ପରମ୍ପରାର ପ୍ରଚାର ପାଇଁ ନିଆରା ପ୍ରୟାସ

ପୁରୀ ଅଫିସ,୬।୯:କଟକ ମାଛୁଆବଜାର ଗଣେଶ ପୂଜାରେ ଯୋଗଦେଇଥିବା ମହାରାଷ୍ଟ୍ରର ପାରମ୍ପରିକ ଢୋଲ୍‌ ବାଜା ଗ୍ରୁପ୍‌ ସୋମବାର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମଧ୍ୟାହ୍ନରେ ନାଗପୁର ଶିବସାଇ ଢୋଲ ତାସା ଅନୁଷ୍ଠାନର ୭୫ ଜଣ ସଦସ୍ୟ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ୧୭ଜଣ ମହିଳା ଥିଲେ। ସାଧାରଣତଃ ଢୋଲ ବଜାଉଥିବା ଶ୍ରେଣୀର ଲୋକେ କମ୍‌ ଶିକ୍ଷିତ ହୋଇଥିବା ନେଇ ଏକ ଗତାନୁଗତିକ ଚିନ୍ତାଧାରା ରହିଥିବାବେଳେ ଏହି ଗ୍ରୁପ୍‌ ତାହାର ବ୍ୟତିକ୍ରମ। ଉକ୍ତ ଗ୍ରୁପ୍‌ରେ ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଡାକ୍ତର, ଫାର୍ମାସିଷ୍ଟ, ବ୍ୟବସାୟୀ, ଛାତ୍ର ପ୍ରଭୃତି ସବୁ ଶ୍ରେଣୀ ଓ ସବୁ ବର୍ଗର ଲୋକ ରହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଉଦ୍ଦେଶ୍ୟରେ ଏମାନେ ପୁରୀ ଆସିଥିବାବେଳେ ଶ୍ରୀଜଗନ୍ନାଥ ପରମ୍ପରା ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି। ଗ୍ରୁପ୍‌ ଲିଡର୍‌ ତଥା ଶିବସାଇ ଢୋଲ ତାସା ଅନୁଷ୍ଠାନର ମୁଖ୍ୟ ଉତ୍ତମ ଗୁର୍ବେ କହିଛନ୍ତି, ମହାରାଷ୍ଟ୍ରରେ ଗଣେଣ ମହୋତ୍ସବ ୧୦ ଦିନ ଧରି ପାଳନ ହୁଏ। ଓଡ଼ିଶାରେ ଏହା ୩ଦିନ ହୋଇଥାଏ ବୋଲି ଜାଣିବାକୁ ପାଇଲୁ। କଟକର ବିଭିନ୍ନ କ୍ଲବ୍‌ର ନିମନ୍ତ୍ରଣ ରକ୍ଷା କରି କଳା ପ୍ରଦର୍ଶନ ଉଦ୍ଦେଶ୍ୟରେ ଆସିଥିଲୁ। କଳା ପ୍ରଦର୍ଶନ ସାରିବା ପରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ପୁରୀ ଆସିଛୁ। ଶିକ୍ଷାଗତ ଯୋଗ୍ୟତାର ପରିସୀମା ମଧ୍ୟରେ କୌଣସି କଳା ଆବଦ୍ଧ ହୋଇ ରହିପାରିବ ନାହିଁ। ନିଜ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଶିକ୍ଷା ଯଦି ବାଧକ ସାଜୁଛି ତେବେ ସେଭଳି ଶିକ୍ଷା ମୂଲ୍ୟହୀନ। ମହାରାଷ୍ଟ୍ରର ଗୌରବ ଶିବାଜୀ ମହାରାଜଙ୍କ ଗୌରବମୟ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଆମେ ସବୁବେଳେ ପ୍ରୟାସ କରିଆସୁଛୁ। ସର୍ବଭାରତୀୟ ସ୍ତରରେ ଆମ କଳା ଓ ସଂସ୍କୃତିକୁ ଲୋକେ ଚିହ୍ନନ୍ତୁ ଓ ସମ୍ମାନ ଦିଅନ୍ତୁ, ଏହା ହିଁ ଆମ ପ୍ରାଥମିକତା। ଢ଼ୋଲ ବଜାଇବା ହିଁ ମହାରାଷ୍ଟ୍ର ପ୍ରତି ଆମର ଭଲପାଇବା। ଏଣୁ ଏହାକୁ ନେଇ ଲଜ୍ଜିତ ଅନୁଭବ କରିବାର ପ୍ରଶ୍ନ ଉଠୁନାହିଁ। ସେହିଭଳି ଫାର୍ମାସିଷ୍ଟ ଶାନ୍ତନୁ କୁମାର କହିଛନ୍ତି, ଓଡ଼ିଶା ହେଉଛି ସଂସ୍କୃତି ଓ କଳାପ୍ରେମୀଙ୍କ ରାଜ୍ୟ। ମୋର ପ୍ରଥମ ଅନୁଭୂତି ଚମତ୍କାର ରହିଛି। ମହାରାଷ୍ଟ୍ର ଭଳି ଏଠାରେ ମଧ୍ୟ ଲୋକେ ନିଜ ପରମ୍ପରା ଓ କଳାକୁ ପ୍ରୋତ୍ସାହିତ କରୁଛନ୍ତି। କଟକରେ କଳା ପ୍ରଦର୍ଶନ କରିବା ପ୍ରେରଣାଦାୟକ ଥିଲା। ସେହିଭଳି ଛାତ୍ର ଚେତନ ସାଭରକର କହିଛନ୍ତି, ହିନ୍ଦୁ ଭାବେ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଗର୍ବିତ। ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ ନ କରି ଯିବା କେବେ ହେଲେ ସମ୍ଭବ ନୁହେଁ। ପୁରୀରେ ମଧ୍ୟ କଳା ପ୍ରଦର୍ଶନ କରିବାକୁ ଆଗ୍ରହୀ ଅଛୁ। କେବେ ସୁଯୋଗ ମିଳିଲେ ମହାପ୍ରଭୁଙ୍କ ଧାମରେ ଢୋଲ କଳା ପ୍ରଦର୍ଶନ କରିବୁ। ତେବେ ଏହି ଗ୍ରୁପ୍‌ ପୁରୀରେ ନିଜର କଳା ପ୍ରଦର୍ଶନ କରିନାହାନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ୱର ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri