ଗାଈକୁ ଘଉଡ଼ାଉଥିଲେ: ଗରମ ଡାଲିହଣ୍ଡାରେ ପଡ଼ି ଗଲେ ରୋଷେୟା

ଜି.ଉଦୟଗିରି,୧୬।୨(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ପଞ୍ଚାୟତ ଡଡ଼ାପଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞ ରୋଷେଇ ଶାଳ ଡାଲିହଣ୍ଡାରେ ପଡ଼ି ଜଣେ ରୋଷେୟା ଗୁରୁତର ହୋଇଛନ୍ତି। ସେ ହେଲେ କାହ୍ନା ପ୍ରଧାନ(୨୫)।

ମିଳିଥିବା ସୂଚନା ମୁତାବକ, ଡଡ଼ାପଡ଼ାରେ ଗୁରୁବାର ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଏନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶୁକ୍ରବାର ଅଷ୍ଟପ୍ରହର ରୋଷେଇ ଶାଳରେ ଶ୍ରଦ୍ଧାଳୁଙ୍କ ପାଇ ପ୍ରସାଦ ଶେବନର ବ୍ୟବସ୍ଥା ହେବା ସହ ରୋଷେଇ କାର୍ଯ୍ୟ ଚାଲିଥିଲା। ରୋଷେୟା କାହ୍ନା ଏଥିରେ ନିୟୋଜିତ ହୋଇଥିଲେ।

ହେଲେ ରୋଷେଇ ଚାଲିଥିବା ବେଳେ ଏକ ଗାଈ ରୋଷେଇ ଶାଳ ଆଡ଼କୁ ଚାଲି ଆସିଥିଲା। ହେଲେ କାହ୍ନା ଗାଈକୁ ଘଉଡାଇବାକୁ ଯାଇଥିଲେ। ସେତିକିବେଳେ କାହ୍ନା କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଡାଲିହଣ୍ଡା ଭିତରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଏକ ଅଟୋ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତ କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ବୃହତ୍ ଅସ୍ତ୍ରଶସ୍ତ୍ର ଭଣ୍ଡାର

କୋରାପୁଟ, ୨୨/୬ (ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବୃହତ୍ ଅସ୍ତ୍ରଶସ୍ତ୍ର…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବିଧାୟକ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ , ଛାତ୍ରୀଛାତ୍ରଙ୍କ ଧାରଣା

ମୋରଡା,୨୨/୬(ସ୍ମାରକ ମାଜୀ): ଜୁନ କୋଡିଏ ତାରିଖରେ ମୟୂରଭଞ୍ଜ ଜିଲାରେ ଭାଜପା ସରକାର ୨ ବର୍ଷ ପୂର୍ତ୍ତି ପାଳନ କରି ସଫଳତାର ଗାଥା ଗାଉଥିବା ବେଳେ ମୋରଡା ନିର୍ବାଚନମଣ୍ଡଳୀ…

ସିମେଣ୍ଟ କାରଖାନା ବନ୍ଦ: ତେଜିଲା ଅସନ୍ତୋଷ, ଲୋକେ ଆନ୍ଦୋଳନମୁହାଁ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ମାସ ୧୯ତାରିଖର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଖାନା…

ପ୍ରକୃତି ପାଠଶାଳାରେ ଗଛ ଚିହ୍ନିଲେ ପିଲା, ପରିବେଶ ସୁରକ୍ଷା ସହ…

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ପଞ୍ଚାୟତ ଦୁର୍ଗମ ଗଣ୍ଡିଗୁଡ଼ା ଗ୍ରାମରେ ଶିଶୁମାନଙ୍କର ଏକ ଦିବସୀୟ ପ୍ରକୃତି ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ…

ପ୍ରସବ ଯନ୍ତ୍ରଣାରେ ଛଟପଟ ମା’: ଆମ୍ବୁଲାନ୍ସ ରେ ଜନ୍ମ ହେଲା ଛୁଆ, ସୁରକ୍ଷିତ ପ୍ରସବ କରାଇ ପ୍ରଶଂସା ସାଉଁଟିଲେ…

ଦିଗପହଣ୍ଡି,୨୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜନଜାତି ବହୁଳ ଟି. ଗୋବିନ୍ଦପୁର ପଞ୍ଚାୟତ ଗୁହାରିଖୋଲ ଗାଁ ର ଲକ୍ଷ୍ମଣ ଗମାଙ୍ଗଙ୍କ ଗର୍ଭବତୀ ସ୍ତ୍ରୀ  ସସ୍ମିତା…

Iran US Talk in Switzerland:ଆମେରିକା ସହ ନା ହାତ ମିଳାଇଲା ନା ଫଟୋ ଉଠାଇଲା, ଆଲୋଚନା ଟେବୁଲରେ ବି ମତ ପରିବର୍ତ୍ତନ କଲା ନାହିଁ ଇରାନ

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଇରାନ ଏବଂ ଆମେରିକା ମଧ୍ୟରେ ରବିବାର (ଜୁନ ୨୧, ୨୦୨୬)ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଦେଖାଯାଇଥିଲା।…

ସରିଲା ଛୁଟି, କେଭିରେ ଆରମ୍ଭ ହେଲା +୨ ପାଠପଢ଼ା

ଭଞ୍ଜନଗର,୨୨ା୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ଛୁଟି ସରିବା ପରେ ସୋମବାରଠାରୁ ଗଞ୍ଜାମ ଜିଲାର ସମସ୍ତ ବିଦ୍ୟାଳୟ ଖୋଲିଛି। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସିଛନ୍ତି। ଅନ୍ୟପଟେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri