ ତା ପୂର୍ବରୁ ଏହା ପାଖରେ ଥିବା ଏକ ଗଛରେ ବସିଯାଇଥିଲା। କାଉ ଗଛରେ ବସିବା ମାତ୍ରେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ପଥର ଫିଙ୍ଗି ଦେଇଥିଲା, ଯାହା ଫଳରେ କାଉଠାରୁ ସୁନା ଚେନ୍‌ ଖସି ପଡ଼ିଲା ଏବଂ ପରେ କାଉଟି ଉଡ଼ିଗଲା।

ଏହା ପରେ ଶିର୍ଲିଙ୍କ ସହିତ ସ୍ଥାନୀୟ ଲୋକମାନେ ତାଙ୍କ ଚେନ୍‌ ପାଇଲେ। ଶିର୍ଲି ତାଙ୍କର ସୁନା ଚେନ ଫେରି ପାଇବା ପରେ ଆଶ୍ୱସ୍ତି ପାଇଲେ। ପୂର୍ବରୁ ମଧ୍ୟ ଏପରି ଏକ ଖବର ପ୍ରକାଶ ପାଇଛି। କେରଳର କୋଝିକୋଡରେ ଏକ କାଉ ଜଣେ ମହିଳାଙ୍କ ସୁନା କଙ୍କଣ ଚୋରି କରି ନେଇଥିଲା। ଯେତେବେଳେ ମହିଳା ଜଣକ ତାଙ୍କ ଘର ଅଗଣାରେ ଚୁଡ଼ି ଓହ୍ଲାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri