ବଡ଼ଚଣାରେ ଖୋଲିଲା ବିହନ ପରୀକ୍ଷା କେନ୍ଦ୍ର

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.): ବଡ଼ଚଣାଠାରେ ଏକ ବିହନ ପରୀକ୍ଷାଗାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଶୁକ୍ରବାର କୃଷିମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉପ୍ତାଦ ପ୍ରମାଣନ ସଂସ୍ଥା ଦ୍ୱାରା ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସଂସ୍ଥାର ନିର୍ଦ୍ଦେଶକ ସୁବ୍ରତ୍‌ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟବକ୍ତାଭାବେ ଯୋଗଦେଇ ୧ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଥିବା ସୂଚନା ଦେଇଥିଲେ। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିହନ ପରୀକ୍ଷାଗାର ପ୍ରତିଷ୍ଠା ହେବା ଦ୍ୱାରା ଜିଲାର ଚାଷୀଙ୍କ ଉନ୍ନତି ଘଟିବ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିହନ ପ୍ରମାଣନ ଅଧିକାରୀ ନିରଞ୍ଜନ ମାଝି, ରାଜ୍ୟ ବିହନ ପ୍ରମାଣନ ଅଧିକାରୀ ଜଗଦିଶ୍‌ ଚନ୍ଦ୍ର ମହାନ୍ତି, ଡା. ଆଦିତ୍ୟ କୁମାର ପାତ୍ର, ଡା. ପରେଶ କୁମାର ପଣ୍ଡା, ସମ୍ବିତ କୁମାର ପାଣିଗ୍ରାହୀ ଏବଂ ପରୀକ୍ଷାଗାରରେ ନୂତନଭାବେ ଯୋଗଦେଇଥିବା ବିହନ ପରୀକ୍ଷଣ ଅଧିକାରୀ ନୃସିଂହ ଚରଣ ବେହେରା ଓ ନିବେଦିତା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ସମୟରେ ୧୪୯ଟି ରେକ୍‌ରେ ଚାଉଳ ପରିବହନ

ସମ୍ବଲପୁର, ୨୭।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଲକ୍‌ ଡାଉନ ଜାରି ରହିଛି । ଏହି ସମୟରେ ସମ୍ବଲପୁର ରେଳମଣ୍ଡଳ ଅନବରତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୩ ଗୁରୁତର

କଟକ ଅଫିସ,୩।୧୧: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବ୍ୟକ୍ତି,...

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ଅନୁଗୋଳ ଅଫିସ, ୨୮।୫ ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର...

ସିଡ଼ିଏମଓଙ୍କୁ ସ୍ବାସ୍ଥ୍ୟକର୍ମୀ ଦେଲେ ଦାବିପତ୍ର

ବରଗଡ଼ ଅଫିସ୍‌,୧୮।୫: ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରିଛନ୍ତି । ଏହା ସହିତ ଅଗ୍ରୀମ ଦରମା ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଛି...

ରଜ ମହୋତ୍ସବ ଉଦ୍‌ଯାପିତ

ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍‌.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି...

ଗଞ୍ଜାମ ସହରରେ ଅଧିକାଂଶ ଲୋକ ବର୍ତ୍ତମାନ ପିନ୍ଧୁନାହାନ୍ତି ମାସ୍କ

ଗଞ୍ଜାମ,୧୫।୯(ଡି.ଏନ୍‌.ଏ.): ଗଞ୍ଜାମସହରରେ ମହାମାରୀ କରୋନା ସ୍ଥିତି ବର୍ତମାନ ନିୟନ୍ତ୍ରଣ ଥିବା ଜଣା ପଡିଛି । ଏହି ଏନ୍‌ଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା...

ଷ୍ଟାଡିୟମରେ ମିନାବଜାର ଅନିଶ୍ଚିତତାକୁ ନେଇ ଅସନ୍ତୋଷ

ଜଟଣୀ, ୨୬।୮(ଡି.ଏନ୍‌.ଏ):ରାଜ୍ୟରେ ଖୋର୍ଦ୍ଧା ଜିଲା ଜଟଣୀ ଗଣେଶ ପୂଜାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୂଜା ସମୟରେ ମନୋରଞ୍ଜନ ଏବଂ କିଣା ବିକା ପାଇଁ ବିଭିନ୍ନ...

ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ...

Advertisement
Archives

Model This Week