Posted inଜାତୀୟ

ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୫।୫ : କାଶୀର ପ୍ରସିଦ୍ଧ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀ ଜିଲା କୋର୍ଟରେ ଜାରି ରହିଛି। ଏପରିସ୍ଥଳେ କାଶୀର ଜଣେ ସାଧୁ ସୁପ୍ରିମକୋର୍ଟରେ ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରିଛନ୍ତି। ଅଲ ଇଣ୍ଡିଆର ସନ୍ଥ ସମିତିର ସାଧାରଣ ସମ୍ପାଦକ ଜିତେନ୍ଦ୍ରାନନ୍ଦ ସରସ୍ବତୀ ତାଙ୍କ ଆବେଦନରେ ଏହି କାର୍ଯ୍ୟକୁ ଧର୍ମର ସ୍ବାଧୀନତାର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଉଲ୍ଲେଖ କରିଛନ୍ତି।

ସୁପ୍ରିମକୋର୍ଟରେ ଏହି ଅଧିନିୟମ ଏବଂ ଏହାର ବିଭାଗକୁ ଚ୍ୟାଲେଞ୍ଜ କରି ସେ ଅଭିଯୋଗ କରିଛନ୍ତି ଯେ ଏହି ଆଇନ ଅନୁଯାୟୀ ସନାତନ ସଂସ୍କୃତି ଏବଂ ସଭ୍ୟତା ନଷ୍ଟ ହେଉଛି। ଏହି ମାମଲାରେ ମୁସଲିମ ପକ୍ଷ ପୂଜାସ୍ଥଳ ଅଧିନିୟମ-୧୯୯୧ ଅନ୍ତର୍ଗତ ଏହାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ। ମୁସଲମାନ ପକ୍ଷୀ ଆଇନଜୀବୀ ଅଭୟ ନାଥ ଯାଦବ ଆବେଦନ କରିଛନ୍ତି ଯେ ଏହି ମାମଲାର ଶୁଣାଣି କୋର୍ଟ କରିବା ଉଚିତ ନୁହେଁ। କାରଣ ଏହି ମାମଲାର ଶୁଣାଣି ପୂଜାସ୍ଥଳ ଅଧିନିୟମ-୧୯୯୧ର ଉଲ୍ଲଂଘନ।

ଜାତୀୟ ରାଜଧାନୀ ଦିଲ୍ଲୀର ବାସିନ୍ଦା ରାଖୀ ସିଂଙ୍କ ଅନୁରୋଧ କ୍ରମେ ବାରାଣାସୀ ସିଭିଲ ଜଜ (ସିନିୟର ଡିଭିଜନ) ରବି କୁମାର ଦିୱାକରଙ୍କ କୋର୍ଟ ଏପ୍ରିଲରେ ଜ୍ଞାନବାପି କମ୍ପ୍ଲେକ୍ସର ଭିଡିଓଗ୍ରାଫି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଛନ୍ତି ଯେ ଯେହେତୁ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ଜଣେ ଅଭିଜ୍ଞ ନ୍ୟାୟିକ ଅଧିକାରୀ ଏହାର ଶୁଣାଣି କରିବା ଉଚିତ।

ଜିଲା ଜଜ ଆଠ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ବିଶ୍ୱ ବୈଦିକ ସନାତନ ସଂଗଠନ କ୍ୟାମ୍ପସ, ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ଏବଂ ଏଠାରେ ଥିବା ଶିବଲିଙ୍ଗଙ୍କୁ ନିୟମିତ ପୂଜା କରିବାର ଅଧିକାର ପାଇଁ ଏକ ପିଟିଶନ ଦାଖଲ କରାଯାଇଛି।

ମସଜିଦର ୱଜୁ ଖାନାରେ ଶିବଲିଙ୍ଗ ପାଇଥିବାର ଦାବି ହିନ୍ଦୁ ପକ୍ଷ କରିଥିବାବେଳେ ଏହାକୁ ମୁସଲମାନ ପକ୍ଷ ଅସ୍ବୀକାର କରିଛନ୍ତି ଏବଂ ଏହା ଏକ ଶିବଲିଙ୍ଗ ନୁହେଁ ବରଂ ପାଣିର ଫୁଆରା ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରି ବଡ଼ ବୟାନ ଦେଲେ ଶାହା, ସବୁଠୁ ବଡ଼ ବିଜୟ…

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ ପଶ୍ଚିମବଙ୍ଗ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପା ବିଧାୟକ ଦଳ ନେତା ଭାବେ…

ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେଉ ହେଉ ଶୁଭେନ୍ଦୁଙ୍କ ପ୍ରଥମ ପ୍ରତିକ୍ରିୟା, ରାଜନୀତିରେ ହଲଚଲ

କୋଲକାତା,୮।୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ବୈଠକରେ ତାଙ୍କୁ ନେତା ଭାବରେ ନିର୍ୱାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ…

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri