କନଷ୍ଟେବଳଙ୍କ ମୃତଦେହ ନେବାପାଇଁ ୨ ସ୍ତ୍ରୀ-ମା’ଙ୍କ ମଧ୍ୟରେ ଟଣାଓଟରା

କଟକ,୨୭।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସସିବି ମେଡିକାଲରେ ବୁଧବାର ଜଣେ କନଷ୍ଟେବଳଙ୍କ ମୃତ୍ୟପରେ ମୃତଦେହ ନେବା ପାଇଁ କନଷ୍ଟେବଳଙ୍କ ସ୍ତ୍ରୀ ଏବଂ ମା’ଙ୍କ ମଧ୍ୟରେ ଟଣାଓଟରା। ମୃତଦେହ ନେବା ପାଇଁ ଏସସିବି ମେଡିକାଲ ଶବଗ୍ରୁହ ନିକଟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ।
ଘଟଣା ଅନୁଯାୟୀ, କଟକ ଫୁଲନଖରାସ୍ଥିତ ଏନଏଚ ଟ୍ରାଫିକରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭୟ କୁମାର ବେହେରା। ଗତ ଶନିବାର ଅଭୟ ଏକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ବୁଧବାର ସକାଳେ ଅଭୟଙ୍କ ମୃତ୍ୟୁପରେ ତାଙ୍କ ମୃତ୍ୟୁଦେହ ନେବା ପାଇଁ ମେଡିକାଲରେ ପହଞ୍ଚିଥିଲେ ତାଙ୍କ ପ୍ରଥମ ସ୍ତ୍ରୀ, ଦ୍ବିତୀୟ ସ୍ତ୍ରୀ ଏବଂ ପରିବାର ଲୋକ। ଯାହାକୁ ନେଇ ଅଭୟଙ୍କ ମା’ ଏବଂ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଲାଗିଛି।
ମୃତ ଅଭୟ ୨୦୧୬ରେ ପୁରୀ ପୋଲିସ ବିଭାଗର ଓୟାରଲେସ ଟେଲିଫୋନିକରେ କାର୍ଯ୍ୟ କରୁଥିବା ଦେବସ୍ମିତା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ। ଅଭୟଙ୍କର ଏକ ପୁଅ ମଧ୍ୟ ଅଛି। ତେବେ ବିବାହର ବର୍ଷେ ପରେ ମତାନ୍ତର କାରଣରୁ ଅଭୟ ଛାଡପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ। ଛାଡପତ୍ର ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଅଭୟ ୨୦୧୭ରେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏବେ ପର୍ଯ୍ୟନ୍ତ ଦ୍ବିତୀୟ ପତ୍ନୀଙ୍କ ସହ ଅଭୟ ରହୁଥିବା ବେଳେ ଅଭୟଙ୍କ ମ୍ରୁତ୍ୟୁ ପରେ ତାଙ୍କ ମୃତଦେହ ନେବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀ, ଦ୍ବିତୀୟ ସ୍ତ୍ରୀ ଏବଂ ଅଭୟଙ୍କ ମାଆଙ୍କ ମଧ୍ୟରେ ଟଣାଓଟରା ଲାଗିରହିଛି। ପ୍ରଥମ ସ୍ତ୍ରୀ ଅଭୟଙ୍କ ସ୍ତ୍ରୀ ଭାବେ ନିଜକୁ ଦାବି କରୁଥିବା ବେଳେ ଦ୍ବିତୀୟ ସ୍ତ୍ରୀ ମଧ୍ୟ ଅଭୟଙ୍କ ସ୍ତ୍ରୀ ବୋଲି ଦାବି କରୁଛନ୍ତି। ତେଣୁ ସେ ଅଭୟଙ୍କ ମୃତଦେହ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?