Advertisement
Posted inଜାତୀୟ

ଗୁଜରାଟରେ ଲାଗୁ ହେବ ସମାନ ନାଗରିକ ସଂହିତା

ଅହମଦାବାଦ,୩୦।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ଲାଗି ଶନିବାର ଏକ କମିଟି ଗଠନ କରିଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ କମିଟି ଗଠନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗ୍‌ଭି କହିଛନ୍ତି। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୩ରୁ ୪ ଜଣ ସଦସ୍ୟ ରହିବେ ବୋଲି କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ପୂର୍ବରୁ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶ ସରକାର ୟୁସିସି ଲାଗୁ କରିବା ନିମନ୍ତେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏକମାତ୍ର ରାଜ୍ୟ ଗୋଆରେ ସମାନ ନାଗରିକ ସଂହିତା ଲାଗୁ ହୋଇଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ସମାନ ନାଗରିକ ସଂହିତା ଏକ ପ୍ରସ୍ତାବ।


Enter your email to get our daily news in your inbox.

All Right Reserved By Dharitri.Com

‘କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୩୧।୧୦: କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ବିଚାର ବେଳେ କହିଛନ୍ତି। ଏଥିସହିତ ଅଦାଲତ ଏକ ଦମ୍ପତିଙ୍କ...

ସିଏଏ ସମ୍ପର୍କରେ ସଚେତନତା: ମୋଦି ଆରମ୍ଭ କଲେ ଟୁଇଟର ଅଭିଯାନ

ନୂଆଦିଲ୍ଲୀ,୩୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୋମବାର ଦେଶବ୍ୟାପି ଏକ ଟୁଇଟର ଅଭିଯାନ ଆରମ୍ଭ ହୋଇଛି।...

୨୦୧୮ରେ ଆସିଛି ଅଧିକ ସାମୁଦ୍ରିକ ଝଡ଼: ୭ ବାତ୍ୟା ନେଇଛି ୩ଶହ ୪୩ ଜୀବନ

ନୂଆଦିଲ୍ଲୀ,୧୨।୬: ଦେଶରେ ୧୯୬୭ଠାରୁ ବର୍ତ୍ତମାନ ସୁଦ୍ଧା ୫୨ ବର୍ଷ ମଧ୍ୟରେ ୧୨୧ ସାମୁଦ୍ରିକ ଝଡ଼ ଆସିଛି। ସେଥିମଧ୍ୟରୁ ୨୦୧୮ରେ ଅଧିକ ଝଡ଼ ହୋଇଛି। ଏଥିରେ ୩...

ଆଗାମୀ ସପ୍ତାହରେ ବଜାରକୁ ଆସିବ ସ୍ପୁଟନିକ-ଭି ଟିକା: ଏତିକି ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ...

ଖାରଜ ହୋଇନି ଡେଥ୍‌ ଓ୍ବାରେଣ୍ଟ: ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୨।୩: ନିର୍ଭାୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ଏବେ ସେ ରାଷ୍ଟ୍ରପତିଙ୍କ ନିକଟରେ...

ମହିଳାଙ୍କ ପ୍ରଜନନ ଅଧିକାର ସୁରକ୍ଷା ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୦ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ବୁଧବାର ‘ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍‌ ଟେକ୍ନୋଲୋଜି ରେଗୁଲେଶନ୍‌ ବିଲ୍‌ ୨୦୨୦’କୁ ମଞ୍ଜୁରୀ ଦେଇଛି। ମହିଳାଙ୍କ ପ୍ରଜନନ ଅଧିକାରକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ...

ଜନ୍ମଦିନରେ ମା’ଙ୍କୁ ଏପରି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଲେ ପୁଅ

ମୁମ୍ବାଇ,୧୮ା୮: ଠାଣେ ଜିଲା ଉଲ୍ଲାସନଗରରେ ଆଜିର ଯୁଗର ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି। ଜଣେ ପୁଅ ମା’ଙ୍କ ଜନ୍ମଦିନରେ ତାଙ୍କର ଇଚ୍ଛା ପୂରଣ କରିଛନ୍ତି। ସେ...

ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା: ଉତ୍ତରଭାରତ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ,୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶରେ ପ୍ରବେଶ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀକୁ...

Advertisement
Archives

Model This Week