ନାବାଳକଙ୍କୁ ହୋଟେଲରେ ନିର୍ଧୂମ ପିଟୁଥିଲେ ସାବତ ବାପା, ଏଭଳି କଲେ ମହିଳା ଓ୍ବେଟର

ଓ୍ବାଶିଂଟନ,୧୬।୧: ଆମେରିକାର ଜଣେ ମହିଳା ଓ୍ବେଟର ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବାଳକ ଜଣଙ୍କୁ ତାଙ୍କ ମା ଏବଂ ସାବତ ବାପା ହୋଟେଲରେ ଖୁବ୍‌ ଜୋରରେ ପିଟୁଥିଲେ। ବିଚରା ପିଲାଟି କିଛି ବି ପ୍ରତିବାଦ କରୁ ନ ଥିଲା। ଏହା ଦେଖି ସେହି ହୋଟେଲରେ କାମ କରୁଥିବା ମହିଳା ଓ୍ବେଟର ଜଣକ ସହି ପାରି ନ ଥିଲେ। ଗୁପ୍ତରେ ଚିଠି ଲେଖି ଉକ୍ତ ବାଳକଙ୍କୁ ସାହାଯ୍ୟ କରିବେ ବୋଲି ପଚାରିଲେ। ସେ ହଁ କହିବାରୁ ଓ୍ବେଟର ଜଣକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଆମେରିକାର ଓରଲ୍ୟାଣ୍ଡରେ ଫ୍ଲେବିନ୍‌ କାରବାହ୍ଲୋ ମିସେସ ପଟାଟୋ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ନୂଆ ବର୍ଷ ଉପଲକ୍ଷେ ଏହି ରେଷ୍ଟୁରାଣ୍ଟକୁ ଏକ ଦମ୍ପତି ଆସିଥିଲେ। ୩୧ ବର୍ଷୀୟ କ୍ରିଷ୍ଟନ ସ୍ବେନ୍‌ ଏବଂ ୨୪ ବର୍ଷୀୟ ଟିମୋଥୀଙ୍କ ସହ ତାଙ୍କର ୧୧ବର୍ଷର ପୁଅ ଆସିଥିଲେ।

ଫ୍ଲେବିନ୍‌ କୁହନ୍ତି, ସେ ସ୍ବାମୀ, ସ୍ତ୍ରୀ ଏବଂ ପିଲାଙ୍କୁ ଦେଖି ମୋତେ କିଛି ଅଲଗା ଲାଗୁଥିଲା। କାରଣ ଏହି ଦୁଇଜଣ ନିଜେ ଖାଇବା ପାଇଁ ଅର୍ଡର କରିଥିଲେ ସୁଦ୍ଧା ପିଲାଟିକୁ କିଛି ଦେଇ ନ ଥିଲେ। ପରେ ତାଙ୍କ ବାପା କହିଥିଲେ ସେ ଘରେ ଖାଇବ। ମୁଁ ଦେଖିଲି ପିଲାଟିର ହାତ ଏବଂ ମୁହଁରେ କିଛି ଦାଗ ରହିଛି। ତାଙ୍କର ବିଶ୍ୱାସ ହେଲା ସେ ପିଲାଟିକୁ ସାହାଯ୍ୟ କରିବେ। ସେ ଗୁପ୍ତରେ ଏକ ଚିଠି ଲେଖି ପିଲାଟି ପାଖରେ ରଖିଦେଲେ। ଏଥିରେ ଲେଖାଥିଲା ମୁଁ ତୁମକୁ ସାହାଯ୍ୟ କରିପାରେ କି? ଫ୍ଲେବିନ୍‌ଙ୍କ ଲେଖା ଦେଖି ପିଲାଟି ମଧ୍ୟ ଇସାରା ଦେଇ ସାହାଯ୍ୟ ଚାହିଁଲା। ଏହା ପରେ ଫ୍ଲେବିନ୍‌ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ହୋଟେଲରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିବା ସହିତ ମା-ବାପାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri