ଚଣ୍ଡିଖୋଲ ଛକରୁ ଅସ୍ଥାୟୀ ଦୋକାନ ଉଠିଲା

ଚଣ୍ଡିଖୋଲ/ବଡ଼ଚଣା,୨୧।୮(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲାର ପ୍ରମୁଖ ଛକ ହେଉଛି ଚଣ୍ଡିଖୋଲ। ଏଠାରେ ୨ ଜାତୀୟ ରାଜପଥ ୧୬ ଓ ୫୩ନଂର ମିଶ୍ରଣ ହୋଇଛି। ଏହି ଜାତୀୟ ରାଜପଥ ମଧ୍ୟରୁ ଚଣ୍ଡିଖୋଲ-ପାରାଦୀପ ୧୬ନଂକୁ ୮ ଲେନ ବିଶିଷ୍ଟ କରାଯାଉଛି। ସେହିପରି ଚଣ୍ଡିଖୋଲ-ଡୁବୁରୀ ୫୩ନଂ. ଜାତୀୟ ରାଜପଥକୁ ୬ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଘୋଷଣା ସରିଛି। ତେଣୁ ଚଣ୍ଡିଖୋଲ ଛକର ରାସ୍ତାପାର୍ଶ୍ୱରେ ଥିବା ଅସ୍ଥାୟୀ ବ୍ୟବସାୟୀମାନେ ମଙ୍ଗଳବାର ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଭାଙ୍ଗି ସ୍ଥାନ ଖାଲି କରିଛନ୍ତି।
ଚଣ୍ଡିଖୋଲ ଛକକୁ ପ୍ରଶସ୍ତୀକରଣ କରାଯିବ। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚଣ୍ଡିଖୋଲ ଆରଟିଓ, ସ୍ଥାନୀୟ ପୋଲିସ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନକୁ ଡାକି ଆଲୋଚନା କରିଥିଲେ। ଆଲୋଚନା ପରେ ଦର୍ପଣ ତହସିଲଦାରଙ୍କୁ ଅସ୍ଥାୟୀ ବ୍ୟବସାୟୀମାନଙ୍କୁ ଉଠିଯବା ପାଇଁ ନୋଟିସ କରିବାକୁ କୁହାଯାଇଥିଲା। ସେହି ଆଧାରରେ ତହସିଲଦାର ମାନସ କୁମାର ତ୍ରିପାଠୀ ନୋଟିସ ଜାରି କରିଥିଲେ। ତେବେ ସମୟ ସୀମା ପୂର୍ବରୁ ଉଠା ଦୋକାନୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ଆରମ୍ଭ କରିଛନ୍ତି।
ଅପରପକ୍ଷରେ ଅସ୍ଥାୟୀ ବ୍ୟବସାୟୀ ସଂଘ ସଭାପତି ମହେଶ୍ୱର ବଳ, ସମ୍ପାଦକ ସଞ୍ଜୟ ସ୍ବାଇଁ, ଉପସଭାପତି ପ୍ରକାଶ ରାଉତ, ସହସମ୍ପାଦକ ପ୍ରସନ୍ନ ସାହୁ, ଉପଦେଷ୍ଟା ରମେଶ ନାୟକ ଓ ନବ କିଶୋର ସାହୁଙ୍କ ନେତୃତ୍ୱରେ ବଜାରର ଶତାଧିକ ଉଠାଦୋକାନୀ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ରରେ ବଜାରର ଉନ୍ନୟନମୂଳକ କାର୍ଯ୍ୟକୁ ସମର୍ଥନ କରାଯିବା ସହିତ ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ଅନୁରୋଧ କରାଯାଇଛି। ଦାବିପତ୍ର ପ୍ରଦାନବେଳେ ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷୀରୋଦ ମହଲା, ପୂର୍ବତନ ନାଏବ ସରପଞ୍ଚ ମସିର ଆଲାମ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ତହସିଲଦାର ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଉଠାଦୋକାନୀ ଜାତୀୟ ରାଜପଥ ଅବରୋଧ କରି ବ୍ୟବସାୟ କରୁଥିଲେ। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେମାନଙ୍କୁ ନୋଟିସ ଦିଆଯାଇଥିଲା। ନୋଟିସ ପାଇବା ପରେ ସେମାନେ ଆପେ ଆପେ ଉଠି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?