Posted inଫୁରସତ

ମାତୃରୂପେଣ ସଂସ୍ଥିତା

ଆର୍ଯ୍ୟଭୂମି ଭାରତବର୍ଷରେ ଶାକ୍ତ ସଂସ୍କୃତିର ଏକ ବିରାଟ ଐତିହ୍ୟ ରହି ଆସିଛି। ଆର୍ଯ୍ୟ ଓ ଅର୍ଯ୍ୟୋତର ବିଶ୍ୱାସ ଏବଂ ସଂସ୍କାରର ସମନ୍ବୟରୁ ଶକ୍ତି ଉପାସନା ଆରମ୍ଭ ହୋଇଥିଲା। ପ୍ରଚଳିତ ଶାକ୍ତ ବ୍ରତଗୁଡ଼ିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ, ମଙ୍ଗଳା, ସାବିତ୍ରୀ, ଉତ୍ତରାୟଣୀ, ପାର୍ବତୀ, ଆରାଧ୍ୟ ଦେବୀ ରୂପେ ପୂଜା ପାଆନ୍ତି। ମୁଖ୍ୟତଃ ଏକ ଈଶ୍ୱର ଉପରେ ବିଶ୍ୱାସ ରଖିଥିଲେ ହେଁ ବହୁ, ଦେବଦେବୀ ପୂଜା ହିନ୍ଦୁ ସଂସ୍କୃତିର ଏକ ଉଲ୍ଲେଖଯୋଗ୍ୟ ବିଶିଷ୍ଟ। ଭାରତବର୍ଷରେ ଜୈନ, ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ପଞ୍ଚସଖାଦି ବହୁ ଧର୍ମ ଓ ଦର୍ଶନ ସମ୍ପ୍ରଦାୟର ଉଦ୍ଭବ, ବିକାଶ ଓ ଅପୂର୍ବ ସମନ୍ବୟ ସଂଘଟିତ ହୋଇ ଧର୍ମାନୁସୃତ ବିଭିନ୍ନ ଦେବତା ମାନଙ୍କର ପୂଜା, ଉପାସନା ପ୍ରଚଳିତ ହୋଇଅଛି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମା’ଦୁର୍ଗାଙ୍କୁ କେବେହେଲେ ମାଟିର ପ୍ରତିମା ହିସାବରେ ଦେଖିନାହାନ୍ତି। ପ୍ରତିମାରେ ଯାହାଙ୍କ ପୂଜା ହେଉଛି ସେ ହେଉଛନ୍ତି ପ୍ରତି ଘରେ ଘରେ ଦେହଧାରୀ ମା’। ନିଜ ମା’ଙ୍କ ଉପରେ ଭକ୍ତି ଓ ଭଲ ପାଇବା ଯେତେ ଜୀବନ୍ତ, ଦୁର୍ଗାପୂଜାର ସାର୍ଥକତା ତାଙ୍କ ପାଖରେ ସେତେ ବେଶି। ସେ କହିଛନ୍ତି – ଭଗବତୀ ପୂଜା କରିବା ଅର୍ଥ ନିଜ ମା’ଙ୍କୁ ହିଁ ଉପାସନା କରିବା। ମା’ କେବଳ ପୂଜା ବେଦିରେ ଦଶଭୁଜା ପ୍ରତିମା ନୁହନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ। ଘରର ମା’ ଓ ଜଗତର ମା’ଙ୍କର ଏକ ରୂପ। ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା’ ଦଶହାତର କାମ କରନ୍ତି। ମା’ଙ୍କର ଦଶହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାର ଅସ୍ତ୍ର ରହିଛି। ତେଣୁ ମା’ହେଉଛନ୍ତି ଦଶପ୍ରହର ଧାରିଣୀ। ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହାଦ୍ୱାରା ମା’ ଅସତ୍‌ ବା ଅସୁରଶକ୍ତିକୁ ପରାଭୂତ କରନ୍ତି ସ୍ବୀୟ ସନ୍ତାନକୁ ରକ୍ଷା କରିବା ପାଇଁ। ମା’ଦୁର୍ଗତିନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା। ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ ଓ ମହିଷାସୁର ପ୍ରଭୃତି ଅସୁରଦଳକୁ ଦମନ କରିଛନ୍ତି ମା’ଦୁର୍ଗା। ଏହି ଅସୁରମାନେ କିଏ? ଭଗବତ୍‌ ଗୀତାର ଷୋଡଶ ଅଧ୍ୟାୟରେ ଭଗବାନ କୃଷ୍ଣ ଅସୁର ବ୍ୟକ୍ତିଙ୍କର ଚରିତ୍ର ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି – ସେମାନଙ୍କ ପାଖରେ ଥାଏ ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ନିଷ୍ଠୁରତା, ଅଜ୍ଞାନତା ଓ ଶୁଚିତା ଏବଂ ସତ୍ୟନିଷ୍ଠାର ଅଭାବ। ସେମାନେ ବର୍ତ୍ତମାନର ସୁଖଭୋଗ ନେଇ ବ୍ୟସ୍ତ ରହନ୍ତି। ଅର୍ଥ ସଞ୍ଚୟ କରି କାମନା, ବାସନାର ଅଗ୍ନିରେ ସଦା ଜର୍ଜରିତ ହୁଅନ୍ତି। ଏହି ପ୍ରକାର ଅସୁର ଭାବସମ୍ପନ୍ନ ମନୁଷ୍ୟ ସମାଜକୁ ମା’ନିୟନ୍ତ୍ରିତ କରନ୍ତି। ସେ ବିରୋଧୀ ଚଳନ ଗତିକୁ ନିରୁଦ୍ଧ କରନ୍ତି। ସେଥିପାଇଁ ମା’ଙ୍କୁ ଅସତ୍ୟଳନୀ ଓ ଅସୁର ନାଶିନୀ କୁହାଯାଏ। ମହିଷାସୁର ବଧ କରିଥିଲେ ବୋଲି ମା’ଙ୍କର ଅନ୍ୟ ଏକ ନାମ ମହିଷମର୍ଦ୍ଦିନୀ। ସେଥିପାଇଁ ମା’ ହେଉଛନ୍ତି ଅଭୟା। ମା’ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା – ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଚଣ୍ଡରୂପା ଓ ଅତି ଚଣ୍ଡିକା। ମା’ହେଉଛନ୍ତି ଶିବଙ୍କ ଘରଣୀ – ଶିବାନୀ ଅର୍ଥାତ୍‌ ମଙ୍ଗଳବିଧାୟିନୀ। ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପବିଲ୍ବପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ। ପୂଜା ସମୟରେ ପ୍ରତିମାରେ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାହୁଏ। ପ୍ରକୃତ ଚକ୍ଷୁଦାନ ହେଉଛି – ମୋର ଚକ୍ଷୁ ତାଙ୍କର ଚକ୍ଷୁରେ ଦାନ କରିବା। ମୋର ଚକ୍ଷୁ ଯେପରି ତାଙ୍କର ଚକ୍ଷୁ ହୋଇଉଠେ। ଆଉ ପ୍ରାଣ ପ୍ରତିଷ୍ଠା ହେଉଛି ଦେବତାଙ୍କର ଦିବ୍ୟଗୁଣରାଜି ଅନୁଶୀଳନ ଭିତରେ ନିଜ ନିଜ ଚରିତ୍ରରେ ଫୁଟାଇ ଉଠାଇବା।
-ପ୍ରଫେସର ଡା.ଉମେଶ ଚନ୍ଦ୍ର ପାତ୍ର
ମୋ :୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?