ପୁଣି ଜୁଡ଼ିଆ ଘାଟିରେ ଧସିଲା ପଥର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥାନୀୟ ଜୁଡ଼ିଆ ଘାଟିରେ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ ବ୍ୟାହତ ହୋଇଛି। ସେ ସମୟରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି। ମାତ୍ର ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ରାସ୍ତାର ରକ୍ଷଣାବେକ୍ଷଣ କରୁଥିବା ମଣ୍ଟେକାର୍ଲୋ ସଂସ୍ଥା ପକ୍ଷରୁ ରାସ୍ତା ସଫେଇ କାମ ଜାରି ରଖି ଯାତାୟାତ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି। କିଛିଦିନ ତଳେ ଏହି ଘାଟି ଏଭଳି ପଥର ଓ ମାଟି ଅତଡ଼ା ଖସି ରାସ୍ତାରେ ପଡ଼ିବାରୁ ଯାତାୟାତ ବ୍ୟାହତ ହୋଇଥିଲା। ପାହାଡ଼ରୁ ପଥର, ମାଟି, ଗଛ ଆଦି ନ ଖସିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତାର ଜାଲି ବିଛା ଯାଇଥିଲେ ହେଁ ସେସବୁ ଛିଣ୍ଡି ଯାଉଥିବାରୁ ଯାତାୟାତ କରୁଥିବା ହଜାର ହଜାର ସଂଖ୍ୟାରେ ଟ୍ରକ, ଟ୍ରଲର, ବସ୍‌ ତଥା ଅନ୍ୟାନ୍ୟ ଗାଡ଼ି ଚାଳକ, ଯାତ୍ରୀ ଆଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ଗତ ରବିବାର ଏହି ଏନ୍‌ଏଚର କବିତ୍ରା ନିକଟରେ ରାସ୍ତା ଭୁଶୁଡ଼ି ପଡ଼ିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଥିଲେ ହେଁ ଯାତାୟାତ ସ୍ବାଭାବିକ ହୋଇନାହିଁ ା ଏହାକୁ ନେଇ ଉକ୍ତ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ମଣ୍ଟେକାର୍ଲୋ ସଂସ୍ଥାର ରକ୍ଷଣାବେକ୍ଷଣ ପରିଚାଳକ ସତ୍ୟରଞ୍ଜନ ରାଉତ କହିଛନ୍ତି, ଜୁଡ଼ିଆ ଘାଟିରୁ ଲଗାଣ ବର୍ଷା ପାଇଁ ଏଭଳି ଅତଡ଼ା ଖସୁଛି। ମାଟି ନରମ ଥିବାରୁ ଖସୁଛି ା ରାସ୍ତା ସଫା କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ପରିସ୍ଥିତି ଉପରେ ନଜର ରଖାଯାଉଛି। ସେହିପରି ରାସ୍ତାରେ ହୋଇଥିବା ଖାଲ ବନ୍ଦ କରି ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଉଛି। ବର୍ଷକ ପରେ ସଠିକ୍‌ ଭାବରେ ମରାମତି କାମ କରାଯିବ।

ପ୍ରକାଶ ଯେ, ସିଙ୍ଗଡ଼ାଠାରୁ ବିଞ୍ଜବାହାଳ ପର୍ଯ୍ୟନ୍ତ ଦୀର୍ଘ ୧୦୨ କିମି ରାସ୍ତାର ନିର୍ମାଣରେ ପାଖାପାଖି ୬୦୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ବର୍ଷେ ନ ପୂରୁଣୁ ରାସ୍ତା ଓ ଘାଟି ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର ତଥା ତ୍ରୁଟିପୂର୍ଣ୍ଣ କାମ ପାଇଁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏଣୁ ଏହି କାମର ସଠିକ ଯାଞ୍ଚ କରିବା ସହ ଲୋକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?