Posted inଫୁରସତ

ମହିଳାଙ୍କ ପାଇଁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ

ଭାରତରେ ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ରାତି କଥା ତ ଛାଡ଼ ଦିନରେ ବି ମହିଳାମାନଙ୍କୁ ଏକୁଟିଆ କୁଆଡ଼େ ଯିବାବେଳେ ବେଶ୍‌ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ହେଲେ ଏଠାରେ ଏପରି କିଛି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯେଉଁଠାକୁ ମହିଳାମାନେ ଏକୁଟିଆ ଗଲେ ବି ନିଜକୁ ସୁରକ୍ଷିତ ମନେ କରିବା ସହ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ…

ଆଜିର ଏହି ଆଧୁନିକ ଯୁଗରେ ଯୁବତୀ ହୁଅନ୍ତୁ ବା ମହିଳାମାନେ ପାଠଶାଠ ପଢି ଯେତେ ସ୍ମାର୍ଟ ଓ ଆଡଭାନ୍ସ ହେଲେ ବି ସେମାନଙ୍କ ଭବିଷ୍ୟତ ଆଉ ସୁରକ୍ଷାକୁ ନେଇ ମା’ବାପାମାନେ ସବୁବେଳେ ଚିନ୍ତାରେ ଥାନ୍ତି। ଝିଅକୁ ଏକୁଟିଆ କୁଆଡ଼େ ଛାଡିଲାବେଳେ ସେ କେମିତି ଭଲରେ ଭଲରେ ଘରକୁ ଫେରି ଆସିବ ସେ ନେଇ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି। ହେଲେ ଏମିତି ବି କିଛି ଯୁବତୀ ଅଛନ୍ତି, ଯେଉଁମାନେ ଖୁବ୍‌ ସାହସୀ ହେବା ସହ ନିଜ ସୁରକ୍ଷା କଥା ନିଜେ ବେଶ୍‌ ଭଲ ଭାବରେ ବୁଝିବାରେ ଧୁରନ୍ଧର ହୋଇଥାନ୍ତି। ଓଲଟା ସେମାନେ ମା’ବାପାଙ୍କୁ ସାହସ ଦେଇଥାନ୍ତି ତାଙ୍କ ବିଷୟରେ ଆଦୌ ଚିନ୍ତା ନ କରିବା ପାଇଁ। ସେମାନେ ଏକା ଏକା କୁଆଡ଼େ ବି ବୁଲିବାକୁ ଯାଇପାରନ୍ତି। ଅନ୍ୟପକ୍ଷେ ଆଉ କିଛି ଯୁବତୀ ଅଛନ୍ତି, ଯେଉଁମାନେ ଇଚ୍ଛା ଥିଲେ ବି ଦୁନିଆର ରୀତିନୀତିକୁ ଦେଖି ଏକା ଏକା ଘରୁ ପାଦ କାଢିବାକୁ ଡରିଥାନ୍ତି। ଏଠାରେ ଆମେ ସେମିତି କେତେକ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରୁଛୁ, ଯେଉଁଠାକୁ ଯୁବତୀମାନେ ଚାହିଁଲେ ଆରାମରେ ଏକା ଏକା ଯାଇ ସେଠାକାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ। କହିବାକୁ ଗଲେ ଏହି ସବୁ ସ୍ଥାନ ହେଉଛି ଖାସ୍‌ କରି ମହିଳାମାନଙ୍କ ପାଇଁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ।
ଗୋଆ: ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ତଥା ପ୍ଲାନ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ଗୋଆ ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ ମହିଳାମାନଙ୍କ ସୁରକ୍ଷା ପ୍ରତି ଏବେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି; ଯଦ୍ଦ୍ବାରା ଏଠାକୁ ଏକାଏକା ବୁଲିବାକୁ ଆସୁଥିବା ମହିଳାମାନେ ନିଜକୁ ବେଶ୍‌ ସୁରକ୍ଷିତ ମଣୁଛନ୍ତି। ଏଠାକାର ଆକର୍ଷଣୀୟ ବିଚ୍‌ରେ ବୁଲି ନିଆରା ଅନୁଭୂତି ସାଉଁଟିବା ସହ ମହିଳାମାନେ ଏଠାରେ ଚାହିଁଲେ ଅନେକ ଦୁଃସାହସିକ କ୍ରୀଡ଼ା ତଥା ବିଚ୍‌ ପାର୍ଟିର ଭରପୂର ମଜା ଉଠାଇପାରିବେ।
ଲଦାଖ: ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ। ସ୍ଥାନୀୟ ଲୋକେ ଖୁବ୍‌ ପରୋପକାରୀ। ଖାସ୍‌କରି ମହିଳାମାନଙ୍କ ପ୍ରତି ସେମାନଙ୍କ ମନରେ ରହିଛି ଯଥେଷ୍ଟ ସମ୍ମାନ। ମହିଳାମାନଙ୍କୁ କୌଣସି ଅସୁବିଧାରେ ପଡିଥିବାର ଦେଖିଲେ, ସେମାନେ ତାଙ୍କୁ ସାହାଯ୍ୟ କରିବାକୁ ବେଶ୍‌ ଆଗଭର ଥାନ୍ତି। ସ୍ଥାନୀୟ ଟୁରିଷ୍ଟ ରେକର୍ଡରୁ ଯାହା ଜଣାଯାଏ, ଗତ କିଛିବର୍ଷ ହେବ ଲଦାଖରେ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଥିଲେ ହେଁ ଏଠାକାର ସୌନ୍ଦର୍ଯ୍ୟରେ କିଛି ବି ଫିକ୍‌କା ପଡିନାହିଁ । ଖାସ୍‌କରି ଏଠାକାର ଶାନ୍ତ ପରିବେଶ ସାଙ୍ଗକୁ ଆକର୍ଷଣୀୟ ଝରଣା ତଥା ପାହାଡ ଆଦି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।
ଶିଲଂ: ମେଘାଳୟ ଏକ ସ୍ତ୍ରୀ ପ୍ରଧାନ ସମାଜ । ଏଠାକାର ବଜାରରେ ମହିଳାମାନେ ହିଁ ଅଧିକ ସଂଖ୍ୟାରେ ବେପାର କରୁଥିବାର ଦେଖିବାକୁ ମିଳିଥାଏ। ଏହିଥିରୁ ଅନୁମାନ କରିହୁଏ ଯେ, ମେଘାଳୟରେ ମହିଳାମାନଙ୍କୁ କେତେ ସମ୍ମାନ କରାଯାଏ, ଆଉ ଏଠାରେ ସେମାନଙ୍କର କେମିତି ଗୁରୁତ୍ୱ ଥାଏ। ତେଣୁ ଏଠାରେ ମହିଳାମାନେ ଏକାକୀ ବୁଲିବାରେ ସେମିତି କିଛି ବିଶେଷ ଅସୁବିଧା ହୁଏ ନାହିଁ। ଶିଲଂ ଯେହେତୁ ମେଘାଳୟର ରାଜଧାନୀ ଏବଂ ଏକ ଶୈଳନିବାସ, ତେଣୁ ଏଠାରେ ମଧ୍ୟ ମହିଳାମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ; ଯଦ୍ଦ୍ବାରା ମହିଳା ପର୍ଯ୍ୟଟକ ଏଠାକୁ ବହୁ ସଂଖ୍ୟାରେ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଖୁବ୍‌ ନିକଟରୁ ଜାଣିବାକୁ ଚେଷ୍ଟା କରିଥାନ୍ତି।
ଗୁଆହାଟି: ଏହି ସହର କାମାକ୍ଷା ମାତାଙ୍କ ନାମରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ ଏଠାରେ ମହିଳାମାନଙ୍କୁ ବହୁ ସମ୍ମାନ ଦିଆଯିବା ସହ ସେମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଏଠାକୁ ମହିଳା ପର୍ଯ୍ୟଟକ ଆସିଲେ ସେମାନଙ୍କର କିଛି ବି ଅସୁବିଧା ହୁଏ ନାହିଁ। ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ ଏହି ସହରରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଧାର୍ମିକସ୍ଥଳୀ, ଗୁଆହାଟି ପ୍ଲାନେଟାରିୟମ୍‌, ଆସାମ ଷ୍ଟେଟ୍‌ ମ୍ୟୁଜିୟମ୍‌ ଇତ୍ୟାଦି।
ଉଦୟପୁର: ଅପୂର୍ବ ସଂସ୍କୃତି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ରାଜସ୍ଥାନର ଏହି ସହର ଯେମିତି ଅଦ୍ଭୁତ ସେମିତି ସୁରକ୍ଷିତ ମଧ୍ୟ। ଏଠାକୁ ଏକାକୀ ବୁଲି ଆସୁଥିବା ମହିଳା ପର୍ଯ୍ୟଟକଙ୍କୁ କୌଣସିି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ। ମହିଳାଙ୍କ ସୁରକ୍ଷା ପ୍ରତି ଏଠାରେ ଯଥେଷ୍ଟ ଧ୍ୟାନ ଦିଆଯାଇଥାଏ। ବିଶେଷକରି ଏଠାକାର ଝରଣା, ଆକର୍ଷଣୀୟ ମହଲ ତଥା ମନ୍ଦିର ଆଦି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଶପିଂ ପାଇଁ ବି ଏଠାରେ ଅନେକ ସୁବିଧା ରହିଛି।
ଏହିସବୁ ସ୍ଥାନ ବ୍ୟତୀତ ପୁଡୁଚେରୀରେ ବି ମହିଳା ପର୍ଯ୍ୟଟକଙ୍କ ପାଇଁ ବେଶ୍‌ ସୁବିଧା ସୁଯୋଗ ରହିଛି। କିନ୍ତୁ ଏଠାରେ କହି ରଖିବା ଠିକ୍‌ ହେବ ଯେ, ଯେତେ ସୁବିଧା ଥିଲେ ବି ମହିଳାମାନେ ନିଜ ସୁରକ୍ଷା ପ୍ରତି ନିଜେ ଯେତେ ସଚେତନ ହେବେ ତାହା ସେମାନଙ୍କ ପାଇଁ ଲାଭଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?