ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମନେପକାଇ ପାରୁନାହାନ୍ତି ଭୋଟର। ଚଳିତ ନିର୍ବାଚନରେ ବିଜେଡିରୁ ସୁଜାତା ସାହୁ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସତ୍ତ୍ୱେ ଏଥର ଯାଜପୁର ବିଜେଡିର ସ୍ଥିତି ଚିନ୍ତାଜନକ ମନେହେଉଛି। କାରଣ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ଆସନରୁ ଗତ ୩ ଥର ବିଧାୟକ ହୋଇଥିବା ପ୍ରଣବପ୍ରକାଶ ଦାସ(ବବି) ଏବେ ସମ୍ବଲପୁର ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବବିଙ୍କ ସ୍ଥାନରେ ଦଳ ସୁଜାତାଙ୍କୁ ଚୟନ କରିଥିବାବେଳେ ଟିକେଟ ପାଇବା ଆଶାରେ ଥିବା କେତେଜଣ ବିଜେଡି ନେତା ଏବଂ ସେମାନଙ୍କ ସମର୍ଥକ ଅସନ୍ତୁଷ୍ଟ ଅଛନ୍ତି। ତେଣୁ କେତେଜଣ ଅସନ୍ତୁଷ୍ଟ ନେତା ଏବଂ ବରିଷ୍ଠ କର୍ମୀ ଦଳ ଭିତରେ ଥିଲେ ସୁଦ୍ଧା ଆନ୍ତରିକତା ଦେଖାଉ ନାହାନ୍ତି। ତେଣୁ ସୁଜାତା ଏବେ ଅନ୍ୟ ଦଳର ଅସନ୍ତୁଷ୍ଟ ଓ କେତେଜଣ ନୂଆ କର୍ମୀଙ୍କ ଉପରେ ନିର୍ଭର କରୁଥିବା ଦଳୀୟ ମହଲରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି। ଏଠାରେ ଭାଜପାରୁ ଗୌତମ ରାୟ ପ୍ରାର୍ଥୀ ହୋଇଛନ୍ତି। ସେ ଦଳ ତରଫରୁ ୨୦୦୯ ଏବଂ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ଏଥର ନୂଆମୁହଁ ଭାବେ ସୁଦୀପ କୁମାର କରଙ୍କୁ ପ୍ରାର୍ଥୀ କରିଛି। ଏଭଳିସ୍ଥିତିରେ ବିଜେଡି ନୂଆ ମହିଳା ଚେହେରାକୁ ନେଇ କିପରି ଅଭିଜ୍ଞ ନେତାଙ୍କ ସହ ମୁକାବିଲା କରି ଏଠାରେ ନିର୍ବାଚନ ବୈତରଣୀ ପାରିହେବ ତାହା ଆଲୋଚନା ବିଷୟ ହୋଇଛି ା
ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଶାନ୍ତନ୍ତୁ କୁମାର ଦାସ ଲଗାତର ୪ ଥର ବିଜୟୀ ହୋଇଥିଲେ। ଏହାପରେ ୧୯୭୧ରୁ ୧୯୭୯ ଏବଂ ୧୯୮୫ ଓ ୧୯୯୦ରେ ଜଗନ୍ନାଥ ମଲ୍ଲିକ ବିଧାୟକ ହୋଇଛନ୍ତି। ୧୯୮୦ରେ ନିରଞ୍ଜନ ଜେନା, ୧୯୯୫ ଓ ୨୦୦୦ରେ ସୂର୍ଯ୍ୟମଣି ଜେନା, ୨୦୦୪ରେ ପରମେଶ୍ୱର ସେଠୀ ଓ ୨୦୦୯ରୁ ୨୦୧୯ ପ୍ରଣବପ୍ରକାଶ ଦାସ ନିର୍ବାଚିତ ହୋଇଛନ୍ତି। ଏଥର ଯାଜପୁର ବିଧାୟକ ବବି ସମ୍ବଲପୁରରେ ବ୍ୟସ୍ତ ରହିଥିବାରୁ ପ୍ରଚାର ଦୌଡ଼ରେ ବିଜେଡି ପଛେଇ ଯାଇଥିବା ଅନୁମାନ କରାଯାଉଛି। ଏହାସହ ରାଜ୍ୟସ୍ତରରେ କୌଣସି ଷ୍ଟାର ପ୍ରଚାରକ ଏହି ନିର୍ବଚନମଣ୍ଡଳୀକୁ ଓହ୍ଲାଇ ନାହାନ୍ତି। ତେଣୁ ଏହାର ସୁଯୋଗ ନେବାକୁ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଉଦ୍ୟମ କରୁଛନ୍ତି।
ଯାଜପୁର ପୌରପରିଷଦ ସମେତ ଦଶରଥପୁର ବ୍ଲକର ୨୦ ପଞ୍ଚାୟତ ଓ ଯାଜପୁର ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ହେଲା ବିଜେଡି ଲଗାତର ଭାବେ ବିଜୟୀ ହୋଇଆସିଛି। ଏଠାରେ ମୋଟ ଭୋଟର ୨,୪୧,୫୩୫। ସେଥିମଧ୍ୟରୁ ସହରର ତଳି ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଭୋଟରଙ୍କ ସଂଖ୍ୟା ଅର୍ଦ୍ଧାଧିକ। ସେମାନେ ଯାହାକୁ ସାହା ହେବେ ସେ ଜିତିବାର ସମ୍ଭାବନା ରହିଥାଏ। ଏଠାରେ ଭାଜପା ପ୍ରାର୍ଥୀ କେବେ ଜିତି ପାରିନାହାନ୍ତି। କିନ୍ତୁ ୨୦୧୯ ନିର୍ବାଚନରେ ଭାଜପା ୩୫.୬୮% ଭୋଟ ହାସଲ କରି ବିଜେଡିକୁ ଚିନ୍ତାରେ ପକାଇଥିଲା। ବିଜେଡିରୁ ବବି ୯୯,୭୩୮ ଭୋଟ ପାଇଥିବାବେଳେ ଭାଜପାରୁ ଗୌତମ ୫୯,୦୮୨ ଭୋଟ ପାଇଥିଲେ। ସେହପରି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ଏଠାରେ ମାତ୍ର ୨.୮୭ ପ୍ରତିଶତ ଭୋଟ ହାତେଇଥିଲେ। ଏପରି କି ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଯାଇଥିଲା ା ତେଣୁ ଏଥର ବିଜେଡିରୁ ନୂଆ ଚେହେରା ଭାବେ ମହିଳା ପ୍ରାର୍ଥୀ ସୁଜାତା ଓ ଭାଜପାର ଅଭିଜ୍ଞ ନେତା ଗୌତମଙ୍କ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?