Posted inଖେଳ

ଓ୍ବାରିଅର୍ଜର ଦ୍ୱିତୀୟ ବିଜୟ

ବେଙ୍ଗାଲୁରୁ,୨ା୩: ଓମେନ୍ସ ପ୍ରିମିୟର ଲିଗ୍‌ରେ  ଗୁଜରାଟ ଜାଏଣ୍ଟ୍ସକୁ ୬ ଉଇକେଟରେ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି ୟୁପି ଓ୍ବାରିଅର୍ଜ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୫ ଉଇକେଟ ହରାଇ ୧୪୨ ରନ୍‌ କରିଥିଲା। ଜବାବରେ ୧୫.୪ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ କରି ନେଇଥିଲା ୟୁପି।
ଟସ୍‌ ହାରି ବ୍ୟାଟିଂ କରିଥିବା ଗୁଜରାଟ ପକ୍ଷରୁ ବେଥ୍‌ ମୁନି(୧୬) ଓ ଲୌରା ଓଲ୍ଭାଡର୍‌ଟ(୨୮) ପ୍ରଥମ ଉଇକେଟରେ ୪୦ ରନ୍‌ ଯୋଡିଥିଲେ। ପରବର୍ତ୍ତୀ ବ୍ୟାଟର ହରଲିନ୍‌ ଦେଓଲ ୨୪ ବଲ୍‌ ଖେଳି ୧୮ ରନ୍‌ କରିବାରୁ ଦଳର ରନହାର ଧୀମେଇ ଯାଇଥିଲା। ତେବେ ଫିବ୍‌ ଲିଚଫିଲ୍ଡ(୩୫) ଓ ଆସ୍‌ଲେ ଗାର୍ଡନର (୩୦) ଦ୍ରୁତ ବ୍ୟାଟିଂ କରିବାରୁ ଦଳୀୟ ସ୍କୋର ୧୪୦ ପାର କରିଥିଲା। ଲିଚଫିଲ୍ଡ ୨୬ ବଲ ଖେଳଳି ୪ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଗାର୍ଡନର ମାତ୍ର ୧୭ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ। ୟୁପି ପକ୍ଷରୁ ସୋଫି ଏକେଲଷ୍ଟୋନ ଚମତ୍କାର ବୋଲିଂ କରି ୨୦ ରନ୍‌ରେ ୩ ଉଇକେଟ ନେଇଥିଲେ। ରାଜେଶ୍ୱରୀ ଗାଏକ୍ୱାଡ ଗୋଟିଏ ସଫଳତା ହାସଲ କରିଥିଲେ।
୧୪୩ ରନ୍‌ ଲକ୍ଷ୍ୟର ପିଛା କରୁଥିବା ୟୁପି ପକ୍ଷରୁ ଆଲିସା ହିଲି(୩୩) ଓ କିରନ ନଭଗିରେ (୧୨) ପ୍ରଥମ ଉଇକେଟରେ ୪୨ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ଚମାରି ଅଟ୍ଟାପଟ୍ଟୁ ୧୭ ରନ୍‌ କରି ଆଉଟ ହୋଇଥିବା ବେଳେ ଗ୍ରେସ୍‌ ହାରିସ୍‌ ଅପରାଜିତ ୬୦ ରନ୍‌ କରି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ୩୩ ବଲ୍‌ ଖେଳି ସେ ୯ ଚୌକା ଓ ୨ ଛକା ମାରିଥିଲେ। ଦୀପ୍ତି ଶର୍ମା(୧୭*)ଙ୍କ ସହ ମିଶି ଦଳକୁ ବିଜୟୀ କରିଥିଲେ ହାରିସ୍‌। ଗୁଜରାଟ ପକ୍ଷରୁ ତନୁଜା କଓ୍ବଁର ୨ ଉଇକେଟ ନେଇଥିବା ବେଳେ ମେଘନା ସିଂ ଓ କାଥରିନ୍‌ ବ୍ରାଇସ୍‌ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ। ହ୍ୟାଟ୍ରିକ ପରାଜୟ ହାସଲ କରିଥିବା ଗୁଜରାଟ ଏହାର ପଏଣ୍ଟ ଖାତା ଖୋଲିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?