Posted inଜାତୀୟ

ଆଲିଶାଙ୍କୁ ମିଳିଲା ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର

ଗାନ୍ଧିନଗର,୨୫ ।୭: ଗୁଜୁରାଟର ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଲିଶା ପଟେଲଙ୍କୁ ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଆଲିଶା କହିଛନ୍ତି ସେ ଜେଣ୍ଡର ଡିସଫୋରିଆ ରୋଗରେ ଆକ୍ରାନ୍ତ ହେବା ପରେ ପରିବର୍ତ୍ତନ ପ୍ରକ୍ରିୟା ପାଇଁ ତାଙ୍କୁ ୩ ବର୍ଷ ଲାଗିଥିଲା । ଏଥିପାଇଁ ସେ ୮ ଲକ୍ଷ ଟଙ୍କା ଖର୍ଚ୍ଛ ବି କରିଥିଲେ । ଏବେ ସେ ସରକାରଙ୍କ ପକ୍ଷରୁ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପାଇବା ପରେ ଖୁବ୍ ଖୁସି ଅଛନ୍ତି । ଆଲିଶା କହିଛନ୍ତି ଏବେ ସେ ଜଣେ ମହିଳା ଭାବେ ଖୁସିରେ ବଞ୍ଚି ପାରିବେ । ସୂଚନାଯୋଗ୍ୟ, ଏମାନଙ୍କୁ ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡର ମାନ୍ୟତା ମିଳିଥିଲେ ବି ଆଜି ମଧ୍ୟ ଅନେକ ସ୍ଥାନରେ ଏମାନଙ୍କୁ ସାଧାରଣ ଜନତା ଗ୍ରହଣ କରିପାରୁ ନାହାନ୍ତି । ଏମିତିକି ଏମାନଙ୍କ ପରିବାର ମଧ୍ୟ ଜଣେ ଟ୍ରାନ୍ସଜେଣ୍ଡରକୁ ଘରେ ରଖିବାକୁ ରାଜି ହେଉ ନ ଥିବା ଦେଖାଯାଇଛି । ଫଳରେ ଏମାନେ ବଞ୍ଚିବାକୁ ଯେମିତି ସଂଘର୍ଷ କରି ଚାଲିଛନ୍ତି । ହେଲେ ବର୍ତ୍ତମାନ ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଫଳରେ ଆଜି ବହୁ ଟ୍ରାନ୍ସଜେଣ୍ଡର ଉଚ୍ଚ ଶିକ୍ଷିତ ହେବା ସହ ଭଲ ପଦପଦବିରେ ରହିଥିବା ଦେଖା ଗଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…

ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର...

ଦିଲ୍ଲୀ ନିର୍ବାଚନ ପରାଜୟ ପରେ ଇସ୍ତଫା ପତ୍ର ପଠାଇଲେ ମନୋଜ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀରେ ୨୧ ବର୍ଷ ପରେ ଶାସନ କ୍ଷମତାକୁ ହାତେଇବାକୁ ଆଶା ରଖିଥିବା ଭାଜପାକୁ ବିଧାନସଭା ନିର୍ବାଚନରେ ବଡ଼ ଝଟକା ଲାଗିଛି। ନିର୍ବାଚନରେ ଶୋଚନୀୟ ପରାଜୟ...

ରେକର୍ଡ ହେଲା ଆର୍ଯ୍ୟନଙ୍କ ବୟାନ

ନୂଆଦିଲ୍ଲୀ,୧୨।୧୧: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ବୟାନ ରେକର୍ଡ କରିଛି ନାର୍କୋଟିକ୍‌ ଏଜେନ୍ସିର ଦିଲ୍ଲୀ ୟୁନିଟ୍‌। ପୂର୍ବରୁ...

ଫୋନ୍‌ ପାଇଁ ଜଳଭଣ୍ଡାର ଶୁଖାଇଦେଲେ ସରକାରୀ ବାବୁ

ରାୟପୁର, ୨୬ା୫: ଛତିଶଗଡ଼ର ଜଣେ ସରକାରୀ ବାବୁଙ୍କ ମୋବାଇଲ୍‌ ଫୋନ୍‌ ଜଳଭଣ୍ଡାରରେ ଖସିପଡ଼ିବାରୁ ଚାଷଜମିକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଗ୍ୟାଲୋନ୍‌ ପାଣିକୁ ଶୁଖାଇ ଦିଆଯାଇଛି।...

ପୈତୃକ ଗାଁରେ ପହଞ୍ଚିଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୩୦।୧୨: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭର୍ଡାକର ରବିବାର ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲା ସ୍ଥିତ ନିଜ ପୈତୃକ ଗାଁରେ ପହଞ୍ଚିଛନ୍ତି। ନିଜ ପରିବାରଙ୍କ ସହ ଲିଓ ଭାରତ...

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ...

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ...

ସିନେମା ହଲରେ ମାଲିକଙ୍କ ଆଇନ ଚାଲିବ, ଜିମ ଭଳି ମିଳିବନି ପୁଷ୍ଟିକର ଖାଦ୍ୟ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ମାଲିକଙ୍କର ଆଇନ ସିନେମା...

Advertisement
Archives

Model This Week