ଏକ ବିରଳ ବ୍ୟକ୍ତିତ୍ୱ

ଡ. ଶୁଭ୍ରାଂଶୁ ପଟ୍ଟନାୟକ

୧୨୦ ବର୍ଷ ତଳେ ଏହି ମାଟିରେ ଜନ୍ମ ନେଇଥିଲେ ଜଣେ ଋଷି ଜନକ ଯୋଗନିଷ୍ଠ ମହାନ୍‌ ନବକୃଷ୍ଣ ଚୌଧୁରୀ (ବାପି)। ଆମେ ଜାଣୁ ଋଷି ଜନକ ଏକାଧାରରେ ରାଜା ଓ ଋଷି ଥିଲେ। କିନ୍ତୁ ଆମେ ଜାଣିବାରେ ନବକୃଷ୍ଣ ଚୌଧୁରୀ ଆଧୁନିକ ରାଜର୍ଷି ଜନକ। ସେହି ଯୋଗଜନ୍ମା ବାପି ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇ ମଧ୍ୟ ଆଜୀବନ ଦୁଃଖ ଦାରିଦ୍ର୍ୟର କଷାଘାତରେ ନିତିଦିନ ଜଳି ପୋଡ଼ି ମରୁଥିବା ଏ ମାଟିର ଅନେକ ନିଷ୍ପେଷିତ, ଦଳିତ, ଘୃଣିତଙ୍କ ପାଇଁ ସେବା କରୁଥିଲେ। ଜଗତ୍‌ସିଂହପୁର ଜିଲାର ଖେରସ୍‌ ଗ୍ରାମର ବିଶିଷ୍ଟ ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କର ସେ ଦ୍ୱିତୀୟ ପୁତ୍ର। କୁହାଯାଏ ମାଟିର ମହାକବି ସାରଳା ଦାସଙ୍କ ବଂଶଧର। ଏଠାରେ ବିରଳ ଦେଖିବାକୁ ମିଳେ ଯେ ଭାରତ ବର୍ଷରେ ଗୋଟିଏ ଗୋଟିଏ ପରିବାରର ଜଣେ ବା ପରିବାରର କିଛି ବ୍ୟକ୍ତି ଆନ୍ଦୋଳନରେ ଯୋଗଦେଇଥିବା ବେଳେ ଏଠାରେ ଗୋଟାଯାକ ପରିବାର ଆନ୍ଦୋଳନ, ଦେଶ ସେବା ତଥା ରଚନାମତ୍କ କାର୍ଯ୍ୟକ୍ରମରେ ନିଜକୁ ଉତ୍ସର୍ଗ କରିଛନ୍ତି। ଗୋପବନ୍ଧୁ ଚୌଧୁରୀ, ରମାଦେବୀ (ଗୋପବନ୍ଧୁକ ପତ୍ନୀ), ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ (ନବକୃଷ୍ଣଙ୍କ ପତ୍ନୀ), ଭଉଣୀ ଅନ୍ନପୂର୍ଣ୍ଣା ମହାରଣା ସମସ୍ତେ ସମାଜ ସେବାରେ ଉତ୍କର୍ଷର ପରିଚୟ ଦେଇଛନ୍ତି ଓ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ରମାଦେବୀ ଥିଲେ ମାଜିଷ୍ଟ୍ରେଟ ଗୋପାଳ ବଲ୍ଲଭଙ୍କ କନ୍ୟା ତଥା ଉତ୍କଳର ମୁକୁଟବିହୀନ ସମ୍ରାଟ ମଧୁସୂଦନ ଦାସଙ୍କ ଝିଆରୀ। ମାଳତୀ ସେନ୍‌ ଥିଲେ ବିଶ୍ୱଭାରତୀର କୃତୀ ଛାତ୍ରୀ ଓ କଲିକତାର ପ୍ରଖ୍ୟାତ ବାରିଷ୍ଟର କୁମୁଦନାଥ ସେନ୍‌ଙ୍କ କନ୍ୟା। ବାପି ଥିଲେ ଗାନ୍ଧିବାଦୀ।
ନବକୃଷ୍ଣ ଚୌଧୁରୀ (ବାପି) ୧୯୫୦ରୁ ୧୯୫୬ ଯାଏ ସ୍ବାଧୀନ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି, ଏହା ପୂର୍ବରୁ ୧୯୪୬ ରୁ ୧୯୪୮ଯାଏ ରାଜସ୍ବ, ଯୋଗାଣ, ପରିବହନ, ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀରୂପେ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ହୋଇଥିବା ଐତିହାସିକ କାର୍ଯ୍ୟଗୁଡ଼ିକ ହେଲା- ଜମିଜମା ସଂସ୍କାର ଆଇନ, ଅଞ୍ଚଳ ସଂସ୍କାର, ଆଇନ, ଭାଗଚାଷ ଆଇନ, ଜମିଦାରି ପ୍ରଥା ଉଚ୍ଛେଦ ଇତ୍ୟାଦି। ଓଡ଼ିଆ ଭାଷା ଆଇନ ପ୍ରଚଳନ, ରାଜପଥ ଜାତୀୟକରଣ, ସିନେମା ଅଟୋଗ୍ରାଫି ସଂସ୍କାର। ନିଶା ନିବାରଣ, ଶ୍ରୀ ମନ୍ଦିର ସଂସ୍କାର ଆଦି ଯୁଗାନ୍ତକାରୀ ନିଷ୍ପତ୍ତି ଓଡ଼ିଶା ଇତିହାସରେ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଥିବ। ତାଙ୍କ ଶାସନ କାଳରେ ରାଉରକେଲାରେ ଥିବା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ଯୋଜନା, କଟକଠାରେ ଆଇ.ଟି.ଆଇ. ପ୍ରତିଷ୍ଠା, ଓଡ଼ିଶାରେ କୃଷି ଓ ଗୋପାଳନ ଶିକ୍ଷାର ବିକାଶ ପାଇଁ ଗଠିତ ବିଶ୍ୱବିଦ୍ୟାଳୟ, ପଶୁଚିକିତ୍ସାଳୟ, ବୁର୍ଲାର ଇଂଜିନିୟରିଂ କଲେଜ ପ୍ରତିଷ୍ଠା ହୋଇଥିଲା। ସେ ନିଜକୁ ଭ୍ରଷ୍ଟାଚାର, ଲାଞ୍ଚ, ଦୁର୍ନୀତିଠାରୁ ବହୁ ଦୂରରେ ରଖୁଥିଲେ। ଗୃହ ଭିତରେ ଓ ବାହାରେ ବିରୋଧୀମାନଙ୍କୁ ସମ୍ମାନ ଜଣାଉଥିଲେ। ମୁଖ୍ୟମନ୍ତ୍ରୀ ହେବା ସମୟରେ କେନ୍ଦୁପତ୍ରର କ୍ରୟ ଓ ବିକ୍ରୟ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ୧୯୫୬ରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇ ବାଜିରାଉତ ଛାତ୍ରାବାସରେ ରହିଲେ। କିନ୍ତୁ ତାଙ୍କର କାର୍ଯ୍ୟ ଶେଷ ହୋଇ ନ ଥିଲା। ସକ୍ରିୟ ରାଜନୀତିରୁ ବିଦାୟ ନେବାପରେ ନିଜକୁ ସର୍ବୋଦୟ ଆନ୍ଦୋଳନରେ ସାମିଲ କରିଥିଲେ। ୧୯୭୫ ଜରୁରୀ ପରିସ୍ଥିତିରେ ତାଙ୍କୁ ଗିରଫ କରାଯାଇଥିଲା। ଜାତିପ୍ରଥା ଓ ଛୁଆଁ ଅଛୁଆଁ ଦୂର ପାଇଁ ଦଳିତ ଓ ନିମ୍ନବର୍ଗର ଲୋକଙ୍କୁ ନେଇ ଶାରଳା ମନ୍ଦିର, ନିଆଳିରେ ଥିବା ମାଧବ ମନ୍ଦିରରେ ପ୍ରବେଶ କରିଥିଲେ। କଶ୍ମୀର ସମସ୍ୟାର ସମାଧାନ ପାଇଁ ନେହେରୁଙ୍କ ଆଦେଶରେ ଜଣେ ଶାନ୍ତିଦୂତ ହିସାବରେ ଯାଇ ସେଠାରେ ଶାନ୍ତିପ୍ରତିଷ୍ଠା କରିଥିଲେ। ଆଦିବାସୀ ହରିଜନଙ୍କ ପାଇଁ ‘ନବଜୀବନ ମଣ୍ଡଳ’ ନାମରେ ଅନୁଷ୍ଠାନ ଅନୁଗୋଳଠାରେ ଗଠନ କରିଥିଲେ।
ବାପି ସଦାସର୍ବଦା ଅନ୍ଧବିଶ୍ୱାସକୁ ବିରୋଧ କରୁଥିଲେ। ଆଜି ଆମକୁ ସେହି ଯୋଗଜନ୍ମା ମହାପୁରୁଷଙ୍କର ତ୍ୟାଗ, ସରଳ ଜୀବନଯାପନ, ଆନ୍ତରିକତା, ବଳିଦାନ ମନେପକେଇବାକୁ ହେବ। ତାଙ୍କର ସେହି ପ୍ରେରଣା ଆମ ଯୁବପିଢ଼ିକୁ ଉତ୍ସାହିତ କରୁ। ସ୍କୁଲ କଲେଜ ପାଠ୍ୟ ପୁସ୍ତକରେ ଏହି ମହାନ୍‌ ସଂଗ୍ରାମୀ ମଣିଷଙ୍କର କୃତିତ୍ୱ ସ୍ଥାନ ପାଉ। ଆଜିର ଡିଜିଟାଲ ଦୁନିଆର ସେହିମାନଙ୍କର ଆମତ୍କଥା ଘୂରିବୁଲୁ; ଫଳରେ ଏହା ଦିଗହରା ମାନବକୁ ଠିକ୍‌ ରାସ୍ତା ଦେଖାଇବ।
ନବକୃଷ୍ଣ ଚୌଧୁରୀ ସବୁବେଳେ ଶିକ୍ଷାର ସଂସ୍କାର କଥା କହୁଥିଲେ। ଶିକ୍ଷାକୁ ଗୁରୁତ୍ୱ ଦେଇ ଚମ୍ପତିମୁଣ୍ଡାଠାରେ ଯଦୁମଣି ମହାନ୍ତିଙ୍କ ନେତୃତ୍ୱରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ଜାଣିଥିଲେ ଯେ ଭାରତର ଭବିଷ୍ୟତ ଏହି ସ୍କୁଲରୁ ହିଁ ଆରମ୍ଭ ହୁଏ। ସେ ‘ସାରଥି’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରଚଳନ କରିଥିଲେ। ମନନ ଓ ଚିନ୍ତନରେ ଉଗ୍ର ବୈପ୍ଳବିକ ଭାବଧାରା, ଦାର୍ଶନିକ ଅନୁଶୀଳନ ଏବଂ ବୈଜ୍ଞାନିକ ପ୍ରୟୋଗ ତାଙ୍କୁ ଏ ଦେଶରେ ଏକ ସ୍ବତନ୍ତ୍ର ବୌଦ୍ଧିକ ପରିଚୟ ପ୍ରଦାନ କରିଥିଲା। ସେ ଥିଲେ ଜଣେ ଜ୍ଞାନଯୋଗୀ କର୍ମଯୋଗୀର ସମ୍ମିଳିତ ପ୍ରତିନିଧି। ସେ ଉଭୟ ଗାନ୍ଧିବାଦୀ ଓ ମାକର୍‌ସବାଦୀ। ସେ ଯାହା କହୁଥିଲେ ତାହା କରୁଥିଲେ, ଯାହା ଆଜିକାଲି ନେତାମାନଙ୍କ ପାଖରେ ଦେଖାଯାଏ ନାହିଁ । ଯାହା ଚିନ୍ତା କରୁଥିଲେ ନିର୍ଭୀକ ଭାବରେ ପ୍ରକାଶ କରୁଥିଲେ ଓ ତାଙ୍କୁ କାର୍ଯ୍ୟରେ ରୂପାନ୍ତରିତ କରୁଥିଲେ। ତାଙ୍କ ଜୀବନ ଦର୍ଶନ ସମାଜର ସାମ୍ୟ ପ୍ରତିଷ୍ଠା ଓ ମଣିଷ ମଧ୍ୟରେ ଭେଦଭାଦ ଦୂର ପାଇଁ ଉଦ୍ଦିଷ୍ଟ ଥିଲା।
୧୯୮୪ ଜୁନ୍‌ ୨୪ରେ ଅନୁଗୋଳରେ ଥିବା ଆଶ୍ରମରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ଦେଶ, ସମାଜ, ଦଳିତ ଜନସାଧାରଣଙ୍କର ଓ ସର୍ବୋପରି ଉତ୍କଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରୁଥିଲେ। ସେ ସମସ୍ତ ପ୍ରକାର ବାଧାବିଘ୍ନକୁ ଏଡ଼ାଇ ତ୍ୟାଗ, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ଚରମ ପରାକାଷ୍ଠା ପ୍ରଦର୍ଶନ କରିବା ସହ ନିଜର ପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରାଉଥିଲେ। ସେଥିପାଇଁ ସେହି ମହାପୁରୁଷ ଚିରସ୍ମରଣୀୟ, ଚିରନମସ୍ୟ ଓ ଚିରବନ୍ଦନୀୟ। ତାଙ୍କର ସେହି ଆଦର୍ଶ ଗୁଣାବଳୀଗୁଡ଼ିକ ଯୁଗଯୁଗକୁ ନୂତନ ପିଢ଼ିର ନୂତନ ଦାୟାଦଙ୍କ ପାଇଁ ଅନୁକରଣୀୟ ହୋଇ ରହିଥିବ।
ଅଧ୍ୟାପକ, ମୋ: ୭୯୭୮୫୯୭୫୨୭


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri