ରାସ୍ତାରେ ପୋଲିସ ଅଧିକାରୀ, ପ୍ରେମିକାଙ୍କ ହାଇଡ୍ରାମା

ରସୁଲପୁର,୧୭ା୫(ଡି.ଏନ୍‌.ଏ.):ପ୍ରେମରେ ପ୍ରତାରଣା କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ। ଏହି ଖବର ପାଇ ନୂଆପଡ଼ା ଜିଲାରୁ ଯାଜପୁର ଜିଲାରେ ପହଞ୍ଚତ୍ ଯାଇଥିଲେ ପ୍ରେମିକା। ବୁଝାଶୁଝା କାମ ଦେଲାନି। ଫଳରେ ରାସ୍ତାରେ ପୋଲିସ ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି। ଯାଜପୁର ଜିଲା ରସୁଲପୁର ବ୍ଲକର ବାରବାଟୀ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ଦୁର୍ଗାମନ୍ଦିର ନିକଟରେ ସୋମବାର ଅପରାହ୍ନ ସାଢ଼େ ୩ଟାରେ ଘଟିଛି ଏହି ହାଇଡ୍ରାମା।
ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲ ପଞ୍ଚାୟତରେ। ସେ ନୂଆପଡ଼ା ଜିଲାର ଏକ ଥାନାର ଆଇଆଇସି ଅଛନ୍ତି। ଭୁବନେଶ୍ୱରରେ ପାଠ ପଢ଼ୁଥିବା ନୂଆପଡ଼ା ଜିଲାର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଯୋଡ଼ି ହୋଇଯାଇଥିଲା। ହେଲେ ପ୍ରେମିକ ପୋଲିସ ଅଧିକାରୀ ଜଣକ ଇତିମଧ୍ୟରେ ପ୍ରେମିକାଙ୍କ ଅଜାଣତରେ ଅନ୍ୟତ୍ର ବିବାହ କରିନେଇଥିଲେ। ଏକଥା ଜାଣିବା ପରେ ପ୍ରେମିକା ସୋମବାର ମଧ୍ୟାହ୍ନରେ ପହଞ୍ଚତ୍ୟାଇଥିଲେ ପ୍ରତାରକ ପୋଲିସ ଅଧିକାରୀଙ୍କ ଗଁାରେ। ପୋଲିସ ଅଧିକାରୀ ଜଣକ ତାହା ଜାଣିପାରି କୌଶଳକ୍ରମେ ପ୍ରେମିକାଙ୍କୁ ବୁଝାଶୁଝା କରି ଘର ନିକଟରୁ ବାହାରକୁ ନେଇ ଆସିଥିଲେ। ତାଙ୍କୁ କାରରେ ଭୁବନେଶ୍ୱରରେ ଛାଡ଼ିବାକୁ ନେବା ବାଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତାଙ୍କୁ ବାହାହେବେ ଏବଂ ଭୁବନେଶ୍ୱରରେ ରଖିବେ ବୋଲି ପୋଲିସ ଅଧିକାରୀ ଜଣକ କହିଥିଲେ। କିନ୍ତୁ ବାହା ହୋଇ ପୋଲିସ ଅଧିକାରୀଙ୍କ ଘରେ ରହିବେ ବୋଲି ପ୍ରେମିକା ଜିଦ୍‌ ଧରିଥିଲେ। ଏପରି କି ସେ ଦୁର୍ଗାଦେବୀ ମନ୍ଦିର ସମ୍ମୁଖରେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ। ସେଠି ଉଭୟଙ୍କ ମଧ୍ୟରେ ଟଣାଓଟରାକୁ ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ପୋଲିସ ଅଧିକାରୀ ଜଣକ ଉକ୍ତ ସ୍ଥାନରୁ ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରେମିକା ସେଠାରୁ ଯିବାକୁ ରାଜି ହୋଇ ନ ଥିଲେ। ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟଙ୍କୁ ଥାନାକୁ ନେଇଯାଇଥିଲେ। ଏ ନେଇ ଥାନା ଅଧିକାରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୁର୍ଗାମନ୍ଦିର ନିକଟରୁ ନୂଆପଡ଼ା ଜିଲାର ଜଣେ ଯୁବତୀଙ୍କୁ ଆମେ ଉଦ୍ଧାର କରିଛୁ। ସେ ପ୍ରାପ୍ତବୟସ୍କା। ସେ ତାଙ୍କର ବ୍ୟକ୍ତିଗତ ଘଟଣା ସମ୍ପର୍କରେ ପୋଲିସ ସମ୍ମୁଖରେ କୌଣସି ସୂଚନା ଦେଉନାହାନ୍ତି। ଆମେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛୁ। ସେମାନେ ପହଞ୍ଚତ୍ଲେ ତାଙ୍କୁ ହସ୍ତାନ୍ତର କରିବୁ। ଘଟଣା ନୂଆପଡ଼ା ଜିଲା ଓ ଯାଜପୁର ସଦର ଥାନା ଅଞ୍ଚଳର, ଯାହାକିଛି ମାମଲା ହେବ ସେହି ଅଞ୍ଚଳରେ ହେବ। ଯୁବତୀଜଣକ ପୋଲିସ ସମ୍ମୁଖରେ କୌଣସି ବୟାନ ଦେଉ ନ ଥିବାରୁ ଧର୍ମଶାଳା ଥାନାରେ କୌଣସି ମାମଲା ହୋଇନାହିଁ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?