Posted inଜାତୀୟ

୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା

ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ ଧରୋହର ଏବେ ଇତିହାସ ପୃଷ୍ଠାକୁ ଚାଲିଯିବାକୁ ବସିଛି। ୧୯୨୭ ଜାନୁୟାରୀ ୧୮ରେ ତତ୍କାଳୀନ ଭାଇସରାୟ ଲର୍ଡ ଇର୍‌ଓ୍ବିନ୍‌ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାର ୯୬ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ଲୋକାର୍ପଣ କରିବାକୁ ଯାଉଛନ୍ତି।
ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦର ପୁରୁଣା କୋଠା ଏହି ସାଢ଼େ ୯ ଦଶନ୍ଧି ମଧ୍ୟରେ ବ୍ରିଟିଶ୍‌ଙ୍କ ଉପନିବେଶ ଶାସନକୁ ଦେଖିଛି। ଏହାର କୋଠରିଗୁଡ଼ିକରେ ଏବେ ମଧ୍ୟ ବିପ୍ଳବୀ ଶହୀଦ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତ ସ୍ବାଧୀନତା ହାସଲ ପାଇଁ ଫିଙ୍ଗିଥିବା ବୋମାର ଶବ୍ଦ ପ୍ରତିଧ୍ୱନିତ ହେଉଛି। ସ୍ବାଧୀନତାର ପ୍ରତ୍ୟୁଷର ମୂକସାକ୍ଷୀ ଏହି ବିଲ୍ଡିଂରେ ୧୯୪୭ ଅଗଷ୍ଟ ୧୫ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦେଇଥିବା ଐତିହାସିକ ଭାଷଣ ‘ଟ୍ରାଏଷ୍ଟ ଓ୍ବିଦ୍‌ ଡେଷ୍ଟିନି’ ଏବେ ମଧ୍ୟ ଗୁଞ୍ଜରିତ ହେଉଛି। ବ୍ରିଟିଶ ରାଜ୍‌ର ନୂଆ ସାମ୍ରାଜ୍ୟ ରାଜଧାନୀ ନୂଆଦିଲ୍ଲୀର ରାଇସିନା ହିଲ୍‌ରେ ପ୍ରତିଷ୍ଠା କରାଯାଇଥିଲା। ୧୯୨୭ ଜାନୁୟାରୀରେ ଏହି ଭବ୍ୟ କୋଠା (କାଉନ୍‌ସିଲ ହାଉସ୍‌)ର ଉଦ୍‌ଘାଟନ ବେଳେ ଏକ ବଡ଼ ଉତ୍ସବର ଆୟୋଜନ କରାଯାଇଥିଲା। ୧୯୨୧ ଫେବୃୟାରୀ ୧୨ରେ ବ୍ରିଟେନର ଡ୍ୟୁକ୍‌ ଅଫ୍‌ କନ୍ନଟ ପାର୍ଲାମେଣ୍ଟ ହାଉସ୍‌ର ଶିଳାନ୍ୟାସ କରିଥିଲେ। ସେତେବେଳେ ସେ କହିଥିଲେ। ଏହି ବିଲ୍ଡିଂ ଉଚ୍ଚତର ସୋପାନରେ ପହଞ୍ଚତ୍ବା ପାଇଁ ଭାରତର ପୁନର୍ଜନ୍ମର ପ୍ରତୀକ ପାଲଟିବ। ୫୬୦ ଫୁଟ୍‌ ପରିଧି ଏବଂ ଏକତୃତୀୟାଂଶ ମାଇଲ ଲମ୍ବର ବିଲ୍ଡିଂକୁ ସାର୍‌ ହର୍ବର୍ଟ ବେକର ଡିଜାଇନ୍‌ କରିଥିଲେ। ତାଙ୍କ ସହ ସାର୍‌ ଏଡ୍‌ଓ୍ବିନ୍‌ ଲୁଟିଏନ୍ସ ଦିଲ୍ଲୀକୁ ନୂଆ ରାଜଧାନୀ ରୂପେ ସଜ୍ଜିତ କରିଥିଲେ। ୧୯୨୦ରେ ବ୍ରିଟିଶମାନେ କାଲ୍‌କାଟାରୁ ଦିଲ୍ଲୀକୁ ରାଜଧାନୀ ଉଠାଇନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri