Odisha Elections 2024

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମନେପକାଇ ପାରୁନାହାନ୍ତି ଭୋଟର। ଚଳିତ ନିର୍ବାଚନରେ ବିଜେଡିରୁ ସୁଜାତା ସାହୁ ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସତ୍ତ୍ୱେ ଏଥର ଯାଜପୁର ବିଜେଡିର ସ୍ଥିତି ଚିନ୍ତାଜନକ ମନେହେଉଛି। କାରଣ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ଆସନରୁ ଗତ ୩ ଥର ବିଧାୟକ ହୋଇଥିବା ପ୍ରଣବପ୍ରକାଶ ଦାସ(ବବି) ଏବେ ସମ୍ବଲପୁର ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବବିଙ୍କ ସ୍ଥାନରେ ଦଳ ସୁଜାତାଙ୍କୁ ଚୟନ କରିଥିବାବେଳେ ଟିକେଟ ପାଇବା ଆଶାରେ ଥିବା କେତେଜଣ ବିଜେଡି ନେତା ଏବଂ ସେମାନଙ୍କ ସମର୍ଥକ ଅସନ୍ତୁଷ୍ଟ ଅଛନ୍ତି। ତେଣୁ କେତେଜଣ ଅସନ୍ତୁଷ୍ଟ ନେତା ଏବଂ ବରିଷ୍ଠ କର୍ମୀ ଦଳ ଭିତରେ ଥିଲେ ସୁଦ୍ଧା ଆନ୍ତରିକତା ଦେଖାଉ ନାହାନ୍ତି। ତେଣୁ ସୁଜାତା ଏବେ ଅନ୍ୟ ଦଳର ଅସନ୍ତୁଷ୍ଟ ଓ କେତେଜଣ ନୂଆ କର୍ମୀଙ୍କ ଉପରେ ନିର୍ଭର କରୁଥିବା ଦଳୀୟ ମହଲରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି। ଏଠାରେ ଭାଜପାରୁ ଗୌତମ ରାୟ ପ୍ରାର୍ଥୀ ହୋଇଛନ୍ତି। ସେ ଦଳ ତରଫରୁ ୨୦୦୯ ଏବଂ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ଏଥର ନୂଆମୁହଁ ଭାବେ ସୁଦୀପ କୁମାର କରଙ୍କୁ ପ୍ରାର୍ଥୀ କରିଛି। ଏଭଳିସ୍ଥିତିରେ ବିଜେଡି ନୂଆ ମହିଳା ଚେହେରାକୁ ନେଇ କିପରି ଅଭିଜ୍ଞ ନେତାଙ୍କ ସହ ମୁକାବିଲା କରି ଏଠାରେ ନିର୍ବାଚନ ବୈତରଣୀ ପାରିହେବ ତାହା ଆଲୋଚନା ବିଷୟ ହୋଇଛି ା
ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଶାନ୍ତନ୍ତୁ କୁମାର ଦାସ ଲଗାତର ୪ ଥର ବିଜୟୀ ହୋଇଥିଲେ। ଏହାପରେ ୧୯୭୧ରୁ ୧୯୭୯ ଏବଂ ୧୯୮୫ ଓ ୧୯୯୦ରେ ଜଗନ୍ନାଥ ମଲ୍ଲିକ ବିଧାୟକ ହୋଇଛନ୍ତି। ୧୯୮୦ରେ ନିରଞ୍ଜନ ଜେନା, ୧୯୯୫ ଓ ୨୦୦୦ରେ ସୂର୍ଯ୍ୟମଣି ଜେନା, ୨୦୦୪ରେ ପରମେଶ୍ୱର ସେଠୀ ଓ ୨୦୦୯ରୁ ୨୦୧୯ ପ୍ରଣବପ୍ରକାଶ ଦାସ ନିର୍ବାଚିତ ହୋଇଛନ୍ତି। ଏଥର ଯାଜପୁର ବିଧାୟକ ବବି ସମ୍ବଲପୁରରେ ବ୍ୟସ୍ତ ରହିଥିବାରୁ ପ୍ରଚାର ଦୌଡ଼ରେ ବିଜେଡି ପଛେଇ ଯାଇଥିବା ଅନୁମାନ କରାଯାଉଛି। ଏହାସହ ରାଜ୍ୟସ୍ତରରେ କୌଣସି ଷ୍ଟାର ପ୍ରଚାରକ ଏହି ନିର୍ବଚନମଣ୍ଡଳୀକୁ ଓହ୍ଲାଇ ନାହାନ୍ତି। ତେଣୁ ଏହାର ସୁଯୋଗ ନେବାକୁ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଉଦ୍ୟମ କରୁଛନ୍ତି।
ଯାଜପୁର ପୌରପରିଷଦ ସମେତ ଦଶରଥପୁର ବ୍ଲକର ୨୦ ପଞ୍ଚାୟତ ଓ ଯାଜପୁର ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ହେଲା ବିଜେଡି ଲଗାତର ଭାବେ ବିଜୟୀ ହୋଇଆସିଛି। ଏଠାରେ ମୋଟ ଭୋଟର ୨,୪୧,୫୩୫। ସେଥିମଧ୍ୟରୁ ସହରର ତଳି ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଭୋଟରଙ୍କ ସଂଖ୍ୟା ଅର୍ଦ୍ଧାଧିକ। ସେମାନେ ଯାହାକୁ ସାହା ହେବେ ସେ ଜିତିବାର ସମ୍ଭାବନା ରହିଥାଏ। ଏଠାରେ ଭାଜପା ପ୍ରାର୍ଥୀ କେବେ ଜିତି ପାରିନାହାନ୍ତି। କିନ୍ତୁ ୨୦୧୯ ନିର୍ବାଚନରେ ଭାଜପା ୩୫.୬୮% ଭୋଟ ହାସଲ କରି ବିଜେଡିକୁ ଚିନ୍ତାରେ ପକାଇଥିଲା। ବିଜେଡିରୁ ବବି ୯୯,୭୩୮ ଭୋଟ ପାଇଥିବାବେଳେ ଭାଜପାରୁ ଗୌତମ ୫୯,୦୮୨ ଭୋଟ ପାଇଥିଲେ। ସେହପରି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ଏଠାରେ ମାତ୍ର ୨.୮୭ ପ୍ରତିଶତ ଭୋଟ ହାତେଇଥିଲେ। ଏପରି କି ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଯାଇଥିଲା ା ତେଣୁ ଏଥର ବିଜେଡିରୁ ନୂଆ ଚେହେରା ଭାବେ ମହିଳା ପ୍ରାର୍ଥୀ ସୁଜାତା ଓ ଭାଜପାର ଅଭିଜ୍ଞ ନେତା ଗୌତମଙ୍କ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri