Advertisement

ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦଶମନ୍ତପୁର,୧୦ା୧୧ ( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତର କୁଦାଲଅଟାଲ ଗ୍ରାମରେ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏନେଇ ଦଶମନ୍ତପୁର ଥାନାରେ ଅଭିଯୋଗ ହୋଇଛି l ମହିଳା ଜଣକ ହେଲେ ଗ୍ରାମର ରାମଦାସ ପରଜାଙ୍କ ସ୍ତ୍ରୀ ଦାନିକ। ବୁଧବାର ରାତିରେ ରାମଦାସଙ୍କ ପୁଅ କୁର୍ମଙ୍କ ସହ ଟଙ୍କ ପରଜା ପାଟିତୁଣ୍ଡ କରୁଥିଲେ। କୁର୍ମଙ୍କ ମା ଦାନିକ ବାହାରକୁ ଆସି କାହିଁକି ପାଟିତୁଣ୍ଡ କରୁଛ ବୋଲି କହି ଟଙ୍କଙ୍କୁ ଘରକୁ ଯିବାକୁ କହିଥିଲେ। ଗୁରୁବାର ସକାଳେ ଦାନିକ ମୁହଁ ଧୋଉଥିବା ସମୟରେ ହଠାତ୍‌ ଟଙ୍କ ଆସି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ। ଘଟଣା ପରେ ଅଭିଯୁକ୍ତ ଟଙ୍କ ଫେରାର ହୋଇଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରଜଙ୍ଗ ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ: ଥାନାଠାରୁ ଅନତି ଦୂରରେ ପୁଣି ଲୁଟ୍‌ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଯୁବକ

ପରଜଙ୍ଗ,୧୫।୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ- ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗାଁ ନିକଟରେ ସୋମବାର ପୁଣି ଜଣେ ଯୁବକଙ୍କଠାରୁ...

ଅଧାରାତିରେ ମହିଳାଙ୍କ କବାଟ ବାଡ଼େଇ ଘରେ ପଶିଥିଲେ ରଙ୍ଗିଲା ପୋଲିସ ବାବୁ: ରାସଲୀଳା ଉଦ୍ୟମ କରି ଫସିଲେ

ଅନୁଗୋଳ ଅଫିସ,୨୭।୮: ରାତି ଅଧରେ ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ପଶିଥିଲେ ପୋଲିସ ବାବୁ। ମହିଳା ଜଣଙ୍କ କିଛି ପଚାରିବା ପୂର୍ବରୁ ରଙ୍ଗିଲା ପୋଲିସ...

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ବାଲିଆପାଳ,୮।୭(ସ୍ବ.ପ୍ର)- ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ବାଲିଆପଳ-ବସ୍ତା ମୁଖ୍ୟ ପୂର୍ତ୍ତରାସ୍ତା ପାର୍ଶ୍ୱ ନୟନଯୋଡ଼ିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱ...

ପୁଣି ବିଶ୍ୱରେକର୍ଡ ସୃଷ୍ଟି କରିବ ବ୍ରହ୍ମପୁର ଆଇଟିଆଇ : ୨୨ଫୁଟର ବନିଶୀକଣ୍ଟାଯୁକ୍ତ ମାଛ କଳାକୃତି

ବ୍ରହ୍ମପୁର ଅଫିସ,୩ା୧- ବ୍ରହ୍ମପୁର ଆଇଟିଆଇ ପୁଣି ବିଶ୍ୱସ୍ତରରେ ରେକର୍ଡ କରିବାକୁ ଯାଉଛି। ପୂର୍ବରୁ ସ୍କ୍ରାପ୍‌ ତଥା ଆବର୍ଜନାରେ ଏସିଆର ସର୍ବ ବୃହତ୍‌ ଗିଟାର ଏସିଆ ବୁକ...

ରକ୍ତଦାନ ନିଶାରେ ବାପି: କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା

କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍।...

ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ

ନୟାଗଡ ଅଫିସ,୧୦ା୪: ଜିଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଗୁରୁବାର ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।...

୩୦ହଜାର ଟଙ୍କାରେ ୧୫ଦିନର ଶିଶୁ ବିକ୍ରି

ସୋର,୪।୧୨(ଡି.ଏନ୍‌.ଏ.):  ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଞ୍ଚଳରେ ୩୦ହଜାର ଟଙ୍କାରେ ଏକ ନବଜାତ ଶିଶୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ଚାଇଲ୍ଡଲାଇନ ପକ୍ଷରୁ ଚଢ଼ାଉ...

ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ

ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ହଠାତ୍‌ ପାରଦ ତଳମୁହାଁ ହୋଇଛି। ଶନିବାର ପାରଦ ୧୩ ଡିଗ୍ରୀ ରହିଥିବା ବେଳେ ରବିବାର ପାରଦ ଖସି ୯.୫ଡିଗ୍ରୀ...

Advertisement
Archives

Model This Week