ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି

 

ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ ନକାରାମତ୍କ ଦିଗ ସତ୍ତ୍ୱେ କେତେକ ସକାରାମତ୍କ ଦିଗ ଖୋଜି ବସିଲେ ଅବଶ୍ୟ ଆମକୁ ନିରାଶ ହେବାପାଇଁ ପଡ଼ିବ ନାହିଁ। ଟିକେ ସୂକ୍ଷ୍ମ ଦୃଷ୍ଟିରେ ଆମେ ଏହି ବିଶ୍ୱ ମହାମାରୀର ପୂର୍ବବର୍ତ୍ତୀ ବିଶ୍ୱକୁ, ଆମ ଦେଶକୁ, ଆମ ସହରକୁ, ଆମ ଗଁାକୁ ଏପରି କି ଆମ ପରିବାରକୁ ଓ ନିଜକୁ ଆମେ ଏବେ ଯେମିତି ଦେଖୁଚୁ ସେମିତି ନ ଥିଲା। ଆମ ସ୍ମରଣ ଶକ୍ତି ଉପରେ ଯଦି ଏତେ ଟିକେ ଭରସା କରାଯାଏ ତେବେ ଦେଖିବା ରାଷ୍ଟ୍ର ରାଷ୍ଟ୍ର ଭିତରେ ସମ୍ପର୍କ ଏପରି ଏକ ସ୍ତରକୁ ଖସି ଆସିଥିଲା, ଯେଉଁଠାରେ ପ୍ରତି ମୁହୂର୍ତ୍ତରେ ତୃତୀୟ ବିଶ୍ୱ ମହାଯୁଦ୍ଧର ଭୟ ଉପୁଜୁଥିଲା। ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜର ଅହମିକାକୁ ଜାବୁଡ଼ି ଧରି ବସିଥିଲେ। କୋଉଠି ସୀମା ସମସ୍ୟା ତ ଆଉ କୋଉଠି ନୀତିଗତ ସମସ୍ୟା। ଆର୍ଥିକ ଓ ବାଣିଜି୍ୟକ ଚୁକ୍ତିନାମାରେ ମତଭେଦ। ଦେଶ ଭିତରେ ଧର୍ମ ଓ ରାଜନୀତି, ସାଂପ୍ରଦାୟିକ ଦଙ୍ଗା, ଜାତିବାଦ, ଅର୍ଥ ତୋସରପାତ, ବଡ଼ବଡ଼ ଦୁର୍ନୀତି ମାମଲା, ଦାରିଦ୍ର୍ୟ ମାରଣ ଓ ଧନିକ ପୋଷଣ ଆଦି ନାନାବିଧ ଜନହିତ ବିରୋଧୀ କାର୍ଯ୍ୟକଳାପ ଭିତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବାହ୍ୟ ଆକ୍ରମଣର ଆଶଙ୍କା ଯେମିତି ଆମକୁ ଅନିଶ୍ଚିତତା ଭିତରକୁ ଠେଲି ନେଇଥିଲା। ବ୍ୟକ୍ତିଗତ ସ୍ବାଧୀନତା ବିପନ୍ନ ହେଉଥିଲା। ସ୍ବାଧୀନ ଭାବରେ କିଛି କହିବାର କିମ୍ବା ଲେଖିବାର ଅଧିକାର ଛିନ୍ନ ହେବାକୁ ଯାଉଥିଲା। ଏହିପରି ଅନେକ ସମସ୍ୟାରେ ପୃଥିବୀ ଶ୍ୱାସରୁଦ୍ଧ ହୋଇ ପଡୁଥିବା ବେଳେ କୋଭିଡ୍‌ ତା’ର କରାଳ ଛାୟାରେ ମାନବ ସଭ୍ୟତାକୁ ଗ୍ରାସ କରିବା ପାଇଁ ସତର୍କ ଘଣ୍ଟି ଦେଇଥିଲା। କରୋନାର ପ୍ରଥମ ଓ ଦ୍ୱିତୀୟ ଲହରକୁ ଭୋଗି ସାରିବା ପରେ ଆମେ ସମସ୍ତେ ଉପଲବ୍ଧି କରୁଛୁ ଯେ କରୋନା ଏକ ବିଶ୍ୱ ସମସ୍ୟା। ଆମର କୁହୁଳୁଥିବା ଅନେକ ଛୋଟ ବଡ଼ ସମସ୍ୟା ଏଇ ବିଶ୍ୱ ସମସ୍ୟା ଭିତରେ ବିଲୀନ ହୋଇଗଲା। ଆମର ଗର୍ବ, ଦମ୍ଭ, ଅସୂୟା, ଅହଂକାର ଆପେ ଆପେ ଅନେକାଂଶରେ ଦୂରୀଭୂତ ହୋଇଗଲା। ସମଗ୍ର ବିଶ୍ୱ କରୋନା ବିପକ୍ଷରେ ଏକଜୁଟ୍‌ ହୋଇଗଲେ। ଜୀବନର କ୍ଷଣ ଭଙ୍ଗୁରତା ମର୍ମେ ମର୍ମେ ଅନୁଭବ କଲୁ। ଦୁଃଖୀ ଦରିଦ୍ର ଅନାହାର ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲୁ। କେବଳ ମଣିଷ ପାଇଁ ରନ୍ଧା ଖାଦ୍ୟ ନୁହେଁ, ପଶୁମାନଙ୍କ ପାଇଁ ମଧ୍ୟ ଆମେ ଖାଦ୍ୟ, ପାଣି ବ୍ୟବସ୍ଥା କଲୁ।
ସମଗ୍ର ଦେଶରେ ଆପରାଧିକ କାର୍ଯ୍ୟମାନ ଆଶାତୀତ ହ୍ରାସ ପାଇଛି। କରୋନାର ପ୍ରଥମ ପାଳି ପରେ ତଥାପି ଯେଉଁମାନେ ମଦମତ୍ତ ହୋଇ ଗର୍ବ ଅହଂକାର ଛାଡ଼ିପାରି ନ ଥିଲେ, ଦ୍ୱିତୀୟ ପାଳି ସେମାନଙ୍କୁ ଆହୁରି ସଚେତନ କରିଛି। ଅର୍ଥ ପ୍ରତିପତ୍ତି ପ୍ରସିଦ୍ଧି ଥାଇ ସୁଦ୍ଧା ଏହି ଅଦୃଶ୍ୟ ଭୂତାଣୁ ସହ ସେମାନେ ମୁକାବିଲା କରି ନ ପାରି ହାରିଗଲେ। ଜୀବନର କ୍ଷଣ ଭଙ୍ଗୁରତା ସମ୍ପର୍କରେ କରୋନା ଆମମାନଙ୍କୁ ଯେଉଁପରି ଭାବରେ ହୃଦ୍‌ବୋଧ କରାଇ ଦେଲା ଏ ଶତାବ୍ଦୀ ଭିତରେ କୌଣସି ଘଟଣା କିମ୍ବା ଚରିତ୍ର ଆମକୁ ଶିଖାଇ ପାରି ନ ଥିଲା।
ଅବଶ୍ୟ କିଛି ସମୟ ବ୍ୟବଧାନରେ ପ୍ରକୃତି ଦାଉ ସାଧି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇଥାଏ। ମଣିଷ ବୈଜ୍ଞାନିକ କୌଶଳ ଅବଲମ୍ବନ କରି ଏହି ଲୋକ କ୍ଷୟକୃତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିପାରିଥିଲା। କିନ୍ତୁ କରୋନା ଯେଉଁପରି ଅଣଆୟତ୍ତ ହୋଇପଡିଲା, ଏମିତି କୋଉ କାଳେ ହୋଇ ନ ଥିଲା। ସ୍ବାମୀ ବିବେକାନନ୍ଦଙ୍କ ପରି ମହାମନୀଷୀମାନେ ମଧ୍ୟ ପ୍ରକୃତିର ଏହି ସନ୍ତୁଳନ ପ୍ରକ୍ରିୟାକୁ ସ୍ବୀକାର କରିଛନ୍ତି। କିନ୍ତୁ ଦୁଃଖ ଏତିକି ଯେ ପ୍ରକୃତିର ଏହି ଗଠନମୂଳକ କାର୍ଯ୍ୟବେଳେ ଅନେକ ନିରୀହ ନିର୍ଦ୍ଦୋଷମାନଙ୍କୁ ପ୍ରାଣବଳି ଦେବାକୁ ହୋଇଥାଏ। ଠିକ୍‌ ଯେମିତି ଆମେ କୌଣସି ସଂସ୍କାରମୂଳକ କାର୍ଯ୍ୟ କଲାବେଳେ ଅନେକ ନିରୀହଙ୍କୁ ବିସ୍ଥାପିତ କରିବାକୁ ବାଧ୍ୟ ହେଉ। ଏହାକୁ ମଧ୍ୟ ପ୍ରକୃତିର ସ୍ବାଭାବିକ ପ୍ରକ୍ରିୟା ବୋଲି ଗ୍ରହଣ କରିବାକୁ ହେବ, କିଛି ସଜାଡ଼ିବାକୁ ହେଲେ କିଛି ବିଗାଡ଼ିବାକୁ ହୁଏ। ଧରି ନିଆଯାଉ ସୃଷ୍ଟିରୁ କିଛି ଦୁରାମତ୍ାଙ୍କୁ ଅନ୍ତ କରିବାକୁ ଯାଇ କିଛି ମହାମତ୍ାମାନଙ୍କୁ ପ୍ରାଣବଳି ଦେବା ପାଇଁ ହେଲା। ବାସୁକୀ କଡ଼ ଲେଉଟାଇଲେ ଭୂମିକମ୍ପ ହୁଏ ବୋଲି ଆମର ବିଶ୍ୱାସ। ଯଦିଓ ଭୂମିକମ୍ପର କାରଣ ସମୂହ ଆମକୁ ବିଜ୍ଞାନ ଦେଇ ସାରିଲାଣି, ତଥାପି କେତେକ ମିଥ୍ୟା ଚେତନା ଆମ ଭିତରେ ବଳବତ୍ତର ରହିଛି; ଯାହା ଭୂମିକମ୍ପର ଭୟାବହତାକୁ ସ୍ବୀକାର କରିବାପାଇଁ ଆମକୁ ଏମିତି କିଛି ଆଳର ଆଶ୍ରୟ ନେବାକୁ ହୁଏ। ଏବେ କରୋନା ଆମର ଯଥେଷ୍ଟ ଧନଜୀବନ ନଷ୍ଟ କରିସାରିଲାଣି। ସେହି କ୍ଷୟକ୍ଷତିକୁ ସ୍ମରଣ କରି ଆଗକୁ ଆମର ବି ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ମଶାଣିରେ ବାସ କଲେ ହେବ ନାହିଁ। ଆମକୁ ଏହି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ହେବ। ସେଥିପାଇଁ କିଛି ଆମତ୍ପକ୍ଷ ସମର୍ଥନ କରିବା ତ ଆଉ କିଛି କରୋନାର ସକାରାମତ୍କ ପକ୍ଷ। ଏସବୁ ଆମକୁ ସାହସ ଦେବ। ଆମତ୍ବିଶ୍ୱାସ ଭରିଦେବ ।
ମାନବ ସଭ୍ୟତା କେବେହେଲେ ଧ୍ୱଂସ ହେବ ନାହିଁ। ଈଶ୍ୱର ଏତେ ନିଷ୍ଠୁର ନୁହନ୍ତି। ସେ ତାଙ୍କର ବିଗିଡ଼ି ଯାଉଥିବା ସୃଷ୍ଟିକୁ କେମିତି ସଜାଡ଼ିବେ ସେ ଜାଣନ୍ତି। ସେଇ ସଜାଡ଼ିବା ଅବସରରେ କିଛି ଭାଙ୍ଗିତୁଟି ଯିବା କିଛି ନୂଆ ସୃଷ୍ଟି ହେବା ସ୍ବାଭାବିକ କଥା। ଈଶ୍ୱରଙ୍କର ଉଦ୍ଦେଶ୍ୟ ହୃଦୟଙ୍ଗମ କରିବାପରି ଶକ୍ତି ଆମମାନଙ୍କର ନାହିଁ। ଆମକୁ ତାଙ୍କ ଇଚ୍ଛାକୁ ସ୍ବୀକାର କରିବାକୁ ହେବ। ବାହ୍ୟ କଠୋରତା ଅନ୍ତରାଳରେ ଯେଉଁ କଲ୍ୟାଣକାରୀ ପ୍ରକ୍ରିୟା ସଙ୍ଗଠିତ ହେଉଛି ତାକୁ ଆମେ ଉପଲବ୍ଧି କରିବା। ସାମାନ୍ୟ ତମ ଅବବୋଧ ପ୍ରୟୋଗ କଲେ ଆମେ ବୁଝିପାରିବା ଆଖିରେ ଦେଖି ହେଉ ନ ଥିବା ସାମାନ୍ୟ ଭୂତାଣୁଟିଏ ବିଭିନ୍ନ ସମୟରେ ବିଭିନ୍ନ ରୂପ ବଦଳେଇ ମଣିଷକୁ ନାକେଦମ୍‌ କରିସାରିଲାଣି। ତାରି ବିରୋଧରେ ଲଢ଼ିବା ପାଇଁ ବିଶ୍ୱ ଯେପରି ଏକ ହୋଇଯାଇଛି, କିଏ କାହାକୁ କେତେ ପ୍ରକାରର ସାହାଯ୍ୟ ସହଯୋଗର ହାତ ବଢ଼େଇ ଦେଉଛି। ପୂର୍ବର ସବୁ ବିଦ୍ୱେଷ ବିତୃଷ୍ଣା ଭୁଲି ଏକ ସ୍ବରରେ ସ୍ବର ଉତ୍ତୋଳନ କରୁଛି, ତାହା ମାନବ ସମାଜ ପାଇଁ ଐଶ୍ୱରିକ ଆଶୀର୍ବାଦ ନୁହେଁ ତ ଆଉ କ’ଣ?
ମୋ: ୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?