Posted inଜାତୀୟ

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକତା,୨।୮: ପଶ୍ଚିମବଙ୍ଗ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଇଡି ଅନୁସନ୍ଧାନର ସମ୍ମୁଖୀନ ହୋଇଥିବା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରକୁ ମଙ୍ଗଳବାର ଜଣେ ମହିଳା ଚପଲ ଫିଙ୍ଗିଛନ୍ତି। ପାର୍ଥ ଚାଟାର୍ଜୀଙ୍କୁ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନା ନିଆଯାଇଥିବାବେଳେ ଏହି ଘଟଣା ଘଟିଛି। ମହିଳା ଜଣକ ତାଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ଚପଲ ଫିଙ୍ଗିବା ପରେ ସେ ଖାଲି ପାଦରେ ଘରକୁ ଫେରିଯାଇଥିଲେ। ସେ ଯାହା ବି କଲେ ସମ୍ପୂର୍ଣ୍ଣ ଠିକ କରିଛନ୍ତି ବୋଲି ସମ୍ପୃକ୍ତ ମହିଳା କରିଛନ୍ତି।
ଅନ୍ୟପକ୍ଷରେ ଗିରଫ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପଚରାଉଚରା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସହିତ ସହଯୋଗ କରୁନାହାଁନ୍ତି ବୋଲି ଜଣେ ଇଡି ଅଧିକାରୀ କହିଛନ୍ତି। ଶିକ୍ଷା ନିଯୁକ୍ତି ଦୁର୍ନୀତି ଯାଞ୍ଚ ସମ୍ପର୍କରେ ଇଡିଙ୍କ ଅଧିକାଂଶ ପ୍ରଶ୍ନର ଉତ୍ତର ସେ ଦେଉନାହାଁନ୍ତି। ଅଧିକାଂଶ ସମୟ ସେ ଚୁପ ରହୁଛନ୍ତି॥ ନିଜକୁ ନିଲମ୍ବନ କରିବାକୁ ଟିଏମସିର ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଷଡଯନ୍ତ୍ରର ଶିକାର ହୋଇ ଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ପାର୍ଥ ଚାଟାର୍ଜୀଙ୍କୁ ଜୁଲାଇ ୨୩ରେ ଇଡି ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଇଡି ପ୍ରାୟ ୨୧ କୋଟି ଟଙ୍କା ଜବତ କରିଥିଲା। ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମୟରେ ପାର୍ଥ ଚାଟାର୍ଜୀଙ୍କ ପାଖରେ ଶିକ୍ଷା ବିଭାଗର ଦାୟିତ୍ୱ ଥିଲା। ପରେ ଏହି ବିଭାଗ ତାଙ୍କଠାରୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଇନ୍ଦିରା ଗାନ୍ଧୀଙ୍କ କ୍ଷମତା ଯାଇଛି, ଦିନେ ମୋଦି ବି ଯିବେ, ତେଣୁ ପରିସ୍ଥିତି ଖରାପ କରନା…’କାହିଁକି ରାଜ୍ୟପାଳ ମଲିକ କହିଲେ ଏମିତି

ନୂଆଦିଲ୍ଲୀ,୨୧ ।୧୧: ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମନେରଖିବା ଉଚିତ ଯେ ଶାସନ କ୍ଷମତା ଚିରସ୍ଥାୟୀ...

ଝୁଲୁଛି ପିଲାଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର...

୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନ ବହୁ ପ୍ରଭାବଶାଳୀ: ଦାବି କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୧୭।୬: ଭାରତ ବାୟୋଟେକର ଆଣ୍ଟି-କରୋନା ଭାଇରସ୍‌ ଟିକା କୋଭୋକ୍ସିନ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ।...

ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୨: ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକ ଲଗାଇବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି...

‘ଆତଙ୍କବାଦୀଙ୍କୁ ପଠାଅନି, ପଡ଼ୋଶୀ ଭଳି ରୁହ’

ନୂଆଦିଲ୍ଲୀ,୩୦-୮(ପି.ଟି.): ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବା ବନ୍ଦ କରି ସ୍ବାଭାବିକ ପଡ଼ୋଶୀ ଭଳି ରହୁ ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀରକୁ ନେଇ...

ଅଯୋଧ୍ୟାରେ ତିଆରି ହେବ ୧୦୧ଫୁଟ୍‌ ଉଚ୍ଚ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ମନ୍ଦିର

ଲକ୍ଷ୍ନୌ,୨୧।୨: ରାମଙ୍କ ସହର ଅଯୋଧ୍ୟାରେ ଅନେକ ମଠ ଏବଂ ମନ୍ଦିର ରହିଛି। କିନ୍ତୁ ବର୍ତ୍ତମାନ ଏହି ସହର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ସହିତ ପରିଚିତ...

ଟୁଇଟର ବନ୍ଦ କଲା ୯୭ ପ୍ରତିଶତ ଆକାଉଣ୍ଟ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଚାପ ପଡିବା ପରେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟୁଇଟର ପାଖାପାଖି ୯୭ ପ୍ରତିଶତ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା...

ଆତ୍ମନିର୍ଭର ଭାରତ ଆଡ଼କୁ ଏକ ପାଦ

ନୂଆଦିଲ୍ଲୀ,୮।୯(ପି.ଟି.): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବାରେ ବେଶ୍‌ ସହାୟକ...

Advertisement
Archives

Model This Week