ଘଡ଼େଇ-ଦାସ ପରିବାର ମଧ୍ୟରେ ବଢ଼ୁଛି ଫାଟ

କୋରେଇ(ଚନ୍ଦ୍ରକାନ୍ତ ପତି), ୫ା୪:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକଦା ସୁକିନ୍ଦାର ପ୍ରଫୁଲ୍ଲ ଘଡ଼େଇଙ୍କ ପରିବାର ଓ ଯାଜପୁରର ଅଶୋକ ଦାସଙ୍କ ପରିବାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଚର୍ଚ୍ଚା ହୋଇଥାଏ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ୨ ପରିବାରଙ୍କ ମଧ୍ୟରେ କୋରେଇ ବିଜେଡି ଟିକେଟକୁ ନେଇ ଟଣାଓଟରା ହେଉଥିବା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ପୂର୍ବରୁ ଟିକେଟ ଆଶାୟୀଥିବା ବେଳେ ଏବେ ସେ ବିଜେଡିରୁ ଲମ୍ଫ ମାରି ଭାଜପା ଟିକେଟ ହାତେଇଛନ୍ତି। ବିଜେଡି ଏଯାବତ କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। କୁହାଯାଉଛି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏହା ପ୍ରତିଫଳନ।
ଆକାଶ ଭାଜପାରେ ଯୋଗଦେବା ପରେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ (ଲଲ) ବିଜେଡି ଟିକେଟ ପାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଲା। ତାହାକୁ ନେଇ କୋରେଇରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ କିଛି ସମର୍ଥକ ଯାଜପୁର ରୋଡ୍‌ସ୍ଥିତ ବ୍ରାହ୍ମଣୀ ହୋଟେଲରେ ନିକଟରେ ଏକ ଖବରଦାତା ସମ୍ମିଳନୀ କରି ଦାସ ପରିବାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଯଦି ଅଶୋକ ଦାସଙ୍କ ପରିବାରରୁ କାହାକୁ କୋରେଇରୁ ବିଜେଡି ପ୍ରାର୍ଥୀ କରାଯାଏ, ତେବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଘଡ଼େଇଙ୍କୁ ମଧ୍ୟ ବିଜେଡି ପ୍ରାର୍ଥୀ କରୁବୋଲି ସେମାନେ ଦାବି କରିଥିଲେ। ଯାହାକୁ ନେଇ କୋରେଇ ରାଜନୀତି ସରଗରମ ହୋଇଉଠିଥିଲା। ଗତ ମଙ୍ଗଳବାର ପ୍ରଣବ ପ୍ରକାଶଙ୍କ ସମର୍ଥକମାନେ ପାଣିକୋଇଲିସ୍ଥିତ କଲ୍ୟାଣମଣ୍ଡପରେ ଖବରଦାତା ସମ୍ମିଳନୀ କରି ପ୍ରୀତିରଞ୍ଜନଙ୍କ ସମର୍ଥକଙ୍କୁ ଅଣ ବିଜେଡି କର୍ମୀ ବୋଲି ଦର୍ଶାଇ ଅଶୋକ ଦାସଙ୍କ କୋରେଇ ପ୍ରତି ଅତୁଳନୀୟ ଅବଦାନ ରହିଥିବା ପ୍ରକାଶ କରିଥିଲେ। ଯଦି ଅଶୋକ ଦାସଙ୍କ ପରିବାରରୁ କେହି ପ୍ରାର୍ଥୀ ହୁଅନ୍ତି, ତେବେ କୋରେଇ ବିଜେଡି ତାଙ୍କୁ ସମର୍ଥନ ଦେବ ବୋଲି ଜଣାଇଥିଲେ।
ଗୁରୁବାର କୋରେଇ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଝିଲିକଙ୍କୁ ତାଙ୍କ ଯାଜପୁରରୋଡ୍‌ ଧବଳଗିରିସ୍ଥିତ ବାସଭବନରେ ଭେଟି ଅଭିନନ୍ଦନ ଜଣାଇବା ସହିତ କୋରେଇରୁ ବିଧାୟିକା ପ୍ରାର୍ଥୀ ହେବାକୁ ଦାବି କରିଛନ୍ତି। ଝିଲିକ ମଧ୍ୟ ଏହାକୁ ସ୍ବୀକାର କରି ମୁଖ୍ୟମନ୍ତ୍ରୀ ଚାହିଁଲେ ସେ କୋରେଇ ପାଇଁ ପ୍ରତିଦ୍ବନ୍ଦ୍ୱିତା କରିବେ ବୋଲି କହିଛନ୍ତି। ଫଳରେ ଯାଜପୁର ରାଜନୀତି ସରଗରମ ହୋଇଉଠିଛି। ଅନ୍ୟପକ୍ଷରେ ଏସବୁ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଇଙ୍ଗିତରେ ହେଉଥିବା ଆଲୋଚନା ହେଉଛି, ଯାହାକୁ ନେଇ ଘଡ଼େଇ ଓ ଦାସ ପରିବାର ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଚାଲିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଆଗକୁ ଦେଖିବାକୁ ବାକି ରହିଲା ବିଜେଡି କାହାକୁ କୋରେଇରୁ ପ୍ରାର୍ଥୀ କରି ରାଜନୈତିକ ମଇଦାନରେ ଅବତୀର୍ଣ୍ଣ କରାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?