Odisha Elections 2024

ବାସ୍ତବିକତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ: ରୁଷିଆ…

ମସ୍କୋ,୧୪।୩ : ମଙ୍ଗଳବାର ଦିନ କ୍ରେମଲିନ କହିଛି ଯେ ପରିସ୍ଥିତିର ନୂତନ ବାସ୍ତବତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଶତ୍ରୁତା ବନ୍ଦ କରିବା ଉପରେ ରୁଷିଆର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।

ରୁଷିଆ ବାରମ୍ବାର କହିଛି ଯେ ୟୁକ୍ରେନକୁ ଏହାର ଚାରିଟି ଅଞ୍ଚଳ ଉପରେ ରୁଷିଆର ଦାବିକୁ ଗ୍ରହଣ କରିବାକୁ ପଡିବ। ଯାହା ଏବେ ଆଂଶିକ ଦଖଲ କରାଯାଇଛି। ତେବେ ଏହି ଦାବିକୁ ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ବେଆଇନ ବୋଲି କହି ଖଣ୍ଡନ କରିଛନ୍ତି।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଏହି ଆକ୍ରମଣ କାର୍ଯ୍ୟ ଜାରି ରହିବ। ମନ୍ତ୍ରଣାଳୟ ମଧ୍ୟ ୨୪ଘଣ୍ଟା ମଧ୍ୟରେ ୨୨୦ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏଥି ସହିତ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ପୂର୍ବ ବାଖମୁଟ ନିକଟରେ ଲଢ଼େଇରେ ଏକ ସପ୍ତାହ ତଳେ ୧୧୦୦ରୁ ଅଧିକ ରୁଷିଆ ସୈନିକ ନିହତ ହୋଇଛନ୍ତି।

ଗୋଟିଏ ଦିନ ପୂର୍ବରୁ, ୟୁକ୍ରେନ ଦାବି କରିଥିଲା ଯେ ୨୪ଘଣ୍ଟା ମଧ୍ୟରେ ୫୦୦ରୁ ଅଧିକ ରୁଷିଆ ସୈନିକ ନିହତ ହୋଇଥିଲେ କିମ୍ବା ଆହତ ହୋଇଥିଲେ।

ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଂଶଗ୍ରହଣ କରିପାରନ୍ତି। କିନ୍ତୁ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏହି ସୂଚନା ଦେଇଛନ୍ତି।

ପୁଟିନ ଭାରତରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଯୋଗ ଦେଇ ପାରିବେ କି ବୋଲି ପଚରାଯାଇଥିବା ବେଳେ ପେସ୍କୋଭ କହିଛନ୍ତି ଯେ ଏହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ରୁଷିଆର ଅଫିସିଆଲ ନ୍ୟୁଜ ଏଜେନ୍ସି କହିଛି ି ଯେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ପେସ୍କୋଭ କହିଛନ୍ତି ଯେ ଜି-୨୦ ଫର୍ମାଟରେ ରୁଷିଆ ସମ୍ପୂର୍ଣ୍ଣ ଅଂଶଗ୍ରହଣ ଜାରି ରଖିଛି। ଆମେ ଏହାକୁ ବଜାୟ ରଖିବାକୁ ଚାହୁଁଛୁ। ଇଣ୍ଡୋନେସିଆର ବାଲିରେ ଗତ ବର୍ଷର ଜି -୨୦ ନେତାଙ୍କ ଫୋରମରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ନେତୃତ୍ୱରେ ରୁଷିଆର ପ୍ରତିନିଧୀ ଦଳ ଯୋଗ ଦେଇଥିଲେ। ଭାରତରେ ସେପ୍ଟେମ୍ବର ୯ ଏବଂ ୧୦ ରେ ନୂଆଦିଲ୍ଲୀରେ ଜି -୨୦ ସଦସ୍ୟ ଦେଶର ନେତାଙ୍କ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri