ଚାଷୀ ଅନୁକୂଳ କଲେ ପହିଲି ମୁଣ୍ଡା

ମହାକାଳପଡ଼ା,୨୫ା୭(ଡି.ଏନ୍‌.ଏ.): ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅନେକ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ ହୋଇଥିବା ବେଳେ ଚାଷୀମାନେ ଜମିରେ ପହିଲି ମୁଣ୍ଡା ଅନୁକୂଳ କରିଛି। ଖରିଫ୍‌ ଋତୁରେ ଧାନଫସଲ ଭଲ ଅମଳ ପାଇଁ ଚାଷୀ ନଳିତା, ସାରୁ, କଳାମ ଆଦି ଗଛକୁ ହିଡ଼ମୁଣ୍ଡରେ ଲଗାଇ ଅରୁଆ ଚାଉଳରେ ପ୍ରସ୍ତୁତ ପିଠା ପୂଜାର୍ଚ୍ଚନା ପରେ ରୁଆ ବେଉଷଣ ଅନୁକୂଳ କରାଯାଇଥାଏ। ଚାଷୀମାନଙ୍କ ବିଶ୍ୱାସ ଯେ, ଏଭଳି କଲେ ଭଲ ଫସଲ ଅମଳ ହେବ। ଏବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୋଟ ୨୮ ହଜାର ହେକ୍ଟର ଚାଷଜମି ରହିଥିବା ବେଳେ ଖରିଫ୍‌ ଧାନ ଫସଲ ପାଇଁ ୨୪ ହଜାର ହେକ୍ଟର ଜମି ଚାଷ ହେଉଛି। ଅନ୍ୟ ୪ ହଜାର ହେକ୍ଟର ଜମିରେ ଅର୍ଥକରୀ ଫସଲ ମଧ୍ୟରେ ନଳିତା, ଆଖୁ, ଡାଲି, ତୈଳବୀଜଜାତୀୟ ଚିନାବାଦାମ, ସୂର୍ଯ୍ୟମୁଖୀ, ମସଲାଜାତୀୟ ଲଙ୍କା ସମେତ ପନିପରିବା ଉତ୍ପାଦନ ହେଉଛି।
ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ ଓ ନିଅଣ୍ଟିଆ ବର୍ଷା ଯୋଗୁ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେଉଛି। ଅପରପକ୍ଷରେ ଲଘୁଚାପଜନିତ ବର୍ଷା ଯୋଗୁ ସାମୁଦ୍ରିକ ଜୁଆର ଚାଷଜମିରେ ମାଡ଼ିଯିବା ଯୋଗୁ ଚାଷୀମାନଙ୍କ ତଳି ଓ ରୁଆ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗଁା, ସହର ଓ ଛକ ବଜାରରେ ଗଢ଼ି ଉଠିଥିବା ଦୋକାନଗୁଡିକରୁ ଉଚ୍ଚଦରରେ ଚାଷୀ ବିହନ କିଣି ତଳି ପ୍ରସ୍ତୁତ କରିଛନ୍ତି। କେଉଁଠି ଗଜା ହେଉନି ତ ଆଉ କେଉଁଠାରେ ପୁରୁଣା ଓ ହାଇବ୍ରିଡ୍‌ ବିହନ ଚାଷ ପାଇଁ ସୁଫଳ ମିଳୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ବଜାରରୁ ଚଢ଼ାଦରରେ ଚାଷୀ ସାର କିଣିବାକୁ ବାଧ୍ୟ ହେଉଛନ୍ତି। କାରଣ ସରକାରୀ ସ୍ତରରେ ସାର ବିକ୍ରୟ ପାଇଁ ଯେଉଁସବୁ କେନ୍ଦ୍ର ହେବା କଥା ତାହା ଅଦ୍ୟାବଧି ଖୋଲାଯାଇନାହିଁ। ଜମିରୁ ଲୁଣାଜଳ ନିଷ୍କାସିତ ନ ହେବାରୁ ଅନେକ ଚାଷଜମି ପଡ଼ିଆ ପଡ଼ିବ ବୋଲି କୋଚିଳା ଗ୍ରାମର ହରି ଗୋଚ୍ଛାୟତ, ପ୍ରମୋଦ ରାଉତ, ନାଥ ଭୋଳ, ବାବାଜୀ ସ୍ବାଇଁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri