Posted inଫୁରସତ

ମାତୃରୂପେଣ ସଂସ୍ଥିତା

ଆର୍ଯ୍ୟଭୂମି ଭାରତବର୍ଷରେ ଶାକ୍ତ ସଂସ୍କୃତିର ଏକ ବିରାଟ ଐତିହ୍ୟ ରହି ଆସିଛି। ଆର୍ଯ୍ୟ ଓ ଅର୍ଯ୍ୟୋତର ବିଶ୍ୱାସ ଏବଂ ସଂସ୍କାରର ସମନ୍ବୟରୁ ଶକ୍ତି ଉପାସନା ଆରମ୍ଭ ହୋଇଥିଲା। ପ୍ରଚଳିତ ଶାକ୍ତ ବ୍ରତଗୁଡ଼ିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ, ମଙ୍ଗଳା, ସାବିତ୍ରୀ, ଉତ୍ତରାୟଣୀ, ପାର୍ବତୀ, ଆରାଧ୍ୟ ଦେବୀ ରୂପେ ପୂଜା ପାଆନ୍ତି। ମୁଖ୍ୟତଃ ଏକ ଈଶ୍ୱର ଉପରେ ବିଶ୍ୱାସ ରଖିଥିଲେ ହେଁ ବହୁ, ଦେବଦେବୀ ପୂଜା ହିନ୍ଦୁ ସଂସ୍କୃତିର ଏକ ଉଲ୍ଲେଖଯୋଗ୍ୟ ବିଶିଷ୍ଟ। ଭାରତବର୍ଷରେ ଜୈନ, ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ପଞ୍ଚସଖାଦି ବହୁ ଧର୍ମ ଓ ଦର୍ଶନ ସମ୍ପ୍ରଦାୟର ଉଦ୍ଭବ, ବିକାଶ ଓ ଅପୂର୍ବ ସମନ୍ବୟ ସଂଘଟିତ ହୋଇ ଧର୍ମାନୁସୃତ ବିଭିନ୍ନ ଦେବତା ମାନଙ୍କର ପୂଜା, ଉପାସନା ପ୍ରଚଳିତ ହୋଇଅଛି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମା’ଦୁର୍ଗାଙ୍କୁ କେବେହେଲେ ମାଟିର ପ୍ରତିମା ହିସାବରେ ଦେଖିନାହାନ୍ତି। ପ୍ରତିମାରେ ଯାହାଙ୍କ ପୂଜା ହେଉଛି ସେ ହେଉଛନ୍ତି ପ୍ରତି ଘରେ ଘରେ ଦେହଧାରୀ ମା’। ନିଜ ମା’ଙ୍କ ଉପରେ ଭକ୍ତି ଓ ଭଲ ପାଇବା ଯେତେ ଜୀବନ୍ତ, ଦୁର୍ଗାପୂଜାର ସାର୍ଥକତା ତାଙ୍କ ପାଖରେ ସେତେ ବେଶି। ସେ କହିଛନ୍ତି – ଭଗବତୀ ପୂଜା କରିବା ଅର୍ଥ ନିଜ ମା’ଙ୍କୁ ହିଁ ଉପାସନା କରିବା। ମା’ କେବଳ ପୂଜା ବେଦିରେ ଦଶଭୁଜା ପ୍ରତିମା ନୁହନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ। ଘରର ମା’ ଓ ଜଗତର ମା’ଙ୍କର ଏକ ରୂପ। ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା’ ଦଶହାତର କାମ କରନ୍ତି। ମା’ଙ୍କର ଦଶହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାର ଅସ୍ତ୍ର ରହିଛି। ତେଣୁ ମା’ହେଉଛନ୍ତି ଦଶପ୍ରହର ଧାରିଣୀ। ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହାଦ୍ୱାରା ମା’ ଅସତ୍‌ ବା ଅସୁରଶକ୍ତିକୁ ପରାଭୂତ କରନ୍ତି ସ୍ବୀୟ ସନ୍ତାନକୁ ରକ୍ଷା କରିବା ପାଇଁ। ମା’ଦୁର୍ଗତିନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା। ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ ଓ ମହିଷାସୁର ପ୍ରଭୃତି ଅସୁରଦଳକୁ ଦମନ କରିଛନ୍ତି ମା’ଦୁର୍ଗା। ଏହି ଅସୁରମାନେ କିଏ? ଭଗବତ୍‌ ଗୀତାର ଷୋଡଶ ଅଧ୍ୟାୟରେ ଭଗବାନ କୃଷ୍ଣ ଅସୁର ବ୍ୟକ୍ତିଙ୍କର ଚରିତ୍ର ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି – ସେମାନଙ୍କ ପାଖରେ ଥାଏ ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ନିଷ୍ଠୁରତା, ଅଜ୍ଞାନତା ଓ ଶୁଚିତା ଏବଂ ସତ୍ୟନିଷ୍ଠାର ଅଭାବ। ସେମାନେ ବର୍ତ୍ତମାନର ସୁଖଭୋଗ ନେଇ ବ୍ୟସ୍ତ ରହନ୍ତି। ଅର୍ଥ ସଞ୍ଚୟ କରି କାମନା, ବାସନାର ଅଗ୍ନିରେ ସଦା ଜର୍ଜରିତ ହୁଅନ୍ତି। ଏହି ପ୍ରକାର ଅସୁର ଭାବସମ୍ପନ୍ନ ମନୁଷ୍ୟ ସମାଜକୁ ମା’ନିୟନ୍ତ୍ରିତ କରନ୍ତି। ସେ ବିରୋଧୀ ଚଳନ ଗତିକୁ ନିରୁଦ୍ଧ କରନ୍ତି। ସେଥିପାଇଁ ମା’ଙ୍କୁ ଅସତ୍ୟଳନୀ ଓ ଅସୁର ନାଶିନୀ କୁହାଯାଏ। ମହିଷାସୁର ବଧ କରିଥିଲେ ବୋଲି ମା’ଙ୍କର ଅନ୍ୟ ଏକ ନାମ ମହିଷମର୍ଦ୍ଦିନୀ। ସେଥିପାଇଁ ମା’ ହେଉଛନ୍ତି ଅଭୟା। ମା’ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା – ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଚଣ୍ଡରୂପା ଓ ଅତି ଚଣ୍ଡିକା। ମା’ହେଉଛନ୍ତି ଶିବଙ୍କ ଘରଣୀ – ଶିବାନୀ ଅର୍ଥାତ୍‌ ମଙ୍ଗଳବିଧାୟିନୀ। ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପବିଲ୍ବପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ। ପୂଜା ସମୟରେ ପ୍ରତିମାରେ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାହୁଏ। ପ୍ରକୃତ ଚକ୍ଷୁଦାନ ହେଉଛି – ମୋର ଚକ୍ଷୁ ତାଙ୍କର ଚକ୍ଷୁରେ ଦାନ କରିବା। ମୋର ଚକ୍ଷୁ ଯେପରି ତାଙ୍କର ଚକ୍ଷୁ ହୋଇଉଠେ। ଆଉ ପ୍ରାଣ ପ୍ରତିଷ୍ଠା ହେଉଛି ଦେବତାଙ୍କର ଦିବ୍ୟଗୁଣରାଜି ଅନୁଶୀଳନ ଭିତରେ ନିଜ ନିଜ ଚରିତ୍ରରେ ଫୁଟାଇ ଉଠାଇବା।
-ପ୍ରଫେସର ଡା.ଉମେଶ ଚନ୍ଦ୍ର ପାତ୍ର
ମୋ :୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri