‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନକୁ ‘ସ୍କଚ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି। ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ବତନ୍ତ୍ର ଯୋଜନା ଲାଗୁ ନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି। ଏନେଇ ନୂଆଦିଲ୍ଲୀ ସ୍ଥିତ ‘କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆ’ ଠାରେ ଆୟୋଜିତ ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ‘ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଉପସ୍ଥିତ ରହି ସମ୍ପୃକ୍ତ ସମ୍ମାନ ଗ୍ରହଣ କରିଛନ୍ତି।
୨୦୨୧ରେ ‘ମୋ କଲେଜ’ ଆରମ୍ଭ ହୋଇଥିଲା। ପରେ ରାଜ୍ୟର ସମୁଦାୟ ୮୫୦ ଗୋଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷକ ଶିମହାବିଦ୍ୟାଳୟ, ପଲିଟେକନିକ୍‌, ଇଞ୍ଜିନିୟରିଂ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏହି ସଂଗଠନ ସହ ଅନୁବନ୍ଧିତ ହୋଇଥିଲା। ଶିକ୍ଷାନୁଷ୍ଠାନ ସବୁର ବିକାଶ ନେଇ ସମୁଦାୟ ୯୭ ଗୋଟି ପ୍ରକଳ୍ପ ହାତକୁ ନେଇଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୭ କୋଟି ବ୍ୟୟରେ ୬୧ଟି ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ଓଡ଼ିଶା ନିର୍ବାଚନ: ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା, ସର୍ବାଧିକ ଗାଡ଼ି ଭଡା…

ଭୁବନେଶ୍ୱର,୧୭।୩: ୨୦୨୪ ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ...

ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ୱର,୧୭।୩: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀର। ଏହି ସମୟରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ତାଙ୍କୁ ଶେଷ ଦର୍ଶନ ପାଇଁ...

ପୁଅ ଶୋଇଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗାଇଦେଲେ ବାପା, ସାବତ ମା’

ବଣାଇ,୧୭।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳ ବହାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପୁଅ (ଦଶରଥ ଭୂମିଜ) ଶୋଇଥିବା...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ପଶ୍ଚିମ ଓଡ଼ିଶାକୁ ଆର୍ଲଟ

ଭୁବନେଶ୍ୱର,୧୭।୩: ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗ ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରିଛି। ଏ ନେଇ ବୌଦ୍ଧ ଜିଲାକୁ...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

୩୧ଲକ୍ଷ ଟଙ୍କା ଅନିୟମିତତା ମାମଲା : ପୂର୍ବତନ ପ୍ୟାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୧୭।୩( ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଲଖନପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଧୃବଚରଣ ସାହୁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରିଛି।...

୨୪, ୨୫ ମାର୍ଚ୍ଚରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଧର୍ମଘଟ; ଓଡ଼ିଶାରେ ସେବା ପ୍ରଭାବିତ ହେବାର ସମ୍ଭାବନା

ଭୁବନେଶ୍ୱର,୧୭।୩: ୨୪ ଏବଂ ୨୫ ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ସାରା ଓଡ଼ିଶାରେ ବ୍ୟାଙ୍କ ସେବା...

ଭୁବନେଶ୍ୱରରେ ୬ ମାସରେ ୧୮ ଫ୍ଲାଟରୁ ଚୋରି

ଭୁବନେଶ୍ୱର,୧୭।୩: ଚୋରି , ଛିନ୍‌ତାଇ, ଲୁଟ୍‌ ଏହା ନିତିଦିଦିଆ ଘଟଣାରେ ପରିଣତ ହୋଇଛି। ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍‌ ହେଉଛି। ୬ ମାସରେ ଭୁବନେଶ୍ବରର ୧୮ଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri