ପ୍ରତି ୨ ମିନିଟ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ: ଜାତିସଂଘ

ଜେନେଭା,୨୪।୨:ବିଗତ ୨୦ ବର୍ଷ ମଧ୍ୟରେ ମାତୃମୃତ୍ୟୁ ହାର ଏକତୃତୀୟାଂଶ ହ୍ରାସ ପାଇଛି। ଏହା ସତ୍ତ୍ୱେ ଏବେ ପ୍ରତି ଦୁଇ ମିନିଟ୍‌ରେ ଜଣେ ମହିଳା ଗର୍ଭାବସ୍ଥାରେ କିମ୍ବା ସନ୍ତାନ ପ୍ରସବରେ ଜଟିଳତା କାରଣରୁ ପ୍ରାଣ ହରାଉଥିବା ଗୁରୁବାର ଜାତିସଂଘ ରିପୋର୍ଟରେ କୁହାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୦୦ରୁ ୨୦୧୫ ମଧ୍ୟରେ ମାତୃମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ୨୦୧୬ରୁ ୨୦୨୦ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ ଦେଖାଦେଇ ନ ଥିଲା। କାରଣ କେତେକ ଅଞ୍ଚଳରେ ମାତୃ ମୃତ୍ୟୁହାର ବଢ଼ିଥିବା ଦେଖାଯାଇଥିଲା। ଜାତିସଂଘ ରିପୋର୍ଟ ଅନୁଯାୟୀ ୨୦ ବର୍ଷରେ ମୋଟାମୋଟି ଭାବେ ମାତୃ ମୃତ୍ୟୁହାର ୩୪.୪ ପ୍ରତିଶତ ହ୍ରାସ ପାଇଛି। ୨୦୦୦ରେ ପ୍ରତି ଲକ୍ଷେରେ ୩୩୯ ଜଣ ମାଆଙ୍କର ମୃତ୍ୟୁ ଘଟୁଥିବାବେଳେ ୨୦୨୦ରେ ତାହା ୨୨୩କୁ ଖସିଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଜାତିସଂଘର ଅନ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି। ସେହି ଅନୁଯାୟୀ ଦେଖିଲେ ୨୦୨୦ରେ ଦୈନିକ ପାଖାପାଖି ୮୦୦ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ସନ୍ତାନ ଜନ୍ମ ସମୟରେ ମୃତ୍ୟୁ ଘଟିଛି।
ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ଙ୍କ କହିବା ଅନୁଯାୟୀ ଗର୍ଭାବସ୍ଥା ସବୁ ମହିଳାଙ୍କ ପାଇଁ ଅତ୍ୟନ୍ତ ଆଶାବାଦୀ ଓ ସକାରାତ୍ମକ ଅନୁଭୂତିର ସମୟ ହେବା ଆବଶ୍ୟକ। ତେବେ ବିଶ୍ୱର ଲକ୍ଷ ଲକ୍ଷ ମହିଳା ଏବେ ମଧ୍ୟ ବିପଦର ସମ୍ମୁଖୀନ ହେବା ଦୁଃଖଦାୟକ। ୨୦୧୬ରୁ ୨୦୨୦ ମଧ୍ୟରେ ଜାତିସଂଘର ୮ଟି ଅଞ୍ଚଳ ମଧ୍ୟରୁ ମାତ୍ର ୨ଟି ଅଞ୍ଚଳରେ ମାତୃମୃତ୍ୟୁହାର ହ୍ରାସ ପାଇଥିଲା। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଏହା ୩୫ ପ୍ରତିଶତ ହ୍ରାସ ପାଇଥିବା ବେଳେ କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆରେ ୧୬ ପ୍ରତିଶତ କମିଥିଲା। ଅନ୍ୟ ପକ୍ଷରେ ୟୁରୋପ ଏବଂ ଉତ୍ତର ଆମେରିକାରେ ମାତୃ ମୃତ୍ୟୁହାର ୧୭ ପ୍ରତିଶତ ବଢ଼ିଥିବାବେଳେ ଦକ୍ଷିଣ ଆମେରିକା ଏବଂ କାରିବିଆନ୍‌ ଅଞ୍ଚଳରେ ୧୫ ପ୍ରତିଶତ ବୃଦ୍ଧି ପାଇଥିଲା। ଦରିଦ୍ର ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ସର୍ବାଧିକ ଚିନ୍ତାଜନକ। ୨୦୨୦ରେ ଘଟିଥିବା ମାତୃମୃତ୍ୟୁର ୭୦ ପ୍ରତିଶତ କେବଳ ଉପସାହାରା ଆଫ୍ରିକା ଅଞ୍ଚଳରୁ ରେକର୍ଡ ହୋଇଥିଲା। ଏଠାରେ ମୃତ୍ୟୁହାର ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ତୁଳନାରେ ୧୩୬ ଗୁଣ ଅଧିକ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ମାନବୀୟ ସଙ୍କଟର ସମ୍ମୁଖୀନ ହୋଇଥିବା ଆଫଗାନିସ୍ତାନ, କେନ୍ଦ୍ରୀୟ ଆଫ୍ରିକା ରିପବ୍ଲିକ୍‌, ଚାଦ୍‌, ଡେମୋକ୍ରାଟିକ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ, ସିରିଆ ଏବଂ ୟେମେନରେ ମାତୃମୃତ୍ୟୁ ହାର ବିଶ୍ୱର ହାରାହାରି ହାର୍‌ ତୁଳନାରେ ଦୁଇ ଗୁଣରୁ ଅଧିକ। ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ, ସଂକ୍ରମଣ, ଅସୁରକ୍ଷିତ ଗର୍ଭପାତ ଜନିତ ଜଟିଳତା ଏବଂ ଏଚ୍‌ଆଇଭି/ଏଡ୍ସ ଆଦି କାରଣରୁ ମାତୃମୃତ୍ୟୁହାର ବଢ଼ିଥାଏ। ସନ୍ତାନ ଜନ୍ମ ଉପରେ ମହିଳାମାନଙ୍କ ନିୟନ୍ତ୍ରଣ ଆସିପାରିଲେ, ବିଶେଷ କରି ଯୋଜନା ଅନୁଯାୟୀ ଏବଂ ଉପଯୁକ୍ତ ବ୍ୟବଧାନରେ ସନ୍ତାନ ଜନ୍ମ କଲେ ମହିଳାମାନେ ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?