ଆଶାର କିରଣ

୨୦୨୩ରେ ଆଫ୍‌ଗାନିସ୍ତାନରେ ମିଳିତ ଜାତିସଂଘର ତିନୋଟି ଏଜେନ୍ସି ଦ୍ୱାରା ଏକ ସର୍ଭେ କରାଯାଇଥିଲା। ଏଥିରେ ଏକ ଭୟଙ୍କର ବାସ୍ତବତା ସାମ୍‌ନାକୁ ଆସିଥିଲା। ଆଫ୍‌ଗାନିସ୍ତାନର ମହିଳାଙ୍କ ମଧ୍ୟରୁ ପ୍ରାୟ ଏକପଞ୍ଚମାଂଶ ୩ମାସ ମଧ୍ୟରେ ସେମାନଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ ବାହାରେ କାହା ସହ କଥାବାର୍ତ୍ତା କରି ନ ଥିବା ଜଣାପଡ଼ିଥିଲା। ଏହି ଉଦ୍‌ବେଗଜନକ ପରିସଂଖ୍ୟାନ ଆଫ୍‌ଗାନିସ୍ତାନରେ ମହିଳାଙ୍କୁ ଅଲଗା କରି ରଖାଯାଇଥିବା ଭଳି ଗମ୍ଭୀର ସ୍ଥିତିକୁ ଦର୍ଶାଏ। ମହିଳାଙ୍କ ମଧ୍ୟରୁ ଅନେକେ ନିଜ ଘରେ ଆବଦ୍ଧ ରହନ୍ତି। ବାଧ୍ୟତାମୂଳକ ଭାବେ ଅଲଗା କରି ରଖାଯିବା ଦ୍ୱାରା ସାରା ଦେଶରେ ବାଳିକା ଏବଂ ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଇଛି। ସେହି ସମାନ ସର୍ଭେରେ, ୪ଜଣ ମହିଳାଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ କିମ୍ବା ବହୁତ ଖରାପ ଥିବା କହିଥିଲେ। ଝିଅମାନେ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ପାଇପାରୁନାହାନ୍ତି ଏବଂ ସେମାନଙ୍କ ପାଇଁ ସୀମିତ ରୋଜଗାର ସୁଯୋଗ ଥିବାରୁ ବାଧ୍ୟତାମୂଳକ ବାଲ୍ୟବିବାହ, ଶିଶୁ ଶ୍ରମିକ ଏବଂ ଘରୋଇ ହିଂସା ବୃଦ୍ଧି ପାଇଛି।
ଏହାସହ ମହିଳାମାନେ ଦେଶ ଛାଡ଼ି ପଳାୟନ କରିବାକୁ ଚାହଁୁଥିବାରୁ ବେଆଇନ ଦେଶାନ୍ତର ବଢ଼ିବାରେ ଲାଗିଛି।
ତେବେ ନିକଟରେ ପ୍ରକାଶିତ ହ୍ୟୁମାନ ରାଇଟ୍ସ ୱାଚ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ମହିଳାମାନଙ୍କର ସ୍ବାଧୀନତା ତଥା ନିଯୁକ୍ତି ଉପରେ ତାଲିବାନ୍‌ ଲଗାଇଥିବା ପ୍ରତିବନ୍ଧକ ମହିଳା ଓ ବାଳିକାମାନଙ୍କୁ ସ୍ବାସ୍ଥ୍ୟସେବା ପାଇବାରେ ବାଧା ସୃଷ୍ଟି କରିଛି । ତାଲିବାନ୍‌ ମହିଳା ଶିକ୍ଷା ଉପରେ ନିଷେଧାଦେଶ ଜାରି କରିଛି, ଯାହା ଆଗାମୀ ପିଢ଼ିର ମହିଳା ସ୍ବାସ୍ଥ୍ୟସେବା କର୍ମୀଙ୍କ ପ୍ରାୟ ସବୁ ପ୍ରକାର ପ୍ରଶିକ୍ଷଣକୁ ବନ୍ଦ କରିଦେଇଛି। ପରିଣାମ ସ୍ବରୂପ, ଆଫଗାନ ଝିଅମାନଙ୍କର ଏକ ପୂରା ପିଢ଼ି ବିନା ବୃତ୍ତିଗତ ଯୋଗ୍ୟତା କିମ୍ବା ଦରକାରୀ କୌଶଳରେ ବୟସ୍କ ବର୍ଗରେ ପଦାର୍ପଣ କରିବାକୁ ଯାଉଛନ୍ତି। ଜାନୁଆରୀ ୨୦୨୩ରେ ଜାତିସଂଘ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଆଫ୍‌ଗାନିସ୍ତାନର ୯୦ ପ୍ରତିଶତ ମହିଳାଙ୍କର ସେମାନଙ୍କ ପରିବାରରେ ଭଲ କିମ୍ବା ସମ୍ପୂର୍ଣ୍ଣ ପ୍ରଭାବ ଥିବା ଜଣାଇଥିଲେ। ସେହି ବର୍ଷ ନଭେମ୍ବର ସୁଦ୍ଧା ଏହି ପ୍ରତିଶତ ୩୯କୁ ଖସି ଆସିଥିଲା, ଯାହା ମହିଳାମାନଙ୍କ ପ୍ରଭାବ ଓ ଆମତ୍ସମ୍ମାନର ଅତ୍ୟଧିକ କ୍ଷୁଣ୍ଣ ସ୍ଥିତିକୁ ପ୍ରତିଫଳିତ କରୁଛି।
ଆଫଗାନ ଝିଅ ଓ ମହିଳାମାନଙ୍କୁ ସଙ୍ଗଠନ, ଶିକ୍ଷା ଏବଂ ରୋଜଗାରର ଅଧିକାରରୁ ବଞ୍ଚିତ କରାଯାଇଥିଲେ ମଧ୍ୟ ସେଠାରେ ଅନେକ ଉତ୍ସାହଜନକ ବିକାଶ ଘଟିଛି। ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ କାବୁଲ ଏବଂ ସମଗ୍ର ଦେଶରେ କମ୍ୟୁନିଟି ଗ୍ରୁପ୍‌ଗୁଡ଼ିକ ବାଣିଜ୍ୟ ମେଳା ସବୁ ଆୟୋଜନ କରିଛନ୍ତି, ଯେଉଁଠାରେ ମହିଳାମାନେ ଉଭୟ ପୁରୁଷ ଏବଂ ମହିଳା ପରିଦର୍ଶକଙ୍କ ପାଇଁ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି। ସବୁଆଡ଼େ ଆୟୋଜିତ ସମାନ ପ୍ରକାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିବା ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀଠାରୁ ଏହି ମେଳାଗୁଡ଼ିକ ଅଧିକ କିଛି ପ୍ରଦର୍ଶିତ କରିଥାନ୍ତି। ମହିଳାଙ୍କ ମାଲିକାନାରେ ଚାଲୁଥିବା କ୍ଷୁଦ୍ର ବ୍ୟବସାୟ ଏବଂ କର୍ମଶାଳାରୁ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ। କାବୁଲରେ ବହୁ ସଂଖ୍ୟାରେ ମହିଳା ନେତୃତ୍ୱାଧୀନ ଇ-ବାଣିଜ୍ୟ ସୁବିଧା ମହିଳାମାନଙ୍କୁ ସେମାନଙ୍କର ସାମଗ୍ରୀକୁ ଅନ୍‌ଲାଇନରେ ବିକ୍ରି କରିବାରେ ସକ୍ଷମ କରାଇବା ସହ ସେମାନଙ୍କ ଆର୍ଥିକ ବିକାଶରେ ସହାୟକ ହେଉଛି। ଏଭଳି ଆଶାର କିରଣ ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିପାରିବ। ବ୍ରେଡ୍‌ ଫର୍‌ ଓମେନ୍‌ ପ୍ରୋଜେକ୍ଟ ଏହାର ଏକ ବଳିଷ୍ଠ ଦୃଷ୍ଟାନ୍ତ। ଆଫ୍‌ଗାନିସ୍ତାନରେ କାର୍ଯ୍ୟରତ ଅଳ୍ପ କେତେକ ଅନ୍ତର୍ଜାତୀୟ ସଙ୍ଗଠନ ମଧ୍ୟରୁ ଇଟାଲୀର ଏନ୍‌ଜିଓ ନୋଭେ ନେତୃତ୍ୱରେ ଏହି ପ୍ରୋଜେକ୍ଟ ପରିଚାଳିତ ହେଉଛି। ଏହା କାବୁଲର ପାରିପାର୍ଶ୍ୱିକ ଅଞ୍ଚଳରେ ପାରମ୍ପରିକ ଭାବେ ମହିଳାଙ୍କ ମାଲିକାନାରେ ଚାଲୁଥିବା ବେକେରିଗୁଡ଼ିକୁ ପୁନରୁଦ୍ଧାରକରି କ୍ଷୁଧା ଏବଂ ଭୟଙ୍କର ଦାରିଦ୍ର୍ୟର ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛି।
୨୦୧୩ ମସିହାରୁ ନୋଭେ ଆଫଗାନିସ୍ତାନର ଜଟିଳ ରାଜନୈତିକ ଦୃଶ୍ୟପଟକୁ ନିୟନ୍ତ୍ରିତ କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ମହିଳା-ମାଲିକାନାରେ ଥିବା ବେକେରିଗୁଡ଼ିକର ପୁନରୁଦ୍ଧାର ଓ ନିର୍ମାଣ ଲାଗି ବୈଷୟିକ ତଥା ଆର୍ଥିକ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲା। ତନ୍ଦୁର ଓଭେନ କିଣିବାରେ ସାହାଯ୍ୟ କରିବା ସହ ବିଜ୍‌ନେସ୍‌ ପରିଚାଳନା ଏବଂ ଆକାଉଣ୍ଟିଂରେ ମୌଳିକ ତାଲିମ ପ୍ରଦାନ ଉପରେ ଏହା ଧ୍ୟାନ ଦେଇଥିଲା । ବର୍ତ୍ତମାନ ଏହି ସଙ୍ଗଠନ ତିନୋଟି ବେକେରିକୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଅଟା, ଗ୍ୟାସ୍‌ ଏବଂ ଜାଳେଣି କାଠ ଯୋଗାଇଦେଉଛି ।
ପ୍ରତ୍ୟେକ ବେକେରିରେ ୩ଜଣ ମହିଳା ନିୟୋଜିତ ହୋଇଛନ୍ତି ଓ ସେମାନଙ୍କୁ ମାସିକ ବେତନ ପ୍ରଦାନ କରାଯାଉଛି। ଜଣେ ବେକର, ଜଣେ ଆସିଷ୍ଟାଣ୍ଟ ଏବଂ ଜଣେ ତୃତୀୟ କର୍ମଚାରୀ ରହିଛନ୍ତି। ସେମାନଙ୍କର ଦାୟିତ୍ୱ ହେଉଛି ନିର୍ଦ୍ଧାରତି ସଂଖ୍ୟକ ନାନ୍‌ ଗରିବ ମହିଳାମାନଙ୍କୁ ପ୍ରତିଦିନ ବଣ୍ଟନ କରିବା। ଗରିବ ମହିଳାମାନେ ତାହା ନେଇଛନ୍ତି କି ନାହିଁ ନିଶ୍ଚିତ କରିବାକୁ ସେମାନଙ୍କଠାରୁ ଟପଚିହ୍ନ (ଯେହେତୁ ଅନେକ ନିରକ୍ଷର) ଏହି କର୍ମଚାରୀମାନେ ନେଇଥାନ୍ତି।
ଏ ପର୍ଯ୍ୟନ୍ତ କେବଳ ତିନୋଟି ବେକେରିର ପୁନରୁଦ୍ଧାର କରାଯାଇଛି। ଏବେ ସେସବୁ ଖାଦ୍ୟ ପ୍ରାପ୍ତି ସ୍ଥାନ ନୁହେଁ ବରଂ ଏହାଠାରୁ ଅଧିକ କିଛି ମହତ୍ତ୍ୱ ବହନ କରୁଛି। ବେକେରିଗୁଡ଼ିକ ସାମାଜିକ କେନ୍ଦ୍ର ପାଲଟିଛି, ଯେଉଁ ମହିଳାମାନେ ସେଗୁଡ଼ିକୁ ଦେଖିବାକୁ ଆସୁଛନ୍ତି ବାସ୍ତବରେ ସେମାନେ ଘରୁ ବାହାରିବା ଲାଗି ସୁଯୋଗ ପାଉଛନ୍ତି। ସେମାନେ ସାଥୀମାନଙ୍କୁ ଭେଟିବା, ଭାବ ଓ ଅଭିଜ୍ଞତା ବିନିମୟ କରିବା ଏପରିକି ହସିବା ପାଇଁ ଏକ ସୁଯୋଗ ପାଉଛନ୍ତି। ଏହି ମହିଳାମାନଙ୍କ ମଧ୍ୟରୁ ଅନେକେ ଆଫ୍‌ଗାନିସ୍ତାନର ସବୁଠାରୁ ଦରିଦ୍ର ଏବଂ ଅସୁରକ୍ଷିତ ସମୁଦାୟରୁ ଆସିଛନ୍ତି। ସେମାନେ ପ୍ରାୟତଃ ସେମାନଙ୍କ ପରିବାରର ମୁଖ୍ୟ ରୋଜଗାରିଆ, କାରଣ ସେମାନେ ବିଧବା କିମ୍ବା ଭିନ୍ନକ୍ଷମ ସ୍ବାମୀଙ୍କ ସହ ରୁହନ୍ତି। ସୀମିତ ରୋଜଗାର ସୁଯୋଗକୁ ଦୃଷ୍ଟିରେ ରଖି ସେମାନେ ପ୍ରତିଦିନ ୫ଟି ନାନ୍‌ର ଭାଉଚର ନେବାର ଅଧିକାର ପାଇଥାନ୍ତି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦାନଠାରୁ ଯଥେଷ୍ଟ ଅଧିକ। ଯେଉଁମାନେ ନିଜର ଚକଟା ଅଟା ଆଣନ୍ତି ସେମାନଙ୍କୁ ଏହି ତିନିଟି ବେକେରି ପାରିଶ୍ରମିକ ଦେଇଥାନ୍ତି। ଏହି ବ୍ୟବସାୟ ଏ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହୋଇନାହିଁ, ତଥାପି ତିନୋଟି ବେକେରି ସେମାନଙ୍କର ଶିଳ୍ପକୁ ଆଗକୁ ବଢ଼ାଇବାକୁ ଦୃଢ଼ ନିଶ୍ଚିତ ଅଛନ୍ତି। ନୂତନ ସ୍କିଲ୍‌ ଏବଂ ଉଦ୍ୟୋଗୀ ମନୋଭାବକୁ ବ୍ୟବହାରକରି ଗରିବ ମହିଳାମାନଙ୍କ ଜୀବନରେ ଉନ୍ନତି ଆଣିବା ସହ ସେମାନଙ୍କ ସମାଜକୁ ସହଯୋଗ କରୁଛନ୍ତି। ଦେଖିବାକୁ ଗଲେ ଏଭଳି ମହିଳାମାନେ ଆଫ୍‌ଗାନିସ୍ତାନର ବିଶାଳ ସାଗର ସମ ନିର୍ଯାତିତ ମହିଳାଙ୍କ ମଧ୍ୟରେ ଏକ ବୁନ୍ଦା ସଦୃଶ। ତଥାପି ମହିଳା ତଥା ବାଳିକାମାନଙ୍କ ପ୍ରତି ହେଉଥିବା ଅମାନୁଷିକ ବ୍ୟବହାର ହ୍ରାସକରିବା ଦିଗରେ ଏହିପରି ପ୍ରକଳ୍ପଗୁଡ଼ିକ କାର୍ଯ୍ୟରତ ଏବଂ ଏହା ସେମାନଙ୍କର ଏକ ପ୍ରତିବଦ୍ଧକାରୀ ପ୍ରାରମ୍ଭିକ ପଦକ୍ଷେପକୁ ପ୍ରତିପାଦିତ କରେ।

ଆନ୍ନା ହୁସର୍‌ସ୍କା
ପୋଲାଣ୍ଡର ଜଣେ ସାମ୍ବାଦିକ
ଏବଂ ରାଜନୈତିକ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?