ପ୍ରତି ୨ ମିନିଟ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ: ଜାତିସଂଘ

ଜେନେଭା,୨୪।୨:ବିଗତ ୨୦ ବର୍ଷ ମଧ୍ୟରେ ମାତୃମୃତ୍ୟୁ ହାର ଏକତୃତୀୟାଂଶ ହ୍ରାସ ପାଇଛି। ଏହା ସତ୍ତ୍ୱେ ଏବେ ପ୍ରତି ଦୁଇ ମିନିଟ୍‌ରେ ଜଣେ ମହିଳା ଗର୍ଭାବସ୍ଥାରେ କିମ୍ବା ସନ୍ତାନ ପ୍ରସବରେ ଜଟିଳତା କାରଣରୁ ପ୍ରାଣ ହରାଉଥିବା ଗୁରୁବାର ଜାତିସଂଘ ରିପୋର୍ଟରେ କୁହାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୦୦ରୁ ୨୦୧୫ ମଧ୍ୟରେ ମାତୃମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ୨୦୧୬ରୁ ୨୦୨୦ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ ଦେଖାଦେଇ ନ ଥିଲା। କାରଣ କେତେକ ଅଞ୍ଚଳରେ ମାତୃ ମୃତ୍ୟୁହାର ବଢ଼ିଥିବା ଦେଖାଯାଇଥିଲା। ଜାତିସଂଘ ରିପୋର୍ଟ ଅନୁଯାୟୀ ୨୦ ବର୍ଷରେ ମୋଟାମୋଟି ଭାବେ ମାତୃ ମୃତ୍ୟୁହାର ୩୪.୪ ପ୍ରତିଶତ ହ୍ରାସ ପାଇଛି। ୨୦୦୦ରେ ପ୍ରତି ଲକ୍ଷେରେ ୩୩୯ ଜଣ ମାଆଙ୍କର ମୃତ୍ୟୁ ଘଟୁଥିବାବେଳେ ୨୦୨୦ରେ ତାହା ୨୨୩କୁ ଖସିଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଜାତିସଂଘର ଅନ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି। ସେହି ଅନୁଯାୟୀ ଦେଖିଲେ ୨୦୨୦ରେ ଦୈନିକ ପାଖାପାଖି ୮୦୦ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ସନ୍ତାନ ଜନ୍ମ ସମୟରେ ମୃତ୍ୟୁ ଘଟିଛି।
ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ଙ୍କ କହିବା ଅନୁଯାୟୀ ଗର୍ଭାବସ୍ଥା ସବୁ ମହିଳାଙ୍କ ପାଇଁ ଅତ୍ୟନ୍ତ ଆଶାବାଦୀ ଓ ସକାରାତ୍ମକ ଅନୁଭୂତିର ସମୟ ହେବା ଆବଶ୍ୟକ। ତେବେ ବିଶ୍ୱର ଲକ୍ଷ ଲକ୍ଷ ମହିଳା ଏବେ ମଧ୍ୟ ବିପଦର ସମ୍ମୁଖୀନ ହେବା ଦୁଃଖଦାୟକ। ୨୦୧୬ରୁ ୨୦୨୦ ମଧ୍ୟରେ ଜାତିସଂଘର ୮ଟି ଅଞ୍ଚଳ ମଧ୍ୟରୁ ମାତ୍ର ୨ଟି ଅଞ୍ଚଳରେ ମାତୃମୃତ୍ୟୁହାର ହ୍ରାସ ପାଇଥିଲା। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଏହା ୩୫ ପ୍ରତିଶତ ହ୍ରାସ ପାଇଥିବା ବେଳେ କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆରେ ୧୬ ପ୍ରତିଶତ କମିଥିଲା। ଅନ୍ୟ ପକ୍ଷରେ ୟୁରୋପ ଏବଂ ଉତ୍ତର ଆମେରିକାରେ ମାତୃ ମୃତ୍ୟୁହାର ୧୭ ପ୍ରତିଶତ ବଢ଼ିଥିବାବେଳେ ଦକ୍ଷିଣ ଆମେରିକା ଏବଂ କାରିବିଆନ୍‌ ଅଞ୍ଚଳରେ ୧୫ ପ୍ରତିଶତ ବୃଦ୍ଧି ପାଇଥିଲା। ଦରିଦ୍ର ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ସର୍ବାଧିକ ଚିନ୍ତାଜନକ। ୨୦୨୦ରେ ଘଟିଥିବା ମାତୃମୃତ୍ୟୁର ୭୦ ପ୍ରତିଶତ କେବଳ ଉପସାହାରା ଆଫ୍ରିକା ଅଞ୍ଚଳରୁ ରେକର୍ଡ ହୋଇଥିଲା। ଏଠାରେ ମୃତ୍ୟୁହାର ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ତୁଳନାରେ ୧୩୬ ଗୁଣ ଅଧିକ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ମାନବୀୟ ସଙ୍କଟର ସମ୍ମୁଖୀନ ହୋଇଥିବା ଆଫଗାନିସ୍ତାନ, କେନ୍ଦ୍ରୀୟ ଆଫ୍ରିକା ରିପବ୍ଲିକ୍‌, ଚାଦ୍‌, ଡେମୋକ୍ରାଟିକ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ, ସିରିଆ ଏବଂ ୟେମେନରେ ମାତୃମୃତ୍ୟୁ ହାର ବିଶ୍ୱର ହାରାହାରି ହାର୍‌ ତୁଳନାରେ ଦୁଇ ଗୁଣରୁ ଅଧିକ। ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ, ସଂକ୍ରମଣ, ଅସୁରକ୍ଷିତ ଗର୍ଭପାତ ଜନିତ ଜଟିଳତା ଏବଂ ଏଚ୍‌ଆଇଭି/ଏଡ୍ସ ଆଦି କାରଣରୁ ମାତୃମୃତ୍ୟୁହାର ବଢ଼ିଥାଏ। ସନ୍ତାନ ଜନ୍ମ ଉପରେ ମହିଳାମାନଙ୍କ ନିୟନ୍ତ୍ରଣ ଆସିପାରିଲେ, ବିଶେଷ କରି ଯୋଜନା ଅନୁଯାୟୀ ଏବଂ ଉପଯୁକ୍ତ ବ୍ୟବଧାନରେ ସନ୍ତାନ ଜନ୍ମ କଲେ ମହିଳାମାନେ ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri