ଶୌଚ ପାଇଁ ଯାଇଥିବାବେଳେ ପୋଖରୀରେ ବୁଡ଼ିଗଲେ ବ୍ୟକ୍ତି

ଦିଗପହଣ୍ଡି,୨୮ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ବିଶ୍ୱାସରାୟ ବନ୍ଧ ପୋଖରୀରୁ ଶୁକ୍ରବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବଡ଼ ବନ୍ଧସାହିର ଲିକା ସାହୁ ଓରଫ ନିକା(୫୦)। ସେ ବ୍ରହ୍ମପୁରର ବିଭିନ୍ନ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ବେଳେ ଅସୁସ୍ଥତା କାରଣରୁ ଦିଗପହଣ୍ଡି ଆସି ବିଭିନ୍ନ ଲୋକଙ୍କଠାରୁ ମାଗି ଯାଚି ଚଳୁଥିଲେ। ଆର୍ଥିକ ଅନଟନ କାରଣରୁ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ବାପ ଘରେ ରହୁଛନ୍ତି। ଗୁରୁବାର ରାତିରେ ସେ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଦିଗପହଣ୍ଡି ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୫/୨୫ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା): ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

ଠାକୁରାଣୀ ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି ମାନସିକ ବେଶଧାରୀ, ଆଜି ସାବିତ୍ରୀ ଅମାବାସ୍ୟାରେ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶନିବାର ୨୧ ଦିନରେ ପହଞ୍ଚିଛି। ଆଉ ୪ ଦିନ ପରେ ଯାତ୍ରା ଉଦ୍‌ଯାପିତ ହେବ। ଆଜି ଅର୍ଥାତ୍‌…

ତରଭୁଜ ଖାଇ ନାବାଳକଙ୍କ ଜୀବନ ଗଲା, ପରିବାରର ଆଉ ୩ ଅସୁସ୍ଥ

ପଟ୍ଟାମୁଣ୍ଡାଇ,୧୬ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର…

ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ

ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri